• ବେତାର ବ୍ୟୁରୋ

ଜିଓ କଲ ରିଚାର୍ଜ କଲେ ମିଳିବ ମାଗଣା ଇଣ୍ଟରନେଟ :ଜାଣନ୍ତୁ ପ୍ଲାନ


(ବେତାର ବ୍ୟୁରୋ) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ଜିଓରୁ ମାଗଣା କଲ ସେବାକୁ ବନ୍ଦ କରାଯାଇଛି। ଅର୍ଥାତ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଆଉଟଗୋଇଙ୍ଗ କଲ କରିବା ଲାଗି ଶୁଳ୍କ ଗଣିବାକୁ ପଡ଼ିବ ।  

ତେବେ ଯେଉଁ ଗ୍ରାହକ ମାନେ କଲ କରିବା ପାଇଁ ଟପ ଅପ ରିଚାର୍ଜ କରିବେ ସେମାନଙ୍କୁ ଜିଓ ତରଫରୁ ଇଣ୍ଟରନେଟ ଡାଟା ମାଗଣାରେ ପ୍ରଦାନ କରାଯିବ। ଜିଓ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ ଅନ୍ୟ ଅପରେଟରଙ୍କ ନମ୍ବରକୁ କଲ କଲେ ମିନିଟ୍ ପିଛା ୬ ପଇସା ଦେବାକୁ ପଡ଼ିବ । ଆଉଟ୍ ଗୋଇଙ୍ଗ କଲ କରିବା ଲାଗି ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଟପ୍‌ ଅପ୍‌ ଭାଉଚର କିଣିବାକୁ ପଡ଼ିବ । କଲ ବଦଳରେ ମାଗଣା ଇଣ୍ଟରନେଟ

ଏହି ଟପ୍ ଅପ୍ ଯଥାକ୍ରମେ 10, 20, 50 ଓ 100 ଟଙ୍କାରେ ଉପଲବ୍ଧ ହେବ । ଦଶ ଟଙ୍କିଆ ଭାଉଚରରେ ଗ୍ରାହକମାନେ କଲ ପାଇଁ 124 ମିନିଟ୍ ଓ 1 ଜିବି ମାଗଣା ଡାଟା ପାଇବେ । ସେହିପରି 20 ଟଙ୍କିଆ ଭାଉଚର କିଣିଲେ ସେମାନଙ୍କୁ କଲ ପାଇଁ 249 ମିନିଟ୍ ଓ 2 ଜିବି ଡାଟା ମାଗଣାରେ ମିଳିବ । ପଚାଶ (50) ଟଙ୍କିଆ ଭାଉଚରର କଲ ପାଇଁ 656 ମିନିଟ୍ ଓ 5 ଜିବି ଡାଟା ମିଳିବ । 100 ଟଙ୍କିଆ ଭାଉଚର ରିଚାର୍ଜ କଲେ ଗ୍ରାହକମାନେ କଲ କରିବା ଲାଗି 1362 ମିନିଟ୍ ଓ 10 ଜିବି ଡାଟା ମାଗଣାରେ ପାଇପାରିବେ । ତେବେ ଜିଓ ତାର ଗ୍ରାହକଙ୍କଠାରୁ ଅନ୍ୟ ନମ୍ବରକୁ କଲ କରିବା ବେଳେ ମିନିଟ୍ ପିଛା ୬ ପଇସାର ଶୁଳ୍କ ଆଦୟ କରିବ ବୋଲି ଘୋଷଣା କରିଛି । ଜିଓରୁ ଜିଓ ଫୋନ କୁ କଲ ଗଲେ କୌଣସି ପଇସା କଟିବ ନାହିଁ। ବର୍ତ୍ତମାନ ପ୍ଲାନ ପାଇଁ ଲାଗୁହେବ ନାହିଁ

ଜିଓର ଏହି ନୂତନ କଲ ଟପ ଅପ ଆପଣଙ୍କର ଆଗାମୀ ରିଚାର୍ଜରେ ଲାଗୁ ହେବ। ଅର୍ଥାତ ଯଦି ଆପଣ ଅକ୍ଟୋବର 10 ତାରିଖ ପୂର୍ବରୁ 28 ଦିନିଆ ବା 84 ଦିନିଆ ରିଚାର୍ଜ କରେଇ ନେଇ ସାରିଛନ୍ତି, ତେବେ ଆପଣ ଅନ୍ୟ ମୋବାଇଲ ନମ୍ବରକୁ କଲ କଲେ କୌଣସି ପଇସା କଟିବ ନାହିଁ। ହେଲେ ଆପଣ ଆଗକୁ ଯେବେ ରିଚାର୍ଜ କରିବେ ସେବେଠାରୁ କଲ ଟପ ଅପ ରିଚାର୍ଜ କରେଇବାକୁ ପଡିବ।

#news #technews #Jio

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon