• ବେତାର ବ୍ୟୁରୋ

ସ୍ୱାସ୍ଥ୍ୟ ବେତାର : ଦିନକୁ କେତୋଟି ଅଣ୍ଡା ଶରୀର ପାଇଁ ଉପକାରୀ


(ବେତାର ବ୍ୟୁରୋ) ଅଣ୍ଡାରେ ଅତି ଉଚ୍ଚ ମାନର ପ୍ରୋଟିନ, ବାୟୋଟିନ, ଭିଟାମିନ ବି ଓ ଭିଟାମିନ ଡି ଥାଏ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। 

ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ପ୍ରାୟ ଲୋକ ପ୍ରତିଦିନ ଅଣ୍ଡାକୁ ଖାଇଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି? ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଏହା କ୍ଷତି କରିଥାଏ। ଏହା ହୃଦୟରୋଗ ସହିତ ଅନ୍ୟ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ।

ପେଟ ଗୋଳମାଳ : ଅଣ୍ଡା ସିଝା ହେଉ ଅଥବା ଅମଲେଟ କିମ୍ବା ଭୁଜିଆ, ସମସ୍ତ ପ୍ରକାରର ବ୍ୟଞ୍ଜନ ପାଇଁ ଏହା ଠିକ ଭାବେ ସିଝିଥିବା ଆବଶ୍ୟକ। କାରଣ ଅଣ୍ଡାରେ ଥିବା ପ୍ରୋଟିନ ଓ ଅନ୍ୟାନ୍ୟ ତତ୍ତ୍ବ ଭଲ ଭାବେ ସିଝିଲେ ହିଁ ମନୁଷ୍ୟ ପାକସ୍ଥଳୀରେ ଭଲ ଭାବେ ହଜମ ହୋଇପାରିଥାଏ। ଦର ସିଝା, ଅଣ୍ଡା ପୋଚ ଇତ୍ୟାଦି ଖାଦ୍ୟ ସମୟ ସମୟରେ ହଜମ ପ୍ରକ୍ରିୟାରେ ବାଧା ଦେଇଥାଏ ,ଫଳରେ ବ୍ୟକ୍ତି ଝାଡ଼ାବାନ୍ତିର ଶିକାର ହୋଇଥାଏ। ସୋଡିୟମ : ଗବେଷଣା ମୁତାବକ ଅଣ୍ଡାରେ ଅତ୍ୟଧିକ ପରିମାଣର ସୋଡିୟମ ଥାଏ। ଗୋଟିଏ ସିଝା ଅଣ୍ଡାରେ ଏହାର ମାତ୍ରା 403 ମିଲିଗ୍ରାମ । ଆମ ଶରୀରର ଦୈନିକ ସୋଡିୟମ ଆବଶ୍ୟକତା ପ୍ରାୟ 1500 ରୁ 2200 ମିଲିଗ୍ରାମ ମଧ୍ୟରେ। ଏଣୁ ଦୁଇ-ତିନୋଟି ସିଝା ଅଣ୍ଡା ଖାଉଥିବା ବ୍ୟକ୍ତିଙ୍କ ରେ ଶରୀରରେ ଦୈନିକ ଅଵଶ୍ୟକତାର ଅଧାରୁ ଅଧିକ ସୋଡିୟମ ପ୍ରାପ୍ତ ହେଇଯାଉଥିବା ବେଳେ ଅନ୍ୟାନ୍ୟ ଭୋଜନ ଯଥା ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ମିଳୁଥିବା ସୋଡିୟମ କୁ ମିଶାଇ ଅଧିକ ପରିମାଣର ସୋଡିୟମ ଗଚ୍ଛିତ ରୁହେ, ଯାହା ବ୍ଲଡ଼ ପ୍ରେସର ର କାରଣ ହୋଇଥାଏ। କଲେଷ୍ଟେରଲ ମାତ୍ରା : ଏକଥା ସତ ଅଣ୍ଡାରେ କଲେଷ୍ଟେରଲ ମାତ୍ରା ଅଧିକ ଥାଏ। ତେବେ ଏହା କେବଳ ଅଣ୍ଡା କେଶର ରେ ଥାଏ। କେଶରକୁ ବାଦ ଦେଲେ ଅଣ୍ଡାରେ କୌଣସି କଲେଷ୍ଟେରଲ ନ ଥାଏ।  

ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ। ଦିନକୁ ୨ କିମ୍ବା ୩ଟିରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଥାଏ।  

ତେବେ ଏହି କଲେଷ୍ଟେରଲ ଥିବା କେଶରରେ ଭିଟାମିନ ଡି ପ୍ରଚୁର ମାତ୍ରାରେ ଥାଏ, ଯାହା ହାଡ଼ର ଗଠନ ପାଇଁ ଜରୁରୀ। ଏଣୁ ନିଜ ଶରୀର ର ପରିଶ୍ରମ କୁ ଚାହିଁ ଦୈନିକ ଏକ ରୁ ଦୁଇଟି ପର୍ଯ୍ୟନ୍ତ ଅଣ୍ଡା ଖାଇବା ବିଧେୟ।  

#LifeHack #HealthTip #HealthyLife #Eggs #HealthyFood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon