• Anupama Mallick

ଭିଡିଓ : ଆଶିକି ମେ ତେରି ରିମିକ୍ସ, ରାନୁ ମଣ୍ଡଳଙ୍କୁ ନେଇ ଏମିତି ଆସିଲା କମେଣ୍ଟ


(ବେତାର ବ୍ୟୁରୋ) ନିକଟରେ ଯୂଟ୍ୟୁବରେ ରିଲିଜ ହୋଇଥିବା ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶମିଆଙ୍କ ଆଉ ଏକ ରିମିକ୍ସ ଗୀତ 'ଆଶିକି ମେ ତେରି' ଚର୍ଚ୍ଚିତ ହେବାରେ ଲାଗିଛି । ଏହି ଗୀତରେ ବଲିଉଡ ସଙ୍ଗୀତ ଦୁନିଆରେ ନୂଆକରି ପାଦ ଥାପି ଥିବା ଗାୟିକା ରାନୁ ମଣ୍ଡଳଙ୍କ ସ୍ଵର ରହିଛି । ତେବେ ଭିଡିଓ ରିଲିଜ ହେବାର କିଛି ସମୟ ପରେ ଏହାକୁ ନେଇ ଅନେକ ଦର୍ଶକ ନେଗେଟିଭ କମେଣ୍ଟ ଦେଇଛନ୍ତି ।

ଦର୍ଶକେ କାହିଁକି କରୁଛନ୍ତି ନା ପସନ୍ଦ

ଏହି ଗୀତକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଦର୍ଶକେ ନାପସନ୍ଦ କରି ଖରାପ କମେଣ୍ଟ ଦେଉଛନ୍ତି । ଏହି ଗୀତଟିରେ ରାନୁ ମଣ୍ଡଳ ଗୋଟେ ଦୁଇ ଲାଇନ ଗାଇଥିବାର ଶୁଣାଯାଉଛି ବାକି ହିମେଶ ରେଶମିଆଙ୍କ ପୁରୁଣା 'ଆଶିକି ମେ ତେରି' ରିମିକ୍ସ ରହିଛି ।

ଏପରି ଶୁଣିବାକୁ ମିଳୁଛି ଯେ ଗୀତକୁ ପସନ୍ଦ କରୁଥିବା ଲୋକେ ରାନୁ ମଣ୍ଡଳଙ୍କ ପାଇଁ ଏହି ଗୀତଟିକୁ ନାପସନ୍ଦ କରିଛନ୍ତି । ରାନୁ ମଣ୍ଡଳଙ୍କୁ ନେଇ କମେଣ୍ଟ ମଧ୍ୟ କରାଯାଇଛି ।

କିଛି ଦିନ ପୂର୍ବରୁ ରାନୁ ମଣ୍ଡଳ ପଶ୍ଚିମ ବଙ୍ଗର ରାଣିଘାଟ ରେଲୱେ ଷ୍ଟେସନରେ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ 'ଏକ ପ୍ୟାର କା ନଗମା' ଗୀତ ଗାଇ ସୋସିଆଲ ମିଡିଆରେ ଛାଇଯାଇଥିଲେ ।

ସୋସିଆଲ ମିଡିଆରେ ବହୁଚର୍ଚ୍ଚିତ ହେବା ପରେ ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିଆ ତାଙ୍କୁ ନିଜର ଫିଲ୍ମରେ ଏ ଗାଇବାର ସୁଯୋଗ ଦେଇଥିଲେ । ସେ ଏକ ଗୀତ ଗାଇ ବହୁତ ପ୍ରଶଂସିତ ହୋଇଥିଲେ ।

ହିମେଶଙ୍କ ଫିଲ୍ମର ଗୀତ

ଟିପ୍ସ ମ୍ୟୁଜିକ କମ୍ପାନୀ ତରଫରୁ ଗୀତଟି 14 ନଭେମ୍ବରରେ ରିଲିଜ ହୋଇଛି । ଏହାର ସମୟ ଅବଧି 3 ମିନିଟ 37ସେକେଣ୍ଡ ଥିବା ବେଳେ ଶୁକ୍ରବାର ଅପରାହ୍ନ ସୁଦ୍ଧା ପ୍ରାୟ 30 ଲକ୍ଷ ରୁ ଉର୍ଦ୍ଧ୍ଵ

ଥର ଦେଖାଯାଇ ସାରିଛି ।

ଗୀତଟି ହିମେଶ ରେଶମିଆଙ୍କ ହାପି ଆଣ୍ଡ ହିର ମୁଭିର ପ୍ରଥମ ଗୀତ । ଏଥିରେ ନିଜେ ହିମେଶ ଅଭିନୟ କରୁଛନ୍ତି । ପୂର୍ବରୁ ଏହି ଗୀତଟି 'ଚାଇନା ଟାଉନ' ଫିଲ୍ମରେ ବୁଆବହୃତ ହୋଇଥିଲା ।

#himesh #bollywood #etertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon