• ବେତାର ବ୍ୟୁରୋ

ପ୍ରେମପତ୍ର ଲେଖିବାରୁ ଛାତ୍ର ବନ୍ଧାହେଲେ ବେଞ୍ଚରେ, ଶିକ୍ଷୟତ୍ରୀ କହିଲେ ଅଭିଭାବକଙ୍କ କାମ


(ବେତାର ବ୍ୟୁରୋ) ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ତିନି ଜଣ ବାଳକ ନିଜ କ୍ଳାସ ଶିକ୍ଷୟତ୍ରୀଙ୍କୁ ପ୍ରେମ ଚିଠି ଲେଖିବାରୁ ସ୍କୁଲ ବେଞ୍ଚରେ ବାନ୍ଧିଦିଆଯାଇଥିବାର ଚିତ୍ର ସୋସିଆଲମିଡିଆରେ ଘୂରିବୁଲୁଛି । ଏହି ଘଟଣା ପ୍ରସାରିତ ହେବା ପରେ ସ୍କୁଲ କର୍ର୍ତ୍ର୍ରପକ୍ଷ ଏ ସବୁ ଘଟଣା ସମ୍ପର୍କରେ ଜାଣି ନ ଥିବା କହିଥିଲେ ଓ ବରଂ ପିଲାମାନଙ୍କ ଅଭିଭାବକ ମାନେ ଏପରି କରିଛନ୍ତି ବୋଲି ଓଲଟା ସଫେଇ ଦେଇଛନ୍ତି ।

କଣ ଥିଲା ଘଟଣା

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ କାଦିରି ସହର ସ୍ଥିତ ମଶାଣପଟ୍ଟ ଅଞ୍ଚଳରେ ଏକ ସରକାରୀ ବିଦ୍ୟାଳୟ ରହିଛି , ଯେଉଁଠାରେ ଦଶମଶ୍ରେଣୀ ଯାଏଁ ପଢାଯାଏ । ଉକ୍ତ ସ୍କୁଲରେ ତୃତୀୟ ଓ ପଞ୍ଚମଶ୍ରେଣୀରେ ପଢୁଥିବା ଦୁଇଟି ପିଲା ଦୁଷ୍ଟାମି କରୁଥିବାରୁ ବେଞ୍ଚରେ ବନ୍ଧା ଯାଇଥିବା ଦୃଶ୍ୟ ଦେଖାଯାଇଥିଲା ।

ଘଟଣାରୁ ଜଣାପଡିଛି ଯେ ତୃତୀୟ ଶ୍ରେଣୀ ଛାତ୍ର ଶିକ୍ଷୟତ୍ରୀଙ୍କୁ ଚିଠି ଲେଖିବାରୁ ଓ ଅନ୍ୟଛାତ୍ର କ୍ଳାସରେ ଦୁଷ୍ଟାମି କରିବାରୁ ସେମାନଙ୍କୁ ସ୍କୁଲବେଞ୍ଚରେ ବାନ୍ଧିବା ଆଦେଶ ପ୍ରଧାନଶିକ୍ଷୟତ୍ରୀ ଦେଇଥିଲେ ।

ଏହି ଫୋଟୋ ପ୍ରସାରିତ ହେବା ମାତ୍ରେ ଅନେକ ସାମାଜିକ କର୍ମୀ ସେଠାରେ ପହଞ୍ଚିଥିଲେ ଓ ପିଲାନକୁ ଶାରୀରିକ ଦଣ୍ଡ ଦିଆଯାଉଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଭୟରେ ମାନିଲେନି

ତଦନ୍ତ ହେବା ସମୟରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଏ ବିଷୟରେ ଜାଣି ନ ଥିବା ଓ ସ୍କୁଲର ଅନ୍ୟାନ୍ୟ କାମରେ ବ୍ୟସ୍ତ ଥିବା କଥା କହିଥିଲେ । ସେହିପରି ଜଣେ ଛାତ୍ରଙ୍କ ମା’ ଆସି ସେ ନିଜେ ପୁଅକୁ ବାନ୍ଧି ଥିବା କଥା କହିଥିବା ବେଳେ ଅନ୍ୟ ଛାତ୍ରଟି ତାକୁ ଉପରଶ୍ରେଣୀ ପିଲାମାନେ ବାନ୍ଧିଥିବା କଥା କହିଥିଲା ।

ଏହାପରେ ଜିଲା ଶିକ୍ଷାଧିକାରୀ ଅଫିସରଙ୍କ ସନ୍ଦେହ ହେବାରୁ ପିଲାମାନଙ୍କୁ ଏ ବିଷୟରେ ପୁରା ଘଟଣା କଥା କହିଥିଲେ । ପରେ ଛାତ୍ରମାନେ ମାନିଥିଲେ ଯେ ସ୍କୁଲରେ ସବୁବେଳେ ଏହିପରି ଦଣ୍ଡ ଦିଆହୁଏ ।

ଏହାପରେ ଜିଲା ଶିକ୍ଷା ଅଧିକାରୀ ଖୁବ ଶୀଘ୍ର ଏହି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି ।

#OddNews #school #viralnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon