• ବେତାର ବ୍ୟୁରୋ

ଜାନୁୟାରୀରେ ରିଲିଜ ହେବ ପାର୍ସଲ ବୋମା ଫିଲ୍ମ 'ପାଟଣାଗଡ଼'


(ବେତାର ବ୍ୟୁରୋ) ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ରିଲିଜ ହେବାକୁ ଯାଉଛି ଓଡ଼ିଶାର ଚର୍ଚ୍ଚିତ ଅପରାଧ ଉପରେ ପର୍ଯ୍ୟବେସିତ ଫିଲ୍ମ 'ପାଟଣାଗଡ'।

ଫିଲ୍ମର କାହାଣୀ କୁ ନେଇ ବିରୋଧ କରୁଥିବା ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଏ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ଏଥିପାଇଁ ଚଳିତ ନଭେମ୍ବର 8 ତାରିଖରେ ହେବାକୁ ଥିବା ଏହି ଫିଲ୍ମର ରିଲିଜ ସ୍ଥଗିତ ରହିଥିଲା।  

ସୁପ୍ରିମକୋର୍ଟଙ୍କ ରାୟ : ସୁପ୍ରିମକୋର୍ଟ ନିକଟରେ ଏହି ମାମଲାର ଶୁଣାଣି କରି ଏହି ଫିଲ୍ମ ରିଲିଜ ଉପରେ ଷ୍ଟେ' କରିବାକୁ ମନା କରିଦେଇଥିଲେ। ଫିିଲ୍ମ ନିର୍ମାତା ଆସନ୍ତା ଡିସେମ୍ବର 5 ତାରିଖ ମଧ୍ୟରେ କେନ୍ଦ୍ରୀୟ ସେନ୍ସର ବୋର୍ଡଠୁ ଅନୁମତି ଆଣିବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ପ୍ରଯୋଜନା ସଂସ୍ଥା ଜାନୁଆରୀରେ ଫିଲ୍ମ ରିଲିଜ କରିବାକୁ ଅନୁମତି ମାଗିଛି। ଏହା ଉପରେ ଚୂଡାନ୍ତ ତାରିଖ ପରେ ଘୋଷଣା କରାଯିବ। 

ଚର୍ଚ୍ଚିତ ଘଟଣା: ପୂର୍ବରୁ 'ବୁଲେଟରାଜା’ ନାମରେ ନାମିତ କରାଯାଇଥିବା ଏହି ଫିଲ୍ମଟି ହେଉଛି ଏକ ସାଇକୋ କ୍ରାଇମ ଥ୍ରୀଲର ଫିଲ୍ମ। ଏଥିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଗତ ଫେବୃୟାରୀ ମାସ 23 ତାରିଖରେ ଘଟିଥିବା ବୋମା ବିସ୍ଫୋରଣର ଘଟଣାକୁ ଚିତ୍ରିତ କରାଯାଇଛି। ପୁଞ୍ଜିଲାଲ ନାମକ ଜଣେ ଅଧ୍ୟାପକ ଦ୍ଵାରା ଯୋଜନା କରାଯାଇଥିବା ଏହି ଘଟଣାରେ ବରର ମୃତ୍ୟୁ ଘଟିଥିଲା ଓ କନ୍ୟା ଗୁରୁତର ଭାବରେ ଆହତ ହୋଇଥିଲେ। ଯାହାକି ସେହି ସମୟରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା।

ଓଡ଼ିଆ ଓ ତେଲୁୁୁଗୁୁ: ପାଟଣାଗଡରେ ଖଳନାୟକ ପୁଞ୍ଜିଲାଲ ଭୂମିକାରେ ଅଛନ୍ତି ମନୋଜ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀର ଚରିତ୍ର ତୁଲାଉଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି। ଫିଲ୍ମକୁ ନେଇ ଅଭିନେତା ମନୋଜ ମିଶ୍ର କହି ଥିଲେ ଯେ, “ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଏପରି ଏକ ଫିଲ୍ମ ତିଆରି ହେବା ସଂପୂର୍ଣ୍ଣ ନୂଆ ଅଟେ। ଏହି ଫିଲ୍ମଟି ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଅଧ୍ୟାୟ ହେବ ଓ ଏହା ହେଉଛି ପ୍ରଥମ ଓଡିଆ ଫିଲ୍ମ ଯାହାକି ତେଲୁଗୁରେ ମଧ୍ୟ ତିଆରି ହେବ।" 

#News #supremecourt #Patnagarh #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon