- ବେତାର ବ୍ୟୁରୋ
ବାସ୍ତୁ ବେତାର : ଶୟନ କକ୍ଷରେ ରହିଛି ଧନସମ୍ପତ୍ତି ସମସ୍ୟାର ସମାଧାନ

(ବେତାର ବ୍ୟୁରୋ) ଘରେ କୌଣସି ବାସ୍ତୁ ଦୋଷ ରହିଲେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଧନ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଅଯଥା କଳହ ଆଦି ଦେଖା ଦେଇଥାଏ। ତେବେ ବାସ୍ତୁ ଶାସ୍ତ୍ରରେ ଏସବୁ ସମସ୍ୟା ପାଇଁ ଶୟନ କକ୍ଷକୁ ଅତ୍ୟନ୍ତ ଗୁରୁତ୍ଵ ପ୍ରଦାନ କରାଯାଇଛି ।
କାରଣ ଶୋଇବା ଘରେ ବ୍ୟକ୍ତି 24 ଘଣ୍ଟା ମଧ୍ୟରେ ଏକ ପ୍ରମୁଖ ଅଂଶ ବିତାଇଥାଏ । ଏଣୁ ଶୋଇବା ଘରର ଆସବାବପତ୍ର,କାନ୍ଥ ରଙ୍ଗ , ଲାଇଟ ବଲ୍ବ, ଝରକା , ଦର୍ପଣର ସ୍ଥିତି ବ୍ୟକ୍ତିର ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ । ଶୋଇବା ସମୟରେ ଯେଉଁ ପ୍ରଭାବ ପଡେ ମନୁଷ୍ୟ ସେହି ପ୍ରଭାବରେ ତା’ ପର ଦିନ ବିତାଇଥାଏ ।
ଏଣୁ ଧନ ସମ୍ପତ୍ତି ସମସ୍ୟା, ପାରିବାରିକ କଳହ ଲାଗି ରହୁଥିଲେ ଶୟନ କକ୍ଷର ବାସ୍ତୁ ଉପଚାର ଜରୁରୀ । ଏପରି କିଛି ବାସ୍ତୁ ଟିପ୍ସ ଅଛି, ଯାହାକୁ ଆପଣାଇବା ଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହ ଧନ ଆଗମନର ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ଏହିପରି କିଛି ବାସ୍ତୁ ଟିପ୍ସ ବିଷୟରେ –
-ଶୋଇବା ଘରେ କମ ଜିନିଷପତ୍ର ରଖିବାକୁ ଚେଷ୍ଟା କରନ୍ତୁ ଓ ଶୋଇବା ଆଗରୁ ଝୁଣା ବା ସୁବାସିତ ଧୂପକାଠି ଲଗାଇବାକୁ ଚେଷ୍ଟା କରନ୍ତୁ । ଏହା ଭଲ ନିଦ ଆସିବାରେ ସହାୟକ ହୋଇଥାଏ ଓ ସକାରାତ୍ମକ ପରିବେଶ ସ୍ରୁତି କରେ।
-ପ୍ରାୟ ପ୍ରତି ସପ୍ତାହରେ ଶୋଇବା ଘରର ପ୍ରତ୍ୟେକ ଜିନିଷପତ୍ର ପୋଛାପୋଛି କରି ସଫା ରଖନ୍ତୁ ଓ ସୁବିଧା ଥିଲେ ଲୁଣ ପକାଇ ପାଣିରେ ଧୁଅନ୍ତୁ ।
-ଶୋଉଥିବା ଘରର ଝରକାରେ କ୍ରିଷ୍ଟାଲ ଲଗାନ୍ତୁ। ଏହାକୁ ଛୁଇଁ ଘର ଭିତରକୁ ଆସୁଥିବା ଆଲୋକ ସକରାତ୍ମକ ପ୍ରଭାବ ପକାଏ। ଯାହା ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖେ।
-ଏକ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ, ଯାହାର ପ୍ରତିଫଳନ ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ଯେପରି ପଡୁଥିବ। ଏହା ବ୍ୟୟ କମ୍ କରିବାରେ ସହାୟତା କରିବା ସହ ସଞ୍ଚିତ ଧନକୁ ବୃଦ୍ଧି କରିବ।
-ଆୟରେ ବାରମ୍ବାର ବାଧା ଉପୁଜୁଥିଲେ ଶୟନ କକ୍ଷରେ କିମ୍ବା ଘର କାନ୍ଥରେ ବାମ କୋଣରେ କିଛି ଓଜନିଆ ଜିନିଷ ରଖନ୍ତୁ, ବାଧା ଆଉ ଆସିବ ନାହିଁ।
(ବି.ଦ୍ର : ଏଥିରେ ଥିବା ବାସ୍ତୁ ଟିପ୍ସ ସର୍ବସାଧାରଣଙ୍କ ପାଇଁ ଦିଆଯାଇଛି, ଯାହାକୁ ସମସ୍ତେ ଉପଯୋଗ କରି ଦୈନନ୍ଦିନ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣଙ୍କ ଗ୍ରହଦଶା, ରାଶି ଓ ଅନ୍ୟାନ୍ୟ ପରିସ୍ଥିତି ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
-ଶୋଇବା ଘରେ ଆକ୍ୱାରିୟମ ରଖି ସେଥିରେ କଳା ଏବଂ ସୁନେଲୀ ରଙ୍ଗର ମାଛ ରଖନ୍ତୁ। ଏହା ଆପଣଙ୍କ ଘର ଉପରେ ପଡୁଥିବା ନକରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ।