• ବେତାର ବ୍ୟୁରୋ

ପ୍ରକାଶ ପାଇଲା OPSC ମ୍ୟୁନିସପାଲ ପ୍ରଶାସନ ସେବା ପରୀକ୍ଷା ତାରିଖ


(ବେତାର ବ୍ୟୁରୋ) ଓଡିଶା ରାଜ୍ୟ ଲୋକସେବା ଆୟୋଗ (OPSC) ପକ୍ଷରୁ ମ୍ୟୁନିସପାଲ ପ୍ରଶାସନ ସେବା କ୍ୟାଡର ଅଧୀନରେ ହେବାକୁ ଥିବା ଗ୍ରୁପ ଏ ଓ ଗ୍ରୁପ ବି ପଦ ପାଇଁ ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏଥିପାଇଁ ସେପ୍ଟେମ୍ବର 11 ସୁଦ୍ଧା ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁରୋଧ କରାଯାଇଥିଲା ।

ରାଜ୍ୟ ଲୋକସେବା ଆୟୋଗର ବିଜ୍ଞପ୍ତି ଅନୁସାରେ ଆସନ୍ତା ନଭେମ୍ବର 3 ତାରିଖ (ରବିବାର) ଦିନ ଦୁଇଟି ସିଟିଙ୍ଗରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଙ୍ଗ ସକାଳ 10.30 ରୁ ଆରମ୍ଭ ହେଇ 12.30ରେ ସରିବ ଓ ଦ୍ଵିତୀୟ ସିଟିଙ୍ଗ ଅପରାହ୍ନ 2ଟାରୁ ଆରମ୍ଭ ହେଇ 4ଟାରେ ସରିବ ।

ପ୍ରଥମ ସିଟିଙ୍ଗରେ ସାଧାରଣ ଜ୍ଞାନ-ପେପର 1 ଓ ଦ୍ଵିତୀୟ ସିଟିଙ୍ଗରେ ସାଧାରଣ ଜ୍ଞାନ ପେପର 2 ଅନୁଷ୍ଠିତ ହେବ ।

ଏହି ପରୀକ୍ଷା ରାଜ୍ୟର ପାଞ୍ଚଟି ସ୍ଥାନ ଯଥା ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଅନୁଷ୍ଠିତ ହେବ ।

ଏହି ପଦ ପାଇଁ ଲିଖିତ ଓ ମୌଖିକ ଭାବେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ଲିଖିତ ପରୀକ୍ଷାରେ ଦୁଇଟି ସାଧାରଣ ଜ୍ଞାନ ବିଷୟରେ ପ୍ରଶ୍ନପତ୍ର ରହିବ ଓ ପ୍ରତିଟି ପ୍ରଶ୍ନପତ୍ରର ମୂଲ୍ୟ ୨୦୦ ମାର୍କ ରହିବ ।

ସୂଚନାଯୋଗ୍ୟ ଯେ ଓପିଏସସିର ଅନ୍ୟାନ୍ୟ ଗେଜେଟେଡ ଅଫିସର ପରୀକ୍ଷା ଯଥା ଟାଉନ ପ୍ଲାନର ପାଇଁ ଲିଖିତ ପରୀକ୍ଷା ତାରିଖ ନଭେମ୍ବର 10 (ରବିବାର), ଓଡିଶା କୃଷି ଓ ଖାଦ୍ୟ ସେବାର ଇଂଜିନିୟର ପଦ ପାଇଁ ପରୀକ୍ଷା ନଭେମ୍ବର 17 ତାରିଖ (ରବିବାର)ରେ ଅନୁଷ୍ଠିତ ହେବ।

ଅଗଷ୍ଟରେ ବିଜ୍ଞପ୍ତି

ରାଜ୍ୟରେ ମ୍ୟୁନିସିପାଲିଟି ପ୍ରଶାସନିକ ସେବାର ମୋଟ ୨୮ଟି ପଦବୀରେ ନିଯୁକ୍ତି ନିମନ୍ତେ ଲୋକ ସେବା ଆୟୋଗ ଚଳିତ ଅଗଷ୍ଟ ମାସରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହି ପରୀକ୍ଷାରେ ପାଇଁ ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ କ୍ୟାଡର ମିଳିତ ଭାବେ ସମୁଦାୟ ୨୮ଟି ପଦ ପାଇଁ ନିଯୁକ୍ତି ହେବ ।

ଗ୍ରୁପ ‘ଏ’ ରେ ଆସିଷ୍ଟାଣ୍ଟ ଡିରେକ୍ଟର ଓ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଆସିଷ୍ଟାଣ୍ଟ କମିଶନର ପାଇଁ ପାଞ୍ଚଟି ପଦ ଥିବା ବେଳେ ଚିଫ ଏକ୍ସିକ୍ୟୁଟିଭ ଅଫିସର ପାଇଁ ଚାରୋଟି ଓ ଏନଫୋର୍ସମେଣ୍ଟ ଅଫିସର ପାଇଁ ତିନୋଟି ପଦ ଥିବା ସୂଚନା ରହିଛି ।

ସେଭଳି ଗ୍ରୁପ ‘ବି’ ରେ ଏକ୍ସିକ୍ୟୁଟିଭ ଅଫିସର ପଦବୀ ପାଇଁ ସମୁଦାୟ ୧୬ଟି ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ଏହି ପଦବୀରେ ନିଯୁକ୍ତି ନିମନ୍ତେ ସରକାରୀ ନିୟମ ମୁତାବକ ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ନୀତି ଲାଗୁହେବ ।

#GovtJobs #OPSC #jobs #exams

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon