• ବେତାର ବ୍ୟୁରୋ

ରାଶିଫଳ ଅକ୍ଟୋବର 7-13 : ଦେବୀ ଦଶହରା ସପ୍ତାହରେ ଏମିତି ରହିବ ଯୋଗ


(ବେତାର ବ୍ୟୁରୋ) ଏହି ସପ୍ତାହରେ ଚନ୍ଦ୍ରଦେବ ମକର ରାଶିରୁ ଆରଂଭ କରି ମୀନ ରାଶି ଯାଏଁ ଯାତ୍ରା କରିବେ। ଏହି ସମୟରେ ଚନ୍ଦ୍ର ଉପରେ ଶନି ଓ ରାହୁ ଗ୍ରହର ଦୃଷ୍ଟି ରହୁଥିବାରୁ କିଛି ରାଶି ଏଥିରୁ ଲାଭ ପାଉଥିବା ବେଳେ ଅନ୍ୟ ରାଶିଗୁଡିକଙ୍କ ପାଇଁ ସମୟ ସେତେ ଭଲ ରହି ନ ପାରେ। 

ପୁନଶ୍ଚ ନିକଟରେ ହୋଇଥିବା ଶୁକ୍ର ଗ୍ରହର ନିଜସ୍ୱ ଗ୍ରହ ତୁଳା ରାଶିରେ ଗୋଚର ହୋଇସାରିଥିବାରୁ ଏହାର ପ୍ରଭାବ ଉଣାଅଧିକେ ସମସ୍ତ ରାଶିରେ ପଡିବ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସ୍ୱାସ୍ଥ୍ୟ, ସମ୍ମାନ ପ୍ରତି ଆଞ୍ଚ ଆସିପାରେ। ଏହି ସପ୍ତାହ ରେ ଯାତ୍ରା କରିପାରନ୍ତି। ଇଣ୍ଟରନେଟ, ଇଲେକ୍ଟ୍ରୋନିକ୍ସ ସହିତ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ।

ବୃଷ ରାଜ୍ୟ ତଥା ଦେଶ ବାହାର ସହିତ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ସମୟ। ତେବେ ଏ ସମୟରେ ଅଯଥା ଖର୍ଚ୍ଚ ହେଇପାରେ, ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଆବଶ୍ୟକ ହେଲେ କିଛି ନିଷ୍ପତ୍ତିକୁ ସ୍ଥଗିତ କରନ୍ତୁ।

ମିଥୁନ ଆର୍ଥିକ ଦୃଷ୍ଟିକୋଣରୁ ଲାଭ ହେଇପାରେ ବା ଅଟକିଥିବା ପଇସା ମିଳିପାରେ। ନୂଆ ସମ୍ବନ୍ଧ ସ୍ଥାପନ ହେବ ଓ ଆଗକୁ ଲାଭ ମିଳିପାରେ। କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଅନିୟମିତ ଚାକିରୀ ନିୟମିତ ହୋଇପାରେ।

କର୍କଟ : କୌଣସି ପୁରୁଣା ଯୋଜନା ବା ନିଷ୍ପତ୍ତି କାର୍ଯ୍ୟକାରୀ କରିବେ ଓ ଏଥିରେ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ।ଛାତ୍ରଛାତ୍ରୀମାନେ ସଫଳତା ପାଇ ପାରନ୍ତି। ସବୁ ସ୍ଥିତିକୁ ସକରାତ୍ମକ ଭାବେ ଦେଖନ୍ତୁ।

ସିଂହ ଚଳିତ ସପ୍ତାହରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।କୌଣସି ବିଷୟରେ ନିଷ୍ପତ୍ତି ନେବା ଆଗରୁ କିଛି ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଶିକ୍ଷା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସମୟ।

କନ୍ୟା : ଚଳିତ ସପ୍ତାହରେ କୌଣସି ବିବାଦ ବା ଦ୍ଵିବିଧା ଆପଣଙ୍କୁ ଅସୁବିଧାରେ ପକାଇପାରେ। ତେବେ ସମ୍ପୂର୍ଣ୍ଣ ଆତ୍ମବିଶ୍ଵାସର ସହିତ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ।

ତୁଳା : ଏ ସପ୍ତାହରେ ଆପଣଙ୍କ ଅତିରିକ୍ତ ଆୟର ମାର୍ଗ ଖୋଲିବ ବା ପୁରୁଣା ପଇସା ଫେରିପାଇବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ତେବେ ଲକ୍ଷ୍ୟ ପ୍ରାପ୍ତିରେ ସଫଳ ହେବେ।

ବିଛା : ଏ ସପ୍ତାହରେ ଧନ ଓ ସମ୍ମାନ ଲାଭ ଯୋଗ ରହିଛି। ବ୍ୟବସାୟିବର୍ଗଙ୍କ ପାଇଁ ଧନଲାଭର ବିଶେଷ ସମୟ। ପରିବାରରେ ବିବାଦ ରହିପାରେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାସଦେଇପାରେ।

ଧନୁ : ଆଗାମୀ ସାତଦିନ ଆପଣଙ୍କ ପାଇଁ ଖୁସିବାସର ସମୟ।କୌଣସି ନୂଆ ଯୋଜନାରେ ଅର୍ଥନିବେଶ କରିପାରନ୍ତି। ତେବେ ଏ ସମୟ ଖର୍ଚ୍ଚ ବଢିବାର ସମୟ, ଦେଖିଚାହିଁ ଖର୍ଚ୍ଚ କରନ୍ତୁ। 

ମକର : କର୍ମକ୍ଷେତ୍ରରେ ସମ୍ମାନ ଓ ଅଧିକ ଗୁରୁତ୍ବପୂର୍ଣ୍ଣ କାମ ମିଳିପାରେ, ତେବେ ବିରୋଧୀ ହଇରାଣ କରିପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ଉତ୍ତମ। ଏହି ସମୟରେ ଧାରକରଜ ଦିଅନ୍ତୁ ନାହିଁ।

କୁମ୍ଭ : ଏ ସପ୍ତାହ ବୁଦ୍ଧିଜୀବୀଙ୍କ ପାଇଁ ଭଲ ସମୟ। ସଙ୍ଗସାଥୀଙ୍କ ଠାରୁ ସାହାଯ୍ୟ ମିଳିବା ସହିତ ପୁରୁଣା ପଇସା ଫେରିପାଇବେ। ପ୍ରେମ ସମ୍ବନ୍ଧ ଉତ୍ତମ ରହିବ । ଅଚାନକ ଯାତ୍ରା ଯୋଗ ରହିଛି।

ମୀନ : କୌଣସି ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ବନ୍ଦ ହୋଇପାରେ। ଖର୍ଚ୍ଚ ବଢିବ ଯୋଗୁଁ ମନ ଅଶାନ୍ତ ରହିବ, ଏଣୁ ସଂଯମତା ରଖନ୍ତୁ ।ନିଜ ସ୍ୱାସ୍ଥ୍ୟ ସହିତ ମା'ଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବେ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon