• ବେତାର ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ଚଣ୍ଡୀଖୋଲ କ୍ୟାମ୍ପସରେ ବିଏସସି ନର୍ସିଙ୍ଗ ନାମଲେଖା : ଏମିତି ହେବ ଆବେଦନ


(ବେତାର ବ୍ୟୁରୋ)  ନର୍ସିଙ୍ଗ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପ୍ରାର୍ଥୀମାନେ ଚଣ୍ଡୀଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ନୂଆ କ୍ୟାମ୍ପସରେ ବିଏସସି ନର୍ସିଙ୍ଗ କୋର୍ସ 2019-20ରେ ନାମଲେଖା ନିମନ୍ତେ ଏଣ୍ଟ୍ରାଂନ୍ସ  ପରୀକ୍ଷା ପାଇଁ  ଆବେଦନ କରିପାରିବେ ।

ଏହି ସଂକ୍ରାନ୍ତରେ ଉତ୍କଳ ବିଶ୍ଵ ବିଦ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନାମଲେଖା ବିଜ୍ଞପ୍ତି

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯେଉଁ ବିଏସସି ନର୍ସିଙ୍ଗ ପାଇଁ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି , ସେଥିରେ ଆବେଦନର ଶେଷ ତାରିଖ ନଭେମ୍ବର 20 ବୋଲି ଉଲ୍ଲେଖ ରହିଛି ।  ଇଚ୍ଛୁକ ପ୍ରାର୍ଥୀମାନେ ୟୁନିଭର୍ସିଟି ୱେବସାଇଟରୁ ଆବେଦନ ଫର୍ମ ଡାଉନଲୋଡ କରି , ସମସ୍ତ ଜରୁରୀ ଡକୁମେଣ୍ଟରେ ନିଜେ ଆଟେଷ୍ଟେଡ କରାଇ ଟ.600 ମୂଲ୍ୟର ବ୍ୟାଙ୍କ ଡ୍ରାଫ୍ଟ/ଚାଲାଣ ସହିତ ନାମଭେମ୍ବର 20 ତାରିଖ ସୁଦ୍ଧା ଜମା କରିବାକୁ ହେବ ।

ବ୍ୟାଙ୍କ ଡ୍ରାଫ୍ଟ ବା ଚାଲାଣ  ‘AO, PG Council, Utkal University’ ନାମରେ କଟାଯାଇଥିବା ଆବଶ୍ୟକ ।  

ଆବେଦନ ପତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କ୍ୟାମ୍ପସ ବା ଚଣ୍ଡୀଖୋଲରେ ଜମା ହେବ ସେ ବିଷୟରେ ସ୍ପଷ୍ଟ ବିଜ୍ଞପ୍ତିରେ ଉଲ୍ଲେଖ ନାହିଁ । ଏ ବିଷୟରେ ଅଧିକ ଜାଣିବାକୁ ଇଚ୍ଛୁକ ଥିଲେ uumphnc@gmail.comରେ ମେଲ କରିପାରିବେ କିମ୍ବା 9437100813ରେ କଥା ହୋଇପାରିବେ ।

ଏଣ୍ଟ୍ରାନ୍ସ

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏସସି ନର୍ସିଙ୍ଗ ନାମଲେଖା ପାଇଁ ପ୍ରଥମେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭାଗ ନେବାକୁ ପଡିବ । ବିଶ୍ଵବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷା ନଭେମ୍ବର 25 ରେ ଅନୁଷ୍ଠିତ ହେବ । ତେବେ ଯେଉଁ ପ୍ରାର୍ଥୀମାନେ ରାଜ୍ୟ ସରକାର ନର୍ସିଙ୍ଗ ନିର୍ଦ୍ଦେଶାଳୟ ତରଫରୁ ହେଉଥିବା ନଭେମ୍ବର 10 ତାରିଖର ପରୀକ୍ଷାରେ ଭାଗ ନେଇଥିବେ ସେମାନଙ୍କ ପରୀକ୍ଷାଫଳ ମଧ୍ୟ ବିଚାରକୁ ନିଆହେବ ।

ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷା  ଫଳ 25 ନଭେମ୍ବରରେ ପ୍ରକାଶିତ ହେବ । ଡିସେମ୍ବର 4 ତାରିଖରେ ନାମ ଲେଖା ଆରମ୍ଭ ହେବ । 

#Nursing #UtkalUniversity #Career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon