• ବେତାର ବ୍ୟୁରୋ

ନୂଆ ଫିଚର : ଏଣିକି ଫେସବୁକରେ ଲୁଚାଇ ହେବ ‘ଲାଇକ୍ସ’


(ବେତାର ବ୍ୟୁରୋ) ଲୋକପ୍ରିୟ ସୋସିଆଲ ମିଡିଆ ଫେସବୁକ୍ ଏହାର ଫିଚରରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି ସୋସିଆଲ ମିଡିଆରେ ଲୋକଙ୍କ ସର୍ବାଧିକ ପସନ୍ଦର ଲାଇକ ବଟନକୁ ହାଇଡ୍ ବା ଲୁଚାଇବାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି । ଯେଉଁଥିରେ ଫେସବୁକ ଆକଉଣ୍ଟ ବ୍ୟବହାରକାରୀ ନିଜ ଫଟୋରେ ମିଳୁଥିବା ଲାଇକକୁ ହାଇଡ ବା ଲୁଚାଇ ପାରିବେ । ଏଥିସହ ଅନ୍ୟ ରିଆକ୍ସନ ଗୁଡିକୁ ମଧ୍ୟ ଲାଇକ୍ ବିକଳ୍ପ ପରି ଲୁଚାଇ ହେବ । ଫେସବୁକକୁ ୟୁଜରଙ୍କ ସର୍ବାଧିକ ପସନ୍ଦର ସୋସିଆଲ ମିଡିଆ ପ୍ଲାଟଫର୍ମ କରିବାକୁ କମ୍ପାନୀ ପକ୍ଷରୁ ଏହି ଫିଚରର ଟେଷ୍ଟିଂ ଆରମ୍ଭ କରିଛି ।

ପ୍ରାଇଭେସି ଅଧିକ ସୁରକ୍ଷିତ ହେବ

ଫେସବୁକ ଏହାର ୟୁଜର ମାନଙ୍କର ପ୍ରାଇଭେସିକୁ ଅଧିକ ସୁରକ୍ଷିତ କରିବାକୁ ଏଭଳି ଫିଚର ଅଣାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଫେସବୁକର ସେଟିଂକୁ ବଦଳାଇଦେଲେ ଆପଣ ସେୟାର କରିଥିବା ଫଟୋରେ ଆସିଥିବା ଲାଇକ୍ ବା ଅନ୍ୟ ରିଆକ୍ସନଗୁଡିକୁ କେବଳ ଆପଣ ହିଁ ଦେଖିପାରିବେ ।ଅନ୍ୟ ଅର୍ଥରେ କିଏ ଆପଣଙ୍କ ଫଟୋ ବା ପୋଷ୍ଟକୁ ଲାଇକ କରିଛି, ତାହା ଅନ୍ୟମାନେ ଦେଖିପାରିବେନି।

ଇନଷ୍ଟାଗ୍ରାମରେ ମଧ୍ୟ ଉପଲବ୍ଧ ହେବ

କେବଳ ଫେସବୁକ ନୁହେଁ ଇନଷ୍ଟାଗ୍ରାମ ପ୍ରତି ମଧ୍ୟ ବ୍ୟବହାରକାରୀଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଭଳି ସୁବିଧା ଅଣାଯିବ । ଚଳିତ ବର୍ଷ ଇନଷ୍ଟାଗ୍ରାମ ପାଇଁ ଏହି ଫିଚରର ଟେଷ୍ଟିଂ କରାଯାଇଛି ।

ପ୍ରଥମେ ଅଷ୍ଟ୍ରେଲିଆରେ

ଫେସବୁକ ଏହାର ନୂଆ ଫିଚରକୁ ପ୍ରଥମେ ଅଷ୍ଟ୍ରେଲିଆରେ ଉପଲବ୍ଧ କରାଇବ ବୋଲି ସୂଚନା ମିଳିଛି। ପରେ ସମସ୍ତ ଫେସବୁକ ବ୍ୟବହାରକାରୀଙ୍କ ପାଇଁ ସେମାନଙ୍କ ଆକାଉଣ୍ଟରେ ଏହି ସୁବିଧା ରହିବ । କମ୍ପାନୀ ପକ୍ଷରୁ ପ୍ରଥମେ ଏହି ଫିଚର ବ୍ୟବହାର ଉପରେ ଫିଡବ୍ୟାକ ସଂଗ୍ରହ କରାଯିବ । ଫିଡବ୍ୟାକ ଭଲ ଆସିଲେ ଶୀଘ୍ର ଏହାର ବହୁଳ ବ୍ୟବହାର ହୋଇପାରିବ ବୋଲି କମ୍ପାନୀ ଆଶା କରିଛି ।

ଫେସବୁକ ଏହାର ବ୍ୟବହାରକାରୀଙ୍କୁ ଏକ ନୂଆ ଅନୁଭୂତି ଦେବାର ଏହି ଫିଚର ଆଣିବାକୁ ଯାଉଛି । ବିଶେଷ କରି ଯେଉଁମାନେ ଫେସବୁକରେ ପୋଷ୍ଟ କରିଥିବା ଫଟୋ, ଭିଡିଓ ଆଦିରେ କମ୍ ଲାଇକ ଆସୁଥିବା ଦେଖି ନିରାଶ ହୋଇଥାନ୍ତି ତଥା କମ୍ ଲାଇକ ଆସିବାରୁ ପୋଷ୍ଟକୁ ଡିଲିଟ କରିଦେଇଥାନ୍ତି ସେମାନଙ୍କ ପାଇଁ ଏହି ଫିଚର ବେଶ ଉପକାରୀ ସାବ୍ୟସ୍ତ ହେବ ।

#news #facebook #newfeature

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon