• (ବେତାର ବ୍ୟୁରୋ

ପୁରୁଷ ଫେଶନ : ଦୀପାବଳୀରେ ଟ୍ରାଏ କରନ୍ତୁ ଏହି ଡ୍ରେସିଂ ଷ୍ଟାଇଲ


(ବେତାର ବ୍ୟୁରୋ) ଦୀପାବଳୀର ପୂଜା ଅତି ଖାସ।ଭାରତର ଯେଉଁ କୋଣ ଅନୁକୋଣରେ ଆପଣ ରୁହନ୍ତୁ, ଏହି ପର୍ବ ଆପଣଙ୍କୁ ପାଳନ କରିବାକୁ ହେଇଥାଏ।

ଯଦି ଆପଣ ବନ୍ଧୁବାନ୍ଧବଙ୍କ ଘରକୁ ଯାଉଛନ୍ତି ବା ଘରକୁ କେହି କୁଣିଆ ଆସୁଛନ୍ତି,କିମ୍ବା କଲୋନୀ/ସୋସାଇଟିରେ ପର୍ବପାଳନ କରୁଛନ୍ତି, ସେହି ଅବସରରେ ନିଜକୁ ସଜେଇ ହେବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ଏହି ପର୍ବର ସ୍ମୃତି ରଖିବାକୁ ଚାହୁଁଛନ୍ତି ତେବେ ଏହି ଅବସରରେ ନିଜକୁ ଆକର୍ଷଣୀୟ କରି ଫଟୋ ଉଠାଇବାର ମଉକା ଛାଡ଼ନ୍ତୁ ନାହିଁ।

ତେବେ ପୂଜା ପାଇଁ ଯଦି ଆପଣ ବେଶୀ କିଣାକିଣି କରିବାକୁ ଚାହୁଁ ନାହାନ୍ତି, ତେବେ କମ ଖର୍ଚ୍ଚରେ କିଭଳି ଆକର୍ଷଣୀୟ ଲୁକ ପାଇପାରିବେ ସେଥିପାଇଁ ଦେଖନ୍ତୁ କିଛି ଷ୍ଟାଇଲ ଟିପ୍ସ।

ଟାଇଟ ଜାକେଟ

ଏହି ଜାକେଟର ବିଶେଷତ୍ବ ହେଲା ଏହା ଯେ କୌଣସି ଅବସରରେ ଆପଣଙ୍କୁ ଏକ ଷ୍ଟାଇଲିଶ ଲୁକ ଦେଇଥାଏ। ଏହାକୁ ଆପଣ ଫର୍ମାଲ ସାର୍ଟ କିମ୍ବା କୁର୍ତ୍ତା ଉପରେ ମଧ୍ୟ ପିନ୍ଧି ପାରିବେ।

ତେବେ ଏହା ସହିତ କେଉଁ ରଙ୍ଗର ଓ କିଭଳି ପ୍ୟାଣ୍ଟ (ଫର୍ମାଲ, ଟ୍ରାଉଜର ଇତ୍ୟାଦି) ପିନ୍ଧିବେ ତାହା ଆପଣଙ୍କର କୁର୍ତ୍ତା ବା ସାର୍ଟ ସହିତ ଜାକେଟ ରଙ୍ଗ ଉପରେ ନିର୍ଭର କରେ। ଯଦି ଜକେଟ ରଙ୍ଗ ଅତି ଗାଢ଼ ତେବେ ହାଲୁକା ରଙ୍ଗର ପ୍ୟାଣ୍ଟ ଓ ଜାକେଟ ରଙ୍ଗ ହାଲୁକା ଥିଲେ ହାଲୁକା ରଙ୍ଗର ପ୍ୟାଂଟ ପିନ୍ଧିପାରିବେ।

ପ୍ରିଣ୍ଟ ଜାକେଟ

ପ୍ରିଣ୍ଟର ହାଇ ନେକ ଜାକେଟ ପୂଜାପର୍ବାଣୀ ଅବସର ପାଇଁ ଏକ ଉତ୍ତମ ଚଏସ। ତେବେ ଏହି ଜାକେଟକୁ ପଞ୍ଜାବୀ ପଠାଣି ସୁଟ ସହିତ ପିନ୍ଧିଲେ ଏହା ଭଲ ଲୁକ ଦେଇଥାଏ।

ତେବେ ଆପଣ ଏହାକୁ ଫର୍ମାଲ ସାର୍ଟ ଉପରେ ଓ ଟ୍ରାଉଜର ବା ନାଇଟ ସୁଟ ପ୍ୟାଂଟ ସହିତ ମଧ୍ୟ ପରିଧାନ କରିପାରିବେ।

ବିଭିନ୍ନ ଅନଲାଇନ ୱେବସାଇଟରେ ଏହା 800-900 ଟଙ୍କାରୁ ଆରମ୍ଭ ମୂଲ୍ୟରେ ଉପଲବ୍ଧ।

ଏଥନିକ କୁର୍ତ୍ତା

ଏହି କୁର୍ତ୍ତା ସବୁ ସମୟ ପାଇଁ ଏକ ଉତ୍ତମ ଚଏସ। କଟନର ହାଲୁକା କୁର୍ତ୍ତା ପୂଜା ପର୍ବ ଭଳି ଜନଗହଳି ଅବସର ପାଇଁ ଏକ ଭଲ ପରିଧାନ। ଆପଣ ନିଜ ଶରୀର ରଙ୍ଗ ଅନୁସାରେ ମ୍ୟାଚିଙ୍ଗ କରି ଏଭଳି କୁର୍ତ୍ତା କିଣିପାରିବେ। ସୁବିଧାର କଥା ହେଉଛି ଆପଣ ଏହାକୁ ନିଜର ଫର୍ମାଲ ସ୍କିନ ଫିଟିଙ୍ଗ ଜିନ୍ସ ପ୍ୟାଂଟ ସହିତ ମଧ୍ୟ ପିନ୍ଧିପାରିବେ।

ତେବେ ଏହି ଡ୍ରେସ ସହିତ ଷ୍ଟାଇଲିଶ ହାତ ଘଡି ଓ ଅପର ଡେକ ହେୟାର ଷ୍ଟାଇଲ କରିବାକୁ ଭୁଲନ୍ତୁ ନାହିଁ । ଜେଲ ସାହାଯ୍ୟରେ ଆପଣ ଘରେ ବସି ଅପର ଡେକ ହେୟାର ଷ୍ଟାଇଲ ପାଇପାରିବେ।

#Diwali #Festival #MenFashion #FashionTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon