• ବେତାର ବ୍ୟୁରୋ

ରାଶିଫଳ ଅକ୍ଟୋବର 28-ନଭେମ୍ବର 3 : ଏହି ସାତ ରାଶି ପାଇଁ ଶୁଭ ସମୟ


(ବେତାର  ବ୍ୟୁରୋ) ଏହି ସପ୍ତାହରେ ଚନ୍ଦ୍ରମା ତୁଳା ରାଶିରୁ ଯାତ୍ରା ଆରମ୍ଭ କରି ମକର ରାଶିଯାଏଁ ଯିବେ। ଏହି ସମୟ ମଧ୍ୟରେ ଚନ୍ଦ୍ରଙ୍କ ସଂଯୋଗ ସୂର୍ଯ୍ୟ, ବୃହସ୍ପତି ତଥା ଶନି ଗ୍ରହ ସହିତ ହେବ । ଫଳରେ ବାଣିଜ୍ୟ, ବ୍ୟବସାୟ ତଥା କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ। ଏହି ସମୟରେ ପ୍ରାୟ 7 ଟି ରାଶି ପାଇଁ ଶୁଭ ସମୟ ଥିବାବେଳେ ଅନ୍ୟ 5 ରାଶିପାଇଁ ସମୟ ସେତେ ଶୁଭ ନୁହେଁ। 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ। 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ :କର୍ମକ୍ଷେତ୍ରରେ ସଫଳତା ମିଳିପାରେ ,ପରିଶ୍ରମ ଜାରି ରଖନ୍ତୁ। ସପ୍ତାହ ମଝି-ଅଯଥା ଖର୍ଚ୍ଚ ଯେପରି ନ ହୁଏ ସେପ୍ରତି ଧ୍ୟାନ ଦିଅନ୍ତୁ। ସପ୍ତାହ ଶେଷ - କୌଣସି ଜରୁରୀ କାଗଜପତ୍ର / ନିୟମ ନେଇ ଅସୁବିଧାରେ ପଡିପାରନ୍ତି।

ବୃଷ ସପ୍ତାହ ଆରମ୍ଭ- କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି, ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କ ଭଲ ରହିବ। ସପ୍ତାହ ମଝି-ସମୟ ଭଲ ରହିବ, ନିଜ ଶତ୍ରୁଙ୍କ ମାତ୍ ଦେଇପାରିବେ । ସପ୍ତାହ ଶେଷ - ସ୍ୱାସ୍ଥ୍ୟ ଉତ୍ତମ ରହିବ, ମନ ପ୍ରଫୁଲ୍ଲ ରହିବ।

ମିଥୁନ :  ସପ୍ତାହ ଆରମ୍ଭ- ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସପ୍ତାହ ମଝି- ଆର୍ଥିକ ସମସ୍ୟାର ସମାଧାନ ହେବ। ସପ୍ତାହ ଶେଷ - ପରିବାରରେ ଗୁରୁଜନଙ୍କୁ ନେଇ ସମସ୍ୟା ଲାଗି ରହିପାରେ।

କର୍କଟ : ସପ୍ତାହ ଆରମ୍ଭ- କୌଣସି ନା କୌଣସି ସମସ୍ୟା ଲାଗିରହିପାରେ, ଖାଇବାପିଇବା ପ୍ରତି ଯତ୍ନ ନିଅନ୍ତୁ। ସପ୍ତାହ ମଝି-ଚାକିରିଆମାନଙ୍କ ପାଇଁ ଉତ୍ତମ ସମୟ, ଗୁରୁଦାୟିତ୍ବ ମିଳିପାରେ। ସପ୍ତାହ ଶେଷ -କୌଣସି କାର୍ଯ୍ୟରେ ଅଥବା ମନୋରଞ୍ଜନ ପାଇଁ ଯାତ୍ରା କରିପାରନ୍ତି।

ସିଂହ :  ସପ୍ତାହ ଆରମ୍ଭ- ଚାକିରିଆ ତଥା ବ୍ୟବସାୟୀଙ୍କ ସମୃଦ୍ଧିର ସମୟ, ନୂଆ କାର୍ଯ୍ୟ ବା ଚାକିରୀ ମିଳିପାରେ। ସପ୍ତାହ ମଝି- ଆର୍ଥିକ ସମସ୍ୟା ଦୁରେଇପାରେ। ସପ୍ତାହ ଶେଷ - ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା : ସପ୍ତାହ ଆରମ୍ଭ- ଗ୍ରହନକ୍ଷତ୍ର ଯୋଗ ଦେଖାଉଛି ଆପଣଙ୍କ ମନୋବାଞ୍ଛା ପୂରଣ ହେଇପାରେ।ସପ୍ତାହ ମଝି-ଆର୍ଥିକ ଉନ୍ନତି ହେଇପାରେ। ସପ୍ତାହ ଶେଷ - ବାଦବିବାଦରୁ ଦୁରେଇ ରୁହନ୍ତୁ।

ତୁଳା : ସପ୍ତାହ ଆରମ୍ଭ- ଲେଖକ, ସାହିତ୍ୟିକ, ସମ୍ପାଦକ ବା ବୁଦ୍ଧିଜୀବି ମାନଙ୍କ ପାଇଁ ଭଲ ସମୟ ।ସପ୍ତାହ ମଝି-ସ୍ୱାସ୍ଥ୍ୟ ବିଗିଡିପାରେ , ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ସପ୍ତାହ ଶେଷ - ଜୀବନସାଥୀଙ୍କ ସହିତ ସମୟ ଭଲରେ ବିତିବ।

ବିଛା : ସପ୍ତାହ ଆରମ୍ଭ- ପାରିବାରିକ ବିବାଦ ଲାଗିରହିଲେ ମଧ୍ୟ ଅମୋଦପ୍ରମୋଦରେ ସମୟ ଅତିବାହିତ ହେବ।  ସପ୍ତାହ ମଝି- କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସପ୍ତାହ ଶେଷ - ସମ୍ମାନ ବୃଦ୍ଧି ହେବ।

ଧନୁ : ସପ୍ତାହ ଆରମ୍ଭ- ସ୍ୱାସ୍ଥ୍ୟ, ସାମାଜିକ ଜୀବନ ଭଲ ରହିବା କାରଣରୁ ପ୍ରଫୁଲ୍ଲ ରହିବେ। ସପ୍ତାହ ମଝି-ଆର୍ଥିକ ମାମଲାରେ।ଲାଭ କରିବେ। ସପ୍ତାହ ଶେଷ -କୌଣସି ଜିନିଷ ହଜିବା ହେତୁ ମଂନ ଦୁଃଖ କରିପାରନ୍ତି।

ମକର : ସପ୍ତାହ ଆରମ୍ଭ- ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେଇପାରେ । ସପ୍ତାହ ମଝି- ସ୍ୱସ୍ଥ୍ୟ ସମସ୍ୟା ହେଇପାରେ। ସପ୍ତାହ ଶେଷ - ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ।

କୁମ୍ଭ : ସପ୍ତାହ ଆରମ୍ଭ- ଆର୍ଥିକ ଉନ୍ନତି ହେବ, ତେବେ କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବ । ସପ୍ତାହ ମଝି- ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିପାରେ କିମ୍ବା ଦୁରସ୍ଥାନକୁ ଯାତ୍ରା କରିବେ । ସପ୍ତାହ ଶେଷ - ଉତ୍ତମ ସ୍ୱାସ୍ଥ୍ୟ  ନିମନ୍ତେ ପ୍ରତ୍ୟହ ବ୍ୟାୟାମ କରିବା ବିଷୟରେ ଭାବିବେ। 

ମୀନ : ସପ୍ତାହ ଆରମ୍ଭ- ନୂତନ ଚାକିରୀ ବା ଦାୟିତ୍ବ ଖୋଜୁଥିଲେ ସଫଳ ହେବେ।  ସପ୍ତାହ ମଝି- ପାରିବାରିକ ଜୀବନ ଭଲରେ କଟିବ। ସପ୍ତାହ ଶେଷ - ନିନର କ୍ରୋଧ ଯୋଗୁଁ ମନସ୍ତାପ କରିପାରନ୍ତି।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon