• ବେତାର ବ୍ୟୁରୋ

ଓଜନ କମାଇବା ପାଇଁ ସୁପର ଫୁଡ୍ : ସବୁଜ ସେଓ


(ବେତାର ବ୍ୟୁରୋ ) ବର୍ଷସାରା ମିଳୁଥିବା ଫଳ ଗୁଡିକ ମଧ୍ୟରୁ ସେଓ ହେଉଛି ଅନ୍ୟତମ। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ଵ ରହିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଆକ୍ସିଡାଣ୍ଟ, ଫାଇବର , ଓ ଜଳ ଶୟତା ଅନ୍ୟାନ୍ୟ ଉପକାରୀ ତତ୍ତ୍ଵ ରହିଥାଏ ।

ଏହାର ସ୍ବାଦ ମିଠା ହୋଇଥିବାରୁ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ଲୋକେ ସବୁଜ(ଗ୍ରୀନ୍‌) ସେଓ ପରିବର୍ତ୍ତେ ଲାଲ ସେଓ ଖାଇବାକୁ ଅଧିକ ପସନ୍ଦ କରନ୍ତି। ତେବେ ‌ ଲାଲ ସେଓ ପରିବର୍ତ୍ତେ ସବୁଜ ସେଓ ଶରୀର ପାଇଁ ଅଧିକ ଉପକାରୀ।

ସବୁଜ ସେଓର କାମ

ବିଦେଶରେ ଚାରି ବର୍ଷ ଧରି ପ୍ରାୟ ଏକ ଲକ୍ଷ ଲୋକଙ୍କ ଉପରେ କରାଯାଇଥିବା ଗବେଷଣା ଅନୁଯାୟୀ , ଗ୍ରୀନ ଆପଲ ବା ସବୁଜ ସେଓ ଖାଉଥିବା ଲୋକଙ୍କ କ୍ଷେତ୍ରରେ ଓଜନ କମୁଥିବାର ପ୍ରମାଣ ମିଳିଥିଲା । ଅବଶ୍ୟ ବୟସ, ବ୍ୟାୟମ କରିବା ସମୟ ଓ ବଂଶଗତ ଗୁଣକୁ ନେଇ ଓଜନର ହ୍ରାସ ପରିମାଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରେ ଅଲଗା ଅଲଗା ଥିଲା । ତେବେ ଗ୍ରୀନ ଆପଲ ଯେ ଓଜନ କମାଇବାରେ ସାହାଯ୍ୟ କରେ ଏହା ପ୍ରମାଣିତ ହୋଇସାରିଛି ।

ଆସନ୍ତୁ ଜାଣିବା କିପରି ଏହା ଓଜନ କମାଇବାରେ ଓ ଅନ୍ୟାନ୍ୟ ଭାବେ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।

-ଏଥିରେ ପ୍ରାୟ 86% ପ୍ରତିଶତ ଜଳ ରହିଛି । ଏଣୁ ଗୋଟିଏ ମାଧ୍ୟମ ଧରଣର ସବୁଜ ସେଓ ଖାଇଲେ ପେଟ ପୂରିବା ଭଳି ଲାଗିଥାଏ ଓ ବରମବାବର ଭୋକ ଲାଗି ନ ଥାଏ ।

-ଏକ ଗବେଷଣାରୁ ଜଣାପଡିଛି, ସବୁଜ ସେଓରେ ଫ୍ଲାବୋନୋଇଟ୍ସ (Flavonoids) ତତ୍ବ ରହିଛି। ଯାହା ଶ୍ବାସରୋଗୀ ପାଇଁ ଲାଭଦାୟକ ହୋଇଥାଏ। ଏହି ତତ୍ତ୍ଵ ଯାହା କଲେଷ୍ଟେରୋଲ ସ୍ତରରୁ କମ୍ କରିଥାଏ।

-ଏଥିରେ ଭରପୁର ମାତ୍ରାରେ ଆଇରନ୍, ପୋଟାସିୟମ୍, କ୍ୟାଲଶିୟମ ଏବଂ ଏଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ଵ ରହିଥାଏ। ଯାହା ଅନାବଶ୍ୟକ ଚର୍ବି କମାଇବାରେ ସାହାଯ୍ୟ କରେ ।

-ସବୁଜ ସେଓ ନିୟମିତ ସେବନ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ।

-ବୈଜ୍ଞାନିକ ମତ ଅନୁଯାୟୀ ସବୁଜ ସେଓ ନିୟମିତ ସେବନ କରିବା ଦ୍ବାରା ହାଡ ଜନିତ ସମସ୍ୟା ଏବଂ ଅଷ୍ଟିଓପୋରୋସିସ୍ (Osteoporosis) ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ।

-ଏହାକୁ ନିୟମିତ ସେବନ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ପ୍ରକ୍ରିୟା (Immune system) ଠିକ୍ ରହିଥାଏ।

#Superfood #healthyfoods #HealthyLifestyle #Lifehack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon