- ବେତାର ବ୍ୟୁରୋ
ଆରମ୍ଭ ହେଲା କାଳସର୍ପ ଦୋଷ : ଏମିତି କରନ୍ତୁ ଉପାୟ

(ବେତାର ବ୍ୟୁରୋ) କାଳ ଯୋଗ ବା କାଳ ସର୍ପ ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ସମସ୍ତ ଗ୍ରହ ରାହୁ-କେତୁ ଅବସ୍ଥାନ ମଧ୍ୟରେ ଏକ ପାର୍ଶ୍ଵରେ ରହିଥାନ୍ତି। ଚଳିତ ମାସରେ ଏହା ନଭେମ୍ବର 21 ରୁ ନଭେମ୍ବର 30 ପର୍ଯ୍ୟନ୍ତ ରହିବ। ସେହିପରି ଡିସେମ୍ବର ମାସର 9 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 19 ତାରିଖ ଯାଏଁ ଏହି ଯୋଗ ସୃଷ୍ଟି ହେବ । କିପରି ଘଟିତ ହୁଏ ଜ୍ୟୋତିଷ ଶାସ୍ତ୍ର ମତରେ ଯେବେ ଯେବେ ସମସ୍ତ ଗ୍ରହ (ସୂର୍ଯ୍ୟ, ଶୁକ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଚନ୍ଦ୍ର ଓ ଶନି) ରାହୁ ଓ କେତୁର ଗୋଟିଏ ପାର୍ଶ୍ଵରେ ରୁହନ୍ତି ସେବେସେବେ କାଳ ସର୍ପ ଯୋଗ ହୋଇଥାଏ। କାରଣ ରାହୁ ଓ କେତୁ-ଦୁଇଟି ଗ୍ରହ ନ ହୋଇ ଆକାଶରେ ଏକ ବିନ୍ଦୁ ମାତ୍ର। ଯେଉଁ ସ୍ଥାନରେ ଚନ୍ଦ୍ର ପୂର୍ଣ୍ଣିମା ପାଇଁ ଉଦୟ ହୁଏ ତାହା ରାହୁ ଓ ସେହିପରି ଯେଉଁ ସ୍ଥାନରେ ଚନ୍ଦ୍ର ଅମାବାସ୍ୟାରେ ପହଂଚିଥାଏ ତାହା କେତୁ। ଏହି ଦୁଇଟି ସ୍ଥାନ ଆକାଶରେ ସର୍ବଦା ପରସ୍ପର ର ବିପରୀତ ସ୍ଥାନରେ ଠିକ 180 ଡିଗ୍ରୀ ବ୍ୟବଧାନ ରେ ରୁହନ୍ତି।
ଏଣୁ ବାକି ଗ୍ରହ ଗୁଡିକ ଗ୍ରହ ଚଳନ ସମୟରେ ଘୁର୍ଣ୍ଣନ ଅଵସ୍ଥାରେ ବେଳେବେଳେ ଏହି ଦୁଇ ଛାୟା ଗ୍ରହ ମଝିରେ ରହିଥାନ୍ତି ଓ ସେତେବେଳେ ଏହି କାଳ ସର୍ପ ଯୋଗ ଘଟିତ ହୋଇଥାଏ। ତେବେ ଅନ୍ୟାନ୍ୟ ଗ୍ରହ ତୁଳନାରେ ଚନ୍ଦ୍ର ଗ୍ରହ ପ୍ରତି ଅଢେଇ ଦିନରେ ଥରେ ଗୋଟିଏ ରାଶି ପରିତ୍ୟାଗ କରି ଅନ୍ୟ ରାଶିକୁ ଗମନ କରୁଥିବାରୁ ଏହି ଯୋଗ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ଦିନରେ ଅର୍ଥାତ ପ୍ରାୟ ପ୍ରତି 15 ଦିନରେ ଏହି ଯୋଗ ଭାଙ୍ଗି ଦୁର୍ବଳ ହୋଇଥାଏ। ତେବେ ଚନ୍ଦ୍ର ସହିତ ଅନ୍ୟ ଏକ କୌଣସି ଗ୍ରହ ରାହୁ-କେତୁ ସର୍ପ ଯୋଗରୁ ବାହାରକୁ ଚାଲିଗକେ ଏହି କାଳ ଦୋଷ ସମ୍ପୂର୍ଣ୍ଣ ଭଙ୍ଗ ହୋଇଥାଏ।

(ବି.ଦ୍ର : ଏହି ଯୋଗ ବର୍ଷର ଅନେକ ସମୟରେ ଗ୍ରହ ଚଳନ ସମୟରେ ଘଟିତ ହେଉଥିବାରୁ ଭୟ କରିବାର କାରଣ ନାହିଁ । ଏହି ଯୋଗ ସମସ୍ତଙ୍କୁ ପ୍ରଭାବିତ କରିପାରେନି । କେବଳ କିଛି ବ୍ୟକ୍ତିଙ୍କୁ ଏହା ପ୍ରଭାବିତ କରିପାରେ । )
କଣ ହୁଏ ଏହି ଯୋଗରେ ଯେଉଁ ବ୍ୟକ୍ତିମାନେ ମହାକାଶରେ ଗ୍ରହ ମାନଙ୍କର ଏହିପର ସ୍ଥିତି ଥିବା ଅବସ୍ଥାରେ ଜନ୍ମ ହୋଇଥାନ୍ତି ସେମାନେ ଏହିପରି ଯୋଗ ପୁନର୍ବାର ଯେବେ ଯେବେ ସୃଷ୍ଟି ହୋଇଥାଏ ସେବେସେବେ ଅସୁବିଧା ଭୋଗ କରିଥାନ୍ତି। କାରଣ ଗ୍ରହ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ରାହୁ-କେତୁର ଅର୍ଦ୍ଧ ବଳୟ ଭିତରେ ରହିଲେ ସେମାନଂକ ଶକ୍ତି ହ୍ରାସ ପାଇଥାଏ। ଫଳରେ ବ୍ୟକ୍ତିକୁ ସଫଳତା ସହଜରେ ମିଳେ ନାହିଁ ବା ଅଧିକ ସଂଘର୍ଷ କରିବାକୁ ମିଳେ। ଏହି ସମୟରେ ମନୋବାଞ୍ଛା ପୂରଣ ନ ହେବାର ସମ୍ଭାବନା ଅଧିକ।
ସେହିପରି ଯଦି ବ୍ୟକ୍ତି କେତୁ ଦଶା ଭୋଗୁଥାଏ, ଅଥବା କେତୁ ଏହାର ଜାତକରେ ବଳଶାଳୀ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଥାଏ, ତେବେ ବ୍ୟକ୍ତି ଏହିପରି ଯୋଗ ସମୟରେ ଅପମାନିତ ଅନୁଭବ କରିଥାଏ ଓ ଶାରୀରିକ ଅସୁସ୍ଥତା ମଧ୍ୟ ହୋଇଥାଏ। ସେହିପରି ଖାଦ୍ୟପେୟରେ ଅନିୟମିତତା, ଠିକ ସେ ନିଦ୍ରା ନ ହେବା ଏହିପରି ସବୁ ମଧ୍ୟ ଦେଖିବାକୁ ମିଳିଥାଏ। ପ୍ରେମ ଜୀବନରେ ଓ ସହକର୍ମୀଙ୍କ ସହିତ ବିବାଦ/ଝଗଡ଼ା ଆଦି ଦେଖାଦେଇଥାଏ। କଣ କରିବେ ଉପାୟ ଯଦି ଏହି ବିଶେଷ ଯୋଗ ସମୟରେ ଆପଣଙ୍କୁ ଉପରୋକ୍ତ ଅସୁବିଧା ହେଉଥିବାର ଅନୁଭବ ହେଉଛି, ତେବେ ଆପଣ ପ୍ରଥମେ ନିଜ ମନକୁ ଶାନ୍ତ କରିବାର ଉପାୟ କରନ୍ତୁ। -ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ ଓ ସୁବାସିତ ଝୁଣା/ଧୂପ ଲଗାଇ ଘରକୁ ମହକିତ କରନ୍ତୁ। -କୌଣସି ନିବେଶ କରିବାକୁ ଚାହୁଁଥିଲେ ବା ନୂଆ କାମ କରିବାକୁ ଭାବୁଥିଲେ ଆହୁରି ଥରେ ଭାବନ୍ତୁ ଓ ଅନେକ ଲୋକଙ୍କ ପରାମର୍ଶ ନିଅନ୍ତୁ। ତରବରିଆ ନିଷ୍ପତ୍ତି ଠିକ ହେବ ନାହିଁ। -ସନ୍ଧ୍ୟା ସମୟରେ ଏକୁଟିଆ ନ ରହି ଭିଡ଼ ଗହଳ ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ। ମୋଟାମୋଟି ଭାବେ ଏକା ନ ରହିବାକୁ ଚେଷ୍ଟା କଲେ ଭଲ। ନୂଆ ବନ୍ଧୁ ଖୋଜିବାକୁ ଚେଷ୍ଟା କରନ୍ତୁ। -ରାତିରେ ଶୋଇବା ସମୟରେ ଉଷୁମ ବା ଥଣ୍ଡା ପାଣିରେ ଗାଧୋଇ ଘରକୁ ମହକିତ କରି ଶୁଅନ୍ତୁ। ରାତିରେ ଚନ୍ଦନ ଲଗାଇ ମଧ୍ୟ ଶୋଇପାରିବେ। -ସୁବିଧା ହେଲେ କଳା କୁକୁରଙ୍କୁ ରାତିରେ ଖାଇବାକୁ ଦିଅନ୍ତୁ।