• ବେତାର ବ୍ୟୁରୋ

ରାଶିଫଳ ଅକ୍ଟୋବର 14-20 : ଏ ସପ୍ତାହରେ ଦୁଇ ଶୁଭ ଓ ଦୁଇ ଅଶୁଭ ଯୋଗ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ବୃହସ୍ପତି ଓ ମଙ୍ଗଳ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡ଼ୁଥିବାରୁ ଗଜକେଶରୀ ଓ ମହଲଷ୍ମୀ ନାମରେ ଦୁଇଟି ଶୁଭ ଗ୍ରହ ସୃଷ୍ଟି ହେଉଛି।

ତେବେ ଶନି ଓ ରାହୁ-କେତୁ ଦୃଷ୍ଟିରେ ରହୁଥିବା କାରଣରୁ ଚନ୍ଦ୍ର ପୀଡିତ ମଧ୍ୟ ଏହି ସପ୍ତାହରେ ରହିବେ। ଏହା ଫଳରେ କିଛି ରାଶି ଙ୍କୁ ଫାଇଦା ମିଳିବା ବେଳେ ଅନ୍ୟ ରାଶି ଅସୁବିଧାରେ ରହିବେ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ- କର୍ମକ୍ଷେତ୍ରରେ କଠିନ ସମୟ, ପ୍ରତିଯୋଗିତା ବୃଦ୍ଧି ପାଇବ। ସପ୍ତାହ ମଝି-କୌଣସି ଘଟଣାକୁ ନେଇ ଜିଦ କରିପାରନ୍ତି। ସପ୍ତାହ ଶେଷ - ଧୈର୍ଯ୍ୟ ରଖନ୍ତୁ, କିଛି କାମ ସପ୍ତାହ ଶେଷ ଆଡକୁ ସଫଳ ହେଇପାରେ।

ବୃଷ : ସପ୍ତାହ ଆରମ୍ଭ- କାହା ପ୍ରତି ବିଶ୍ଵାସ ଭାଙ୍ଗିପାରେ, ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସପ୍ତାହ ମଝି-କୌଣସି ଘଟଣାରେ ବିରକ୍ତ ହୋଇ ମନ ଖରାପ କରିପାରନ୍ତି। ସପ୍ତାହ ଶେଷ - ଖର୍ଚ୍ଚ ବୃଦ୍ଧି ପାଇବ।

ମିଥୁନ : ସପ୍ତାହ ଆରମ୍ଭ- ପରିବାରରେ ବିବାଦ ହେଇପାରେ। ସପ୍ତାହ ମଝି-ଅଯଥା ଖର୍ଚ୍ଚ ଓ ଅସୁବିଧା ହେଇପାରେ। ସପ୍ତାହ ଶେଷ - ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

କର୍କଟ : ସପ୍ତାହ ଆରମ୍ଭ- ଭାବିଥିବା କାମ ପୂରଣ ହେବ । ସପ୍ତାହ ମଝି-କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେଇପାରେ। ସପ୍ତାହ ଶେଷ - ଋତୁକାଳୀନ ସ୍ୱାସ୍ଥ୍ୟ ସମସ୍ୟା ହେଇପାରେ।

ସିଂହ : ସପ୍ତାହ ଆରମ୍ଭ- ଚାକିରିଆ ତଥା ବ୍ୟବସାୟୀ ଭୁଲ ବୁଝାମଣାର ଶିକାର ହେବେ। ସପ୍ତାହ ମଝି- ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିବ। ସପ୍ତାହ ଶେଷ - କୌଣସି କାମ ସଫଳ ନ ହେଇପାରେ, ଅନେକ ଲୋକଙ୍କ ପରାମର୍ଶ ନିଅନ୍ତୁ।

କନ୍ୟା : ସପ୍ତାହ ଆରମ୍ଭ- ବ୍ୟବସାୟୀଙ୍କୁ ଲାଭ ହେଇପାରେ ।ସପ୍ତାହ ମଝି-ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ। ସପ୍ତାହ ଶେଷ - କୌଣସି ବଡ଼ ନିର୍ଣ୍ଣୟ ନେବାକୁ ଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ତୁଳା : ସପ୍ତାହ ଆରମ୍ଭ- ଭାବିଥିବା କାମ ପୂର୍ଣ୍ଣ କରିବାକୁ ସମୟ ଲାଗିବ ।ସପ୍ତାହ ମଝି-ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ। ସପ୍ତାହ ଶେଷ - କୌଣସି ବଡ଼ ନିର୍ଣ୍ଣୟ ନେବାକୁ ଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବିଛା : ସପ୍ତାହ ଆରମ୍ଭ- କୌଣସି ବ୍ୟକ୍ତି ବା ସଂଗଠନ ସହିତ ଜଡିତ ହୋଇଥିଲେ ସେ ନେଇ ମାନସିକ ସ୍ଥିତି ଅସ୍ପଷ୍ଟ ରହିବ । ସପ୍ତାହ ମଝି-ଦାମ୍ପତ୍ୟ ଜୀବନ ଅତି ସାଧାରଣ ରହିବ । ସପ୍ତାହ ଶେଷ - ସ୍ଥିତିରେ ସାମାନ୍ୟ ଉନ୍ନତି ହେଇପାରେ।

ଧନୁ : ସପ୍ତାହ ଆରମ୍ଭ- କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ବିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। ସପ୍ତାହ ମଝି-ପରିବାରରେ ବିବାଦ ଦେଖାଦେଇପାରେ। ସପ୍ତାହ ଶେଷ - ସ୍ଥିତିରେ ଉନ୍ନତି ହେଇପାରେ।

ମକର : ସପ୍ତାହ ଆରମ୍ଭ- ବନ୍ଧୁ ବା ପରିଚିତଙ୍କ ଠାରୁ ଠିକଣା ସମୟରେ ସାହାଯ୍ୟ ନ ମିଳିବାରୁ ମନ ଖରାପ କରିବେ। ସପ୍ତାହ ମଝି-ଜୀବନସାଥୀଙ୍କ ସହିତ ସମୟ ଭଲରେ ବିତିବ। ସପ୍ତାହ ଶେଷ - ପୁରୁଣା କାମ ଆରମ୍ଭ କରିପାରନ୍ତି।

କୁମ୍ଭ : ସପ୍ତାହ ଆରମ୍ଭ- କୌଣସି ଜିନିଷ ବା ଜାଗା କ୍ରୟ କରିବେ ଓ ମାନସମ୍ମାନ ପ୍ରାପ୍ତ ହେବ । ସପ୍ତାହ ମଝି- ପୁରୁଣା ବନ୍ଧୁ ବା ପରିଚିତଙ୍କ ସହିତ ସାକ୍ଷାତ ହେଇପାରେ। ସପ୍ତାହ ଶେଷ - ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ।

ମୀନ : ସପ୍ତାହ ଆରମ୍ଭ- କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । ସପ୍ତାହ ମଝି- ସମୟ ଭଲ ରହିବ ଓ ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ସପ୍ତାହ ଶେଷ - ପ୍ରତ୍ୟେକ କାମକୁ ଟିକିନିଖି ଯାଞ୍ଚ କରିନିଅନ୍ତୁ ନଚେତ ଅସୁବିଧାରେ ପଡିପାରନ୍ତି।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon