• ବେତାର ବ୍ୟୁରୋ

ଅଯୋଧ୍ୟା ମାମଲା : ମୁସଲିମ ପକ୍ଷ ମାମଲା ପ୍ରତ୍ୟାହାର କରିବାକୁ ରାଜି, ରଖିଲେ ଏହି ସବୁ ସର୍ତ୍ତ


(ବେତାର ବ୍ୟୁରୋ) ବୁଧବାର ଦିନ ଅପରାହ୍ନରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହେଇଥିବା ପରେ ଏହାର ବିଚାର ଆସିବାକୁ ଆହୁରି ମାସେ ସମୟ ଲାଗିବ । ତେବେ ମୁସଲିମ ପକ୍ଷ ବିଚାର ଆସିବା ଆଗରୁ କେସ ପ୍ରତ୍ୟାହାର କରିନେବେ ବୋଲି ଏକ ଉଡା ଖବର ଶୁଣିବାକୁ ମିଳିଥିଲା।

ଗୁରୁବାର ଏ ସଂକ୍ରାନ୍ତରେ କିଛି ଗଣମାଧ୍ୟମ ସୁନ୍ନୀ ୱାକଫ ବୋର୍ଡର କର୍ମକର୍ତ୍ତାଙ୍କୁ ପଚାରି ଏଭଳି ରିପୋର୍ଟ ମିଛ ବୋଲି ପ୍ରକାଶ କରିଥିଲେ । ତେବେ ପରେ ଜଣା ପଡିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ମୁସଲିମ ପକ୍ଷ ପ୍ରଥମେ ଏହି ଖବରକୁ ଖଣ୍ଡନ କରିଥିଲେ ଓ ମାମଲା ପ୍ରତ୍ୟାହାର କରିବା କଥା ସତ ।

ପ୍ରତ୍ୟାହାର ସର୍ତ୍ତ

ଅଯୋଧ୍ୟାର ଭଙ୍ଗ ବାବରୀ ମସଜିଦ ଜମିର ମାଲିକାନା ପାଇଁ କେସ ଲଢୁଥିବା ସୁନ୍ନୀ ୱାକଫ ବୋର୍ଡ ମାମଲା ପ୍ରତ୍ୟାହାର ପାଇଁ ପ୍ରାୟ ତିନି ମାସ ଆଗରୁ ମଧ୍ୟସ୍ଥତା କମିଟିକୁ ପ୍ରସ୍ତାବ ଦେଇଥିଲା । ତେବେ ଏହାକୁ ସାର୍ବଜନୀନ ନ କରିବା ପାଇଁ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଏହାକୁ ପ୍ରଘଟ କରାଯାଇ ନ ଥିଲା ।

ବୁଧବାର ଶୁଣାଣି ଶେଷ ହେବା ପରେ ମଧ୍ୟସ୍ଥତା କମିଟିକୁ ସୁନ୍ନୀ ବୋର୍ଡ ଦେଇଥିବା ପ୍ରସ୍ତାବ ସାମ୍ନାକୁ ଆସିଛି । ଏଥିରେ ବୋର୍ଡ ବାବରୀ ମସଜିଦ ଜମିର ମାଲିକାନା ହକ କେସ ପ୍ରତ୍ୟାହାର କରିବା ବଦଳରେ ତିନୋଟି ସର୍ତ୍ତ ପୂରଣ ଚାହିଁଛି ।

ଏହି ସର୍ତ୍ତାବଳୀ ଅନୁସାରେ 1) ମୁସଲିମମାନଙ୍କୁ ଦେଶର କିଛି ପୁରାତନ ମସଜିଦ (1947 ପୂର୍ବରୁ ନିର୍ମିତ)ରେ କରିବାର ଅନୁମତି ଭାରତୀୟ ପ୍ରତ୍ନକ୍ଷଣସଂସ୍ଥା ଦ୍ଵାରା ପ୍ରଦାନ 2), ଅଯୋଧ୍ୟାରେ ରୁଗ୍ଣ ମସଜିଦର ପୁର୍ନରୁଦ୍ଧାର ପାଇଁ ଆର୍ଥିକ ସହାୟତା ତଥା ବାବରୀ ବଦଳରେ ଅନ୍ୟ ସ୍ଥାନରେ ଏକ ସୁନ୍ଦର ମସଜିଦ ନିର୍ମାଣ ପାଇଁ ଆବଶ୍ୟକୀୟ ସହାୟତା 3) 1991 ମସିହାରେ ଆସିଥିବା ଅଧ୍ୟାଦେଶ ବଳରେ ଦେଶର ସବୁ ଧାର୍ମିକ ସ୍ଥଳକୁ ଅନ୍ୟ କୌଣସି ସ୍ଥାନରେ ପରିବର୍ତ୍ତନ ନ କରିବାର ପ୍ରତିଶ୍ରୁତି (ବାବରୀ ଭିନ୍ନ) –ଇତ୍ୟାଦିର ଦାବି ରଖାଯାଇଛି ।

ତେବେ ମଧ୍ୟସ୍ଥତା କମିଟିକୁ ଦିଆଯାଇଥିବା ଏହି ଦାବିରେ ଅଯୋଧ୍ୟା ଜମି ପାଇଁ କେସ ଲଢୁଥିବା ନିରମୋହୀ ଆଖଡା ଓ ବିଶ୍ଵ ହିନ୍ଦୁ ପରିଷଦ ଦସ୍ତଖତ କରି ନ ଥିଲେ । ତେଣୁ ଏହିସବୁ ସର୍ତ୍ତାବଳିର ବାସ୍ତବ ସ୍ଥିତି ଏବେ ସୁପ୍ରିମ କୋର୍ଟ ହାତରେ । ଯଦି ରାମମନ୍ଦିର ନିର୍ମାଣ ପକ୍ଷ ଏଥିରେ ରାଜି ହୁଅନ୍ତି , ତେବେ ଏହି ବିବାଦର ଅନ୍ତ ହୋଇପାରେ ।

#News #Ayodhya #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon