• (ବେତାର ବ୍ୟୁରୋ

ଭାରତରେ ପ୍ରସ୍ତୁତ ହେଲା ବିଶ୍ଵର ସବୁଠୁ ଦାମୀ ଚକୋଲେଟ : ଦାମ ଶୁଣିଲେ ନିଦ ହଜିଯିବ


(ବେତାର ବ୍ୟୁରୋ) ସିଗାରେଟ ଠାରୁ ଆରମ୍ଭ କରି ଖାଇବା ତେଲ ତଥା ହୋଟେଲ ବ୍ୟବସାୟ କରୁଥିବା ବ୍ୟବସାୟିକ ସଂସ୍ଥା ଆଇଟିସି ନିକଟରେ ଏପରି ଏକ ଚକୋଲେଟ ବଜାର।ପ୍ରବେଶ କରାଇଛି ଯାହାର ଦାମ ବିଶ୍ବରେ ସର୍ବାଧିକ। କମ୍ପାନୀ ତରଫରୁ ଜାରି କରାହୋଇଥିବା ଏକ ପ୍ରେସ ନୋଟ ରେ କୁହାଯାଇଛି ଯେ ଏହି 'ଟ୍ରିଫଲ' ବ୍ରାଣ୍ଡର ଚକୋଲେଟ ଦାମ କିଲୋ ପିଛା 4,30,000 ଟଙ୍କା ରଖାଯାଇଛି। ତେବେ ଏହା କିଲୋ ଆକାରରେ ନୁହଁ ବରଂ 15 ଗ୍ରାମର ଛୋଟ ପିସ୍ ଆକାରରେ 15ଟି ପିସର ଏକ ସେଟ ରେ ମିଳିବ, ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ରଖାଯାଇଛି। ଏହି ଚକଲେଟକୁ ଫ୍ରାନ୍ସର ନାମୀ ସେଫ ପ୍ରସ୍ତୁତ କରିଛନ୍ତି। ଏହାର ଦାମ ପ୍ରକାଶ କରିବା ପରେ ଚକୋଲେଟଟି ଗିନିଜ ବୁକ ଅଫ ରେକର୍ଡ଼ରେ ବିଶ୍ବର ସବୁଠୁ ବ୍ୟୟବହୁଳ ଚକୋଲେଟର ମାନ୍ୟତା ପାଇଛି।

କଣ ରହିଛି ବିଶେଷତ୍ବ ଏହି ଚକୋଲେଟ କେବଳ ସୀମିତ ଦିନ ପାଇଁ ଉପଲବ୍ଧ ହେବ ଓ ଗ୍ରାହକ ମାନେ ଅର୍ଡର ଦେବା ପରେ ହିଁ ଏହାକୁ ପ୍ରସ୍ତୁତ କରାଯିବ। ଭାରତର ଧନୀକ ଓ ସମ୍ଭ୍ରାନ୍ତ ପରିବାରକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିବା ଏହି ଚକୋଲେଟ ଆଫ୍ରିକାର ଘାନା ଦେଶର ସର୍ବୋତ୍କୃଷ୍ଟ କୋକଆ ରୁ ପ୍ରସ୍ତୁତ ହେଇଚି ବୋଲି କମ୍ପାନୀ ଦାବି କରୁଛି। ଚକୋଲେଟ ପ୍ରସ୍ତୁତିରେ କୋକଆ ଏକ ମୁଖ୍ୟ ଉପାଦାନ। ଏଣୁ ଏହାର ମାନ ବା କ୍ବାଲିଟି ଉପରେ ଚକଲେଟର ସ୍ୱାଦ ନିର୍ଭର କରିଥାଏ। ଆଇଟିସି ତରଫରୁ କୁହାଯାଇଛି ଯେ ସର୍ବୋତ୍କୃଷ୍ଟ କୋକଆ ପାଇବା ନିମନ୍ତେ ଖୋଦ ସେଫ୍ ନିଜେ ଭ୍ରମଣ କରି ସେଠାରୁ ଏହି ଫଳକୁ ବାଛି ଆଣିଛନ୍ତି, ଯାହା ସର୍ବୋତ୍ତମ ସ୍ୱାଦ ପ୍ରଦାନ କରିବ। ତେବେ ଏହି ଚକଲେଟର ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀକୁ ଗୁପ୍ତ ରଖାଯାଇଛି।

#Luxury #Chocolate #ITC

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon