• ବେତାର ବ୍ୟୁରୋ

ବିସିସିଆଇ : ଭାରତୀୟ କ୍ରିକେଟ ପାଇଁ ରାସ୍ତା ପ୍ରସ୍ତୁତ, ଏହି ଖେଳାଳୀ ଧୋନୀଙ୍କ ଉତ୍ତରାଧିକାରୀ


(ବେତାର ବ୍ୟୁରୋ) ଆସନ୍ତା ନଭେମ୍ବର ମାସରୁ ଭାରତରେ ଖେଳା ହେବାକୁ ଥିବା ବଙ୍ଗଳାଦେଶ ବିପକ୍ଷରେ ଟି20 ସିରିଜରୁ ବିରାଟ କୋହଲି ତଥା ମହେନ୍ଦ୍ର ସିଂ ଧୋନୀ ବାଦ ପଡିଛନ୍ତି । ଏ ନେଇ ଗୁରୁବାର ବିସିସିଆଇ ଖେଳାଳି ତାଲିକା ଘୋଷଣା କରିବା ପରେ ଚୟନକର୍ତ୍ତା ଏ ବିଷୟରେ ମୁହଁ ଖୋଲିଛନ୍ତି ।

କ୍ରୀଡା ସାମ୍ବାଦିକଙ୍କ ସହିତ ବାର୍ତ୍ତାଳାପ ଅବସରରେ ମୁଖ୍ୟ ଚୟନକର୍ତ୍ତା ଶୁକ୍ରବାର କହିଥିଲେ କି “ଏବେ ଆମର ନଜର ରିଷଭ ପନ୍ଥଙ୍କ ଉପରେ ରହିଛି । ଏହାବାଦ ସଞ୍ଜୁ ସମସନ ମଧ୍ୟ ପଦାର୍ପଣ କରିବେ । ମୋ ମତରେ ଆପଣnku ଆମର ଟି20 କ୍ରିକେଟକୁ ନେଇ ଭବିଷ୍ୟତରେ ଥିବା ଯୋଜନା ସମ୍ପର୍କରେ ଆଭାସ ମିଳିସାରିଥିବା ।

ଏହାପରେ ଧୋନୀଙ୍କସମ୍ପର୍କରେ ସେ କହିଥିଲେ ଯେ “ ଋଷଭ ପନ୍ଥ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରକୃତ ଉତ୍ତରାଧିକାରୀ । ଆମେ ଏବେ ପନ୍ଥଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛୁ । “

ଆସନ୍ତା ଟି20 ସିରିଜରୁ କୋହଲି ବାଦ ପଡିଥିଲେ ମଧ୍ୟ ବଙ୍ଗଳାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେ କ୍ୟାପଟେନ ରହିବେ ।

ଆଗକୁ ରାସ୍ତା ପ୍ରସ୍ତୁତ

ଭବିଷ୍ୟତରେ ଭାରତୀୟ କ୍ରିକେଟର ଚେହେରାରେ କିଏ କିଏ ସାମିଲ ହେବେ ଏ ନେଇ ବିସିସିଆଇ ଯୋଜନା ପ୍ରସ୍ତୁତ କରିସାରିଛି । ଭବିଷ୍ୟତର ଟିମରେ ଧୋନୀ ରହିବେ କି ନା ସେ ବିଷୟରେ ସ୍ପଷ୍ଟ ଭାବେ କିଛି କହି ନ ଥିଲେ ମଧ୍ୟ ଇଶାରାରେ ଜଣାଇଦେବାକୁ ଚାହିଁଛନ୍ତି ।

ମୁଖ୍ୟ ଚୟନକର୍ତ୍ତା ଏମ ଏସ କେ ପ୍ରସାଦ କହିଛନ୍ତି,” ଧୋନୀ ଆଗକୁ ଘରୋଇ କ୍ରିକେଟ ଖେଳିବେ କି ସନ୍ୟାସ ନେବେ ତାହା ତାଙ୍କ ଇଛା ଉପରେ ନିର୍ଭର କରେ । ତେବେ ଆମର ଭବିଷ୍ୟତ ପାଈଁ ରାସ୍ତା ତିଆରି ସରିଛି । “

ସୂଚନାଯୋଗ୍ୟ ଯେ ଧୋନୀଙ୍କ ଭବିଷ୍ୟତ ଉପରେ ବିସିସିଆଇ ଚେୟାରମ୍ୟାନ ଗାଙ୍ଗୁଲୀ, ମୁଖ୍ୟ ସମ୍ପାଦକ ଜୟ ଶାହଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି ଓ ଚୟନ କର୍ତ୍ତା ସମିତିର ଅଲଗା ଏକ ବୈଠକ ବସିଥିଲା । ଏଥିରେ କୋଚ ରବି ଶାସ୍ତ୍ରୀଙ୍କୁ ସାମିଲ କରାଯାଇ ନ ଥିଲା ।

#IndiaCricket #msdhoni #viratkohali

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon