• ବେତାର ବ୍ୟୁରୋ

ପଶ୍ଚିମବଙ୍ଗ ନେତା : ଏହି କାରଣରୁ ଭାରତୀୟ ଗାଈ କ୍ଷୀରରେ ରହିଛି ସୁନା


(ବେତାର ବ୍ୟୁରୋ) ଭାରତୀୟ ଗାଈଙ୍କ ପିଠିରେ ଏକ କୁଦ ଥାଏ ଯାହା ବିଦେଶୀ ଗାଈଙ୍କ ଠାରେ ଦେଖିବାକୁ ମିଳେନାହିଁ । ଦେଶୀ ଗାଈଙ୍କ ପିଠିରେ ଥିବା ଏହି କୁଦରେ ସୂର୍ଯ୍ୟକିରଣ ପଡିଲେ ସେଥିରୁ ସ୍ଵର୍ଣ୍ଣ ପରି ତତ୍ତ୍ବ ଜନ୍ମ ନେଇଥାଏ । ସେଥିପାଇଁ ଭାରତୀୟ ଗାଈଙ୍କ କ୍ଷୀର ଈଷତ (ସାମାନ୍ୟ ) ହଳଦିଆ । ଏହିଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସିଛନ୍ତି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ମୁଖ୍ୟ ଦିଲ୍ଲୀପ ଘୋଷ ।

ସୋମବାର ପଶ୍ଚିମବଙ୍ଗର ବରଦ୍ଵାନଠାରେ ଏକ ଜନସଭାକୁ ସମ୍ବୋଧନ କଲାବେଳେ ସେ ଭାରତରେ ଗୋହତ୍ୟାକୁ ବିରୋଧ କରିବା ସହିତ ଯେଉଁମାନେ ଏହାର ଭକ୍ଷଣକୁ ସମର୍ଥନ କରୁଛନ୍ତି ତାହାକୁ ନିନ୍ଦା କରିଥିଲେ ।

ସେ କହିଥିଲେ ,”ଯେଉଁ ତଥାକଥିତ ବୁଦ୍ଧିଜିବୀମାନେ ଗୋରୁ ମାଂସ ଖାଇବାର ସମର୍ଥନ କରୁଛନ୍ତି ସେମାନେ ଗୋରୁ କାହିଁକି କୁକୁର ମାଂସ ମଧ୍ୟ ଖାଇବା ଦରକାର । ସେଥିରେ ଅନେକ ପୌଷ୍ଟିକ ତତ୍ତ୍ଵ ରହିଛି । ତେବେ ଏସବୁ ନିଜ ଘରେ ଖାଆନ୍ତୁ , ରାସ୍ତା ଉପରେ ଛିଡା ହେଇ ନୁହଁ । ଆମେ ଗୋହତ୍ୟାକୁ ସାମାଜିକ ଅପରାଧ ବୋଲି ବିଚାର କରୁ । “

ସୂଚନାଯୋଗ୍ୟ ପଶ୍ଚିମବଂଗରେ ତିନୋଟି ବିଧାନସଭା ଆସନ ପାଇ ଉପନିର୍ବାଚନ ଆସନ୍ତା ନଭେମ୍ବର 25 ତାରିଖରେ ଅନୁଷ୍ଠିତ ହେବ । ବିଜେପି ଏହିସବୁ ଆସନରେ ପ୍ରାର୍ଥୀ ଦେବା ସହିତ ପ୍ରଚାର ଅଭିଯାନ ଜୋରଡାର ଚଳାଇଛି । ସେଠାରେ ବିଧାନସଭା ନିର୍ବାଚନ 2021 ମସିହାରେ ଅନୁଷ୍ଠିତ ହେବ ।

ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ସେ ତାଙ୍କର ଏହିପରି ମନ୍ତବ୍ୟ ପାଇଁ ପୂର୍ବରୁ ମଧ୍ୟ ଅନେକବାର ଚର୍ଚ୍ଚାରେ ରହିଆସିଛନ୍ତି ।

#OddNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon