• ବେତାର ବ୍ୟୁରୋ

ରାଶିଫଳ ନଭେମ୍ବର 25-ଡିସେମ୍ବର 1 : ଶେଷ ସପ୍ତାହରେ ଅମାବାସ୍ୟା, ଏପରି ରହିବ ଫଳ


(ବେତାର  ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ରମା ତୁଳା ରାଶିରୁ ଯାତ୍ରା ଆରମ୍ଭ କରି ମକର ରାଶିଯାଏଁ ଯିବେ। ଏହି ସମୟ ମଧ୍ୟରେ ଚନ୍ଦ୍ରଙ୍କ ସଂଯୋଗ ସୂର୍ଯ୍ୟ, କେତୁ, ବୃହସ୍ପତି ତଥା ଶନି ଗ୍ରହ ସହିତ ହେବ । ଫଳରେ ଅମାବାସ୍ୟା ଦୋଷ ହେବ ଓ ଅନେକ ବ୍ୟକ୍ତି ମନସ୍ତାପ କରିପାରନ୍ତି । ସେହିପରି ନିକଟରେ ଧନୁ ରାଶିରେ ଶୁକ୍ରଙ୍କ ଚଳନ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଊଣାଅଧିକେ କିଛି ରାଶିରେ ପଡିବ । ଏହି ସମୟରେ ପ୍ରାୟ 5 ଟି ରାଶି ପାଇଁ ଶୁଭ ସମୟ ଥିବାବେଳେ ଅନ୍ୟ 7 ରାଶିପାଇଁ ସମୟ ସେତେ ଶୁଭ ନୁହେଁ। 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ। 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ-. ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ। ସପ୍ତାହ ମଝି- ନିଜେ ଏକା ସମୟ ବିତାଇବାକୁ ଚାହିଁବେ । ସପ୍ତାହ ଶେଷ –ବିଦେଶ/ଦୂରକୁ ଯାତ୍ରା କଲେ ନିଶ୍ଚୟ ସଫଳ ହେବେ ।

ବୃଷ : ସପ୍ତାହ ଆରମ୍ଭ- କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ । ସପ୍ତାହ ମଝି-ପାରିବାରିକ ଜୀବନରେ ଦାମ୍ପତ୍ୟସୁଖ ବୃଦ୍ଧିହେବ।। ସପ୍ତାହ ଶେଷ - ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ ।

ମିଥୁନ :  ସପ୍ତାହ ଆରମ୍ଭ- ପ୍ରତିଷ୍ଠାବାନ ବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତହେବେ। ସପ୍ତାହ ମଝି- ପିତାମାତାଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ସପ୍ତାହ ଶେଷ – ସତର୍କତା ସହ କାର୍ଯ୍ୟ ନକଲେ ବିରୋଧୀମାନେ ବିପଦରେ ପକେଇବାକୁ ଚେଷ୍ଟାକରିବେ।

କର୍କଟ : ସପ୍ତାହ ଆରମ୍ଭ- ଅଧିକ ପରିଶ୍ରମ କରିବା ଫଳରେ କର୍ମୋନ୍ନତି ହେବ । ସପ୍ତାହ ମଝି- ପ୍ରତିଦ୍ୱନ୍ଦିତା ବା ପ୍ରତିଯୋଗିତା କରିବା ସୁଯୋଗ ପାଇ ସଫଳ ହେବେ।। ସପ୍ତାହ ଶେଷ - ଆକସ୍ମିକ ଭାବରେ ଆର୍ଥିକ ଲାଭ ହେବ ।

ସିଂହ : ସପ୍ତାହ ଆରମ୍ଭ- ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ସପ୍ତାହ ମଝି- ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। । ସପ୍ତାହ ଶେଷ - ଖାଇବା ପିଇବାରେ ସତର୍କ ନରହିଲେ ପେଟ ବିଗିଡିପାରେ।

କନ୍ୟା : ସପ୍ତାହ ଆରମ୍ଭ- ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ।ସପ୍ତାହ ମଝି- ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ। ସପ୍ତାହ ଶେଷ - ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ।

ତୁଳା : ସପ୍ତାହ ଆରମ୍ଭ- ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ । ସପ୍ତାହ ମଝି- ଗୃହସ୍ଥ ଜୀବନ ସୁଖମୟ ହେବ। ସପ୍ତାହ ଶେଷ – କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇବେ।

ବିଛା : ସପ୍ତାହ ଆରମ୍ଭ- ଶୁଭ ସମାଚାର ପାଇ ଖୁସି ହେବେ। ସପ୍ତାହ ମଝି- ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ସପ୍ତାହ ଶେଷ - ଅତ୍ୟଧିକ କାର୍ଯ୍ୟ ଚାପ ପାଇଁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ।

ଧନୁ : ସପ୍ତାହ ଆରମ୍ଭ- ଶତୃଙ୍କଠାରୁ ଦୂରେଇ ରହିଲେ ସମସ୍ତ ବାଧାକୁ ଆଡେଇଦେଇ ଆଗକୁ ବଢି ପାରିବେ। ସପ୍ତାହ ମଝି- ବନ୍ଧୁଙ୍କ ଆଗମନ ହେବ। ସପ୍ତାହ ଶେଷ - ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ମେଣ୍ଟିଯିବ।

ମକର : ସପ୍ତାହ ଆରମ୍ଭ- ବାକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ସପ୍ତାହ ମଝି- ଅନେକ କାର୍ଯ୍ୟରେ ସମ୍ପୃକ୍ତ ହେବେ । ସପ୍ତାହ ଶେଷ – ଘର/ଅଫିସ ପରିବର୍ତ୍ତନ କରିପାରନ୍ତି ବା ସେ ବିଷୟରେ ଭାବି ପାରନ୍ତି ।

କୁମ୍ଭ : ସପ୍ତାହ ଆରମ୍ଭ- ବିଦ୍ୟାର୍ଥୀ-ମାନେ ପରୀକ୍ଷାରେ ପାଇଁ କରିଥିବା ଶ୍ରମ ଶୁଭଫଳ ଦେବ । ସପ୍ତାହ ମଝି- ସଫଳତାର ସହ ଗୁରୁତ୍ୱ ଦାୟିତ୍ୱ ତୁଲାଇବେ । ସପ୍ତାହ ଶେଷ – ଆପଣଙ୍କ ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ।

ମୀନ : ସପ୍ତାହ ଆରମ୍ଭ- ସ୍ୱାସ୍ଥ୍ୟ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ସପ୍ତାହ ମଝି- ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସପ୍ତାହ ଶେଷ - ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ ଓ ପାଠ ପଢ଼ାରେ ମନଯୋଗ ଦେବେ । 

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon