• ବେତାର ବ୍ୟୁରୋ

ସହଜରେ ଛାଡୁନି କଫ ? ଏମିତି ଦୂର କରନ୍ତୁ ସମସ୍ୟା


(ବେତାର ବ୍ୟୁରୋ) ଶୀତ ଦିନେ ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବା ଏକ ସାଧାରଣ ଘଟଣା । ମୁଣ୍ଡବିନ୍ଧା ଓ ଦେହହାତ ବ୍ୟଥା ଆଦି ସମସ୍ୟା ସାଧାରଣତଃ ଔଷଧରେ ଭଲ ହୋଇଯାଏ । କିନ୍ତୁ କଫ ଓ କାଶ ଏତେ ଶୀଘ୍ର ଭଲ ହୁଏ ନାହିଁ। ଅନେକ କ୍ଷେତ୍ରରେ ପୀଡିତଙ୍କ ଛାତିରେ କଫ ଜମି ରହେ।

ଏହାକୁ ଯଦି ଆପଣ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଭବିଷ୍ୟତରେ ଏହା ଗମ୍ଭୀର ରୂପ ନେଇପାରେ।

ତେବେ କଫ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଘରୋଇ ଚିକିତ୍ସାର ପ୍ରୟୋଗ ନିହାତି କରନ୍ତୁ । ଗରମ ପାଣିରେ ଲୁଣ ପକାଇ ବା ଅଦା ପକାଇ ପିଇବା ତ ସମସ୍ତେ ଜାଣିଛନ୍ତି । ଆସନ୍ତୁ ଜାଣିବା ଆହୁରି କିଛି ଘରୋଇ ଉପାୟ ।

-କିଛି ପାଣି ଫୁଟାଇ ସେଥିରେ ୟୁକାଲିପଟାସ ତେଲରୁ କିଛି ବୁନ୍ଦା ପକାନ୍ତୁ। ମୁଣ୍ଡରେ କପଡ଼ା ଘୋଡ଼ାଇ ଏହାର ଷ୍ଟିମ୍‌କୁ କିଛି ସମୟ ନିଅନ୍ତୁ। ଏହାକୁ ଷ୍ଟିମ୍‌ ଥେରାପି କୁହାଯାଏ। ଯଦି ୟୂକାଲିପଟାସ ତେଲ ନ ଥାଏ , ତେବେ ଭିକସ କବା ଆଇଓଡେକ୍ସ ମଲମ କିଛି ଉଷୁମ ପାଣିରେ ପକାଇପାରିବେ । ଏହି ଥେରାପି ନେବା ଦ୍ୱାରା ଥଣ୍ଡାରୁ ହେଉଥିବା ନାକ ଜାମ ସମସ୍ୟା ବି ଦୂର ହୁଏ।

'

-ଅଦାକୁ ଛୋଟ ଛୋଟ ଆକାରରେ କାଟି ପାଣିରେ ପକାଇ ତାକୁ ଫୁଟାଇ ସେହି ମିଶ୍ରଣ ପାଣିକୁ ପିଅନ୍ତୁ। ଏହାଦ୍ବାରା କାଶରୁ ଅନେକାଂଶରେ ଲାଘବ ମିଳିବ। ଏହାବ୍ୟତୀତ ଅଦା ରସରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ।

-ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ଦିନକୁ ଦୁଇ ଥର ପିଇଲେ କାଶ ସହ ଥଣ୍ଡା ସମସ୍ୟା ଦୂର ହୋଇଥାଏ। ପିଆଜ ରସ ବଦଳରେ ଦୁଇ ଚାମଚ ମେଲବୁ ମଧ୍ୟ ବ୍ୟବହାର କରିପାରିବେ ।

-କଫ ପାଇଁ ପାନ ପତ୍ର ମଧ୍ୟ ବେଶ୍ ଉପକାରୀ। ଯଦି ଛାତିରେ କଫ ଜମିଛି, ତେବେ ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ। ଖୁବ୍‌ଶୀଘ୍ର କଫ ସମସ୍ୟା ଦୂର ହେବ।

#HealthTips #CoughCold #wintercare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon