• ବେତାର ଷ୍ଟାଫ ଲେଖକ

ବଢୁଛି ରେଳବାଇ ଆୟ ତୁଳନାରେ ଖର୍ଚ୍ଚ, କନସେସନ ଟିକେଟ ସଂଖ୍ୟା କମାଅ: ଅଡିଟର ଜେନେରାଲ


(ବେତାର ବ୍ୟୁରୋ) ଭାରତୀୟ ରେଳବାଇର ଖର୍ଚ୍ଚ ବର୍ଷକୁ ବର୍ଷ ଆୟ ତୁଳନାରେ ବଢିବାରେ ଲାଗିଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ । ବିଗତ ଦଶ ବର୍ଷରେ ରେଳବାଇର ଆୟ ଟ. 100 ତୁଳନାରେ ଟ.90 ରୁ ବଢି ବଢି ଟ.98.44 ରେ ଆସି ପହଞ୍ଚିଥିବାରୁ ଏହା ଚିନ୍ତାଜନକ ବୋଲି କହିଛନ୍ତି ଜାତୀୟ ମୁଖ୍ୟ ଅଡିଟର ।

କନସେଶନ ଟିକେଟ ଦାୟୀ

ଭାରତୀୟ ରେଳାବାଇରେ ଏହାର କର୍ମଚାରୀଙ୍କୁ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ବାର୍ଷିକ ଟ୍ରେନରେ ଯାତ୍ରା କରିବା ପାଇଁ ପାସ ମିଳିଥାଏ । ସମଗ୍ର ଭାରତବର୍ଷରେ ରେଳବାଇର ପ୍ରାୟ 13 ଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ରହିଛନ୍ତି । ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁସାରେ ସମଗ୍ର ପାସେଞ୍ଜରଙ୍କୁ ଟିକେଟ ଦରରେ ଯେଉଁ ରିହାତି ମିଳୁଛି ତାହାର ତିନି ଭାଗରୁ ଏକ ଭାଗ କେବଳ ରେଳ କର୍ମଚାରୀଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳୁଛି ।

ସୂଚନାଯୋଗ୍ୟ ଯେ ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଅନୁସାରେ ବାର୍ଷିକ ଥରେ/ଦୁଇଥର/ତିନିଥର ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିଥାଏ ।

ସମ୍ଭ୍ରାନ୍ତ ବରିଷ୍ଠ ନାଗରିକ କନସେସନ

ମୁଖ୍ୟ ଅଡିଟର ନିଜ ରିପୋର୍ଟରେ ଏହା ଦର୍ଶାଇଛନ୍ତି ଯେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ଅଧା ଟିକେଟର ସିଂହଭାଗ କେବଳ ଏସିରେ ଯାତ୍ରା କରୁଥିବା ବୟସ୍କ ମାନେ ଉଠାଉଛନ୍ତି । ଅର୍ଥାତ ଯେଉଁ ବୃଦ୍ଧାବୃଦ୍ଧ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଯାତ୍ରା କରୁଛନ୍ତି , ସେମାନେ ପାଉଥିବା ମୋଟ ରିହାତି ପରିମାଣ ତୁଳନାରେ ଏସିରେ ଯାତ୍ରା କରୁଥିବା ବୟସ୍କଙ୍କ ପରିମାଣ ବହୁତ ଅଧିକ ।

ତେବେ ସମଗ୍ର ଦେଶରେ ପ୍ରାୟ ଆଠ ଲକ୍ଷ ବୟସ୍କ ନିଜ ରିହାତି ସୁବିଧା ଛାଡିବା ପାଇଁ ରାଜି ହୋଇଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ 50% ଟିକେଟ ଦର ବଦଳରେ 75% ଦେଇ ଯିବାକୁ ରାଜି ହୋଇଛନ୍ତି ।

ରେଳଯାତ୍ରୀଙ୍କୁ ମିଳୁଥିବା ରିହାତିର ଶତକଡା 90 ଭାଗ ଏହି ଦୁଇ ଶ୍ରେଣୀର ଯାତ୍ରୀ ପାଉଥିବାରୁ ଏହାକୁ କମାଇବା ପାଇଁ ରେଳବାଇ ଆବଶ୍ୟକ ପଦକ୍ଷେପ ନେଊ ବୋଲି ଅଡିଟର କହିଛନ୍ତି ।

#ConsumerNews #Railwaynews #IndianRail #Railwayticket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon