• ବେତାର ବ୍ୟୁରୋ

କଙ୍ଗନା ରନାୱାତଙ୍କ ‘ଜୟଲଳିତା’ ଫିଲ୍ମ ପୋଷ୍ଟର ରିଲିଜ : ଏମିତି ହୋଇଥିଲା ମେକ ଅପ


(ବେତାର ବ୍ୟୁରୋ) ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ କଙ୍ଗନା ରନାୱାତଙ୍କ ଆଗାମୀ ଚଳଚ୍ଚିତ୍ର ‘ଥଳାଇଭି’, ଯାହା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ , ତାହାର ପୋଷ୍ଟର ରିଲିଜ କରାଯାଇଛି । ଏହି ପୋଷ୍ଟରରେ ଆସନ୍ତା ବର୍ଷ ଜୁନରେ ମାସରେ ଫିଲ୍ମଟି ରିଲିଜ ହେବ ବୋଲି କୁହାଯାଇଛି ।

ଏହି ପୋଷ୍ଟରରେ କଙ୍ଗନାଙ୍କ ମେକଅପର ଚର୍ଚ୍ଚା ଶନିବାର ପୋଷ୍ଟର ରିଲିଜ ହେବା ପରଠାରୁ ଚାଲିଛି ।

ପ୍ରୋସ୍ଥେଟିକ ମେକ ଅପ

ବଲିଉଡର କୁଇନ କଙ୍ଗନା ନିଜ ଅଭିନୟ ନେଇ ଅତ୍ୟନ୍ତ ପେଶାଦାର ଓ ପ୍ରତ୍ୟେକ ଚରିତ୍ରକୁ କିଭଳି ନିଖୁଣ ଭାବେ କରିପାରିବେ ସେଥିପାଇଁ ପ୍ରାୟ ତିନି ରୁ ଛଅମାସ ଆଗରୁପ୍ରସ୍ତୁତି କରି ନେଇ ଥାଆନ୍ତି। ଉଦାହରଣ ସ୍ୱରୂପ ନିଜ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ମାନସିକ ଭାବେ ସାମାନ୍ୟ ବିକୃତ ଚରିତ୍ର ବିଷୟରେ ବୁଝିବା ପାଇଁ ସେ ନିୟମିତ ଏକ ମାନସିକ ଚିକିତ୍ସକ କେନ୍ଦ୍ରକୁ ଯାଉଥିଲେ ।

ତେବେ କଙ୍ଗନାଙ୍କ ଅଭିନୟର ଯାଦୁ ତ ସମସ୍ତେ ଜାଣିଥିଲେ, ତେବେ ଜୟଲଳିତାଙ୍କ ପରି କିପରି ଦିଶିବେ , ବିଶେଷ କରି ତାଙ୍କର ଅର୍ଦ୍ଧବୟସ୍କ ଅବସ୍ଥାରେ ସେ ନେଇ ସମସ୍ତେ ସନ୍ଦିହାନ ଥିଲେ ।

କାରଣ ନିଜର ପତଳା ଶରୀରରେ ଜୟଲଳିତାଙ୍କ ଫିଲ୍ମ କ୍ୟାରିୟର ଦେଖାଇବା ସମ୍ଭବ ଥିଲା ମାତ୍ର ତାଙ୍କ ରାଜନୀତି କ୍ୟାରିୟର ସମୟର ଚେହେରା ଦେଖାଇବା ନେଇ ସମସ୍ତେ ପ୍ରଶ୍ନ କରୁଥିଲେ ।

ତେବେ ପ୍ରସ୍ଥେଟିକ ମେକଅପର ସାହାରା ନେଇ କଙ୍ଗନା ଏହି ଆଶଙ୍କାକୁ ଅମୂଳକ ବୋଲି ପ୍ରମାଣିତ କରିଛନ୍ତି ।

ହଲିଉଡ ବିଶେଷଜ୍ଞ

ଏହି ମେକଅପରେ ଏକ ବିଶେଷ ଅଠା ତଥା ଲେପ ସାହାଯ୍ୟରେ ଅଭିନେତା/ଅଭିନେତ୍ରୀଙ୍କ ମୁଖ ଓ ଚେହେରାରେ ଚରିତ୍ରର ମୁଖା ପ୍ରସ୍ତୁତ କରିବାକୁ ପଡେ । ତେଣୁ ପ୍ରଥମେ ମୁଖା ତିଆରି ପାଇଁ ଅଭିନେତାଙ୍କୁ ଅନେକ ସମୟ ଦେଇ ମେକ ଅପ ରୁମରେ ବସିବାକୁ ପଡେ ।

ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମ ନିର୍ମାତା ହଲିଉଡର ମେକ୍ ଅପ ବିଶେଷଜ୍ଞଙ୍କ ସହାୟତା ନେଇଥିଲେ ଯିଏ କ୍ୟାପଟେନ ମାରଭେଲବ୍ଲେଡ ରନର ଭଳି ଫିଲ୍ମରେ ମେକ ଅପ କରିସାରିଛନ୍ତି ।

ଏହି ମୁଖା ପ୍ରସ୍ତୁତ କରିବାପାଇଁ କଙ୍ଗନା ସେପ୍ଟେମ୍ବର ମାସରେ ଆମେରିକାର ଲସ ଅଞ୍ଜେଲ୍ସ ସହରକୁ ଯାତ୍ରା କରିଥିଲେ ।

#Bollywood #kanganaranaut

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon