• Anupama Mallick

ବାସ୍ତୁ ବେତାର : ଏହି ଦିଗକୁ ପାଦ କରି ଶୋଇଲେ ଆସିଥାଏ ଦୁଃସ୍ଵପ୍ନ


(ବେତାର ବ୍ୟୁରୋ) ଶୟନ ବା ବିଶ୍ରାମ କରିବା ମନୁଷ୍ୟ ଶରୀର ପାଇଁ ନିହାତି ଆବଶ୍ୟକ । ଶରୀରର ପ୍ରତ୍ୟେକ ଅଙ୍ଗର ଉତ୍ତମ ପ୍ରଦର୍ଶନ ନିମନ୍ତେ ଦୈନିକ 7ରୁ 8 ଘଣ୍ଟା ଭଲଭାବେ ଶୋଇବା ଗୁରୁତ୍ୱପୂର୍ଣ୍ଣ । ତେବେ କିପରି ଶୋଇବେ ଓ କେଉଁ ଭଳି ଶୋଇବେ ଭାରତୀୟ ସଂସ୍କୃତିରେ ତାହାର ବର୍ଣ୍ଣନା ରହିଛି ।

ଆମର ପୂର୍ବ ପୁରୁଷ ମାନେ ମଧ୍ୟ ଏହି ନିୟମକୁ ମାନୁଥିଲେ । ଦେଖିବାକୁ ଗଲେ ମୁଖ୍ୟତଃ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଇତ୍ୟାଦି ଚାରିଟି ଦିଗ ରହିଛି, ତେବେ ଶୋଇବା ପାଇଁ ସବୁ ଦିଗ ସଠିକ ନୁହେଁ । ବାସ୍ତୁ ଅନୁସାରେ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଊଚିତ । ପୁରାଣରେ ଏଥିନିମନ୍ତେ ବହୁତ କିଛି କିମ୍ବଦନ୍ତୀ ରହିଛି ଓ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଆସନ୍ତୁ ଜାଣିବା ଏହି ସମ୍ପର୍କରେ ଅଧିକ କିଛି ତଥ୍ୟ ।

ଦକ୍ଷିଣ ଦିଗ

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଏହା ସ୍ୱାସ୍ଥ୍ୟ ପ୍ରତି ଲାଭ ଦାୟକ ହୋଇଥାଏ ।ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡିକ ଦୂରେଇ ଯାଇଥାଏ ଓ ଶରୀରକୁ ଫୁର୍ତ୍ତି ଲାଗିଥାଏ ।

ପୂର୍ବ ଦିଗ

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉତ୍ତମ ହୋଇଥାଏ । କାରଣ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବା ସହ ପ୍ରଥମ କିରଣ ଆମ ଉପରେ ପଡିଥାଏ । ଏହା ଶରୀରରେ ପଡିବା ଦ୍ଵାରା ଆମକୁ ବହୁତ ଆରାମ ମିଳିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ପଶ୍ଚିମ ଦିଗ

ପଶ୍ଚିମ ଦିଗକୁ ପାଦ କରି ଶୋଇବା ଉଚିତ । ଏହି ଦିଗକୁ ପାଦ କରି ଶୋଇଲେ ସୂର୍ଯ୍ୟ କିରଣ ଆମ ପାଦ ଦେଇ ମସ୍ତିସ୍କକୁ ଯାଇଥାଏ । ତେଣୁ ଏଥିପାଇଁ ଶୋଇବା ବେଳେ ଶୋଇବାର ସ୍ଥିତି ସହ ଶରୀରକୁ କିଭଳି କ୍ଷତି ନପହଞ୍ଚିବ ଏଥିପ୍ରତି ଧ୍ୟାନଦେବା ନିହାତି ଜରୁରୀ ।

ଉତ୍ତର ଦିଗ

ଏହି ଦିଗରେ ଶୋଇଲା ବେଳେ ସାବଧାନତା ଅବଲମ୍ବନ କରିବା ଜରୁରୀ । ଉତ୍ତର ଦିଗକୁ ପାଦ କରି ଶୋଇବା ଦ୍ଵାରା ଶରୀର ପ୍ରତି କୁପ୍ରଭାବ ପକାଇବା ସହ ଦୁଃସ୍ଵପ୍ନ ଆସିଥାଏ । ଭୌଗଳିକ ଶାସ୍ତ୍ର ଅନୁସାରେ ପୃଥିବୀର ଚୁମ୍ବକୀୟକ୍ଷେତ୍ର ଦକ୍ଷିଣରୁ ଉତ୍ତର ଦିଗକୁ ଯାଇଥିବାରୁ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଏହି ଚୁମ୍ବକୀୟ ଗୁଣ ପାଦ ବାଟେ ପ୍ରବେଶ କରି ମସ୍ତିସ୍କ ଦେଇ ବାହାରି ଥାଏ, ଯାହା ଶରୀର ପକ୍ଷେ କ୍ଷତିକାରକ ।

#vastutips #LifeHack #HealthyLifestyle #HealthyHabit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon