• ବେତାର ବ୍ୟୁରୋ

ଶୀତଦିନେ ଅତ୍ୟଧିକ ଡିଓ ସ୍ପ୍ରେ ବ୍ୟବହାର କରୁଛନ୍ତି କି ! ଦେଖାଦେଇପାରେ ଏହିସବୁ ସମସ୍ୟା


(ବେତାର ବ୍ୟୁରୋ) ଯଦିଓ ଚଳିତ ବର୍ଷ ଶୀତ ସେପରି ଅନୁଭୂତ ହୋଇନାହିଁ, ତେବେ ପାଣିପାଗର ବିଭାଗର ଅନୁମାନ ମୁତାବକ ଡିସେମ୍ବର 7 ପରେ ଉପକୂଳ ଓ ମଧ୍ୟ ଓଡିଶାରେ ଶୀତ ପ୍ରଭାବ ଅନୁଭୂତ ହେବ । ତେବେ ଶୀତ ଦିନ ଆସିଲେ ଗୋଟିଏ ବଡ ସମସ୍ୟା ହେଉଛି ସକାଳୁ ଗାଧୋଇବା ।

ଅତ୍ୟଧିକ ଶୀତରେ ସାଧାରଣତଃ ଲୋକମାନେ ଡେରିରେ ଗାଧୋଇବାକୁ ପସନ୍ଦ କରନ୍ତି ବା ଉଷୁମ ପାଣିରେ ସ୍ନାନ କରିବାକୁ ପସନ୍ଦ କରନ୍ତି । ତେବେ ସେପରି ସୁବିଧା ନ ଥିଲେ କିଛି ବ୍ୟକ୍ତି ବିନା ସ୍ନାନକରି ଡିଓ ସ୍ପ୍ରେ ମାରି ଅଫିସ,ସ୍କୁଲ,କଲେକ ଇତ୍ୟାଦି ଯିବାକୁ ପସନ୍ଦ କରିଥାନ୍ତି ।

ତେବେ ଅଧିକାଂଶ ସମୟରେ ଯଦି ଏପରି କରୁଥାନ୍ତି , ଏହା ଫଳରେ କିଛିଟା ସମସ୍ୟା ଦେଖାଦେଇପାରେ । ଆସନ୍ତୁ ଜାଣିବା ସେଗୁଡିକ କଣ ଓ ଏହାର ସମାଧାନ କିପରି କରିବେ ।

କ୍ଷତିକାରକ ତତ୍ତ୍ଵ : ବିଭିନ୍ନ ଗବେଷଣାରୁ ଏହା ଜଣାପଡିଛି ଯେ ଡିଓ ସ୍ପ୍ରେରେ ରହିଥିବା ଝାଳଗନ୍ଧ ନାଶକାରୀ ତତ୍ତ୍ଵରେ ଥିବା କିଛି ଉପାଦାନ ଚର୍ମକୁ କ୍ଷତି ପହଞ୍ଚାଇଥାନ୍ତି । ଖାସ କରି ଏଥିରେ ଥିବା ଆଲକହଲ ଯୋଗୁଁ ଚର୍ମର ଉପରିସ୍ତର କ୍ଷତିଗ୍ରସ୍ତ ହୋଇଥାଏ ।

ଝାଳଗ୍ରନ୍ଥି ବନ୍ଦ : ଡିଓ ସ୍ପ୍ରେର ଆଲୁମିନିୟମର ଏକ ଉପାଦାନ ମହଜୁଦ ରହିଥାଏ , ଯାହା ଆମ ଶରୀରର ଛୋଟ ଛୋଟ ଝାଳ ଗ୍ରନ୍ଥିର ମୁହଁ ବନ୍ଦ କରିଦେଇଥାଏ । ଫଳରେ ଶରୀରରୁ ଝାଳ ସହିତ ବାହାରୁଥିବା ବିଷାକ୍ତ ଉପାଦାନ ବାହାରି ନ ପାରି ଝାଳଗ୍ରନ୍ଥି (ବିଶେଷ କରି କାଖ) ମୁହଁରେ ଜମି ରୁହ ଯେଉଁଥିପାଇଁ ପରେ ପୂଜ ଜମି ବଥ ସୃଷ୍ଟି ହୋଇଥାଏ ।

ତେବେ ଏହାରା ସମାଧାନ ଏପରି କରିବେ ।

ଡିଓ ସ୍ପ୍ରେ ବଦଳରେ ଡିଓ ଷ୍ଟିକ : ବଜାରରେ ଡିଓ ସ୍ପ୍ରେ ବ୍ୟତୀତ ଡିଓ ଷ୍ଟିକ ମଧ୍ୟ ବହୁଳ ଭାବେ ବିକ୍ରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଡିଓ ସ୍ପ୍ରେରେ ବାସ୍ନା ଅଧିକ ସମୟ ରଖିବା ପାଇଁ କେମିକାଲ ପରିମାଣ ଅଧିକ ମିଶାଯାଇଥାଏ , କିନତି ଡିଓ ଷ୍ଟିକରେ ଏହାର ପରିମାଣ ସାମାନ୍ୟ ଥାଏ । ତେଣୁ ଯଦି ଅଧିକାଂଶ ସମୟରେ ଡିଓ ଲଗାଇବା ପସନ୍ଦ ତେବେ ଡିଓ ଷ୍ଟିକ ବ୍ୟବହାର କରନ୍ତୁ ।

ବଡି ୱାଶ /ଆପଲ ସାଇଡର : ମନେ ରଖନ୍ତୁ ଝାଳ ଯୋଗୁଁ ଶରୀରରୁ ଦୁର୍ଗନ୍ଧ ବାହାରି ନ ଥାଏ , ବରଂ ଏଥିରେ ଥିବା ବ୍ୟକ୍ଟେରିଆ ପାଇଁ। ଏଣୁ ଏହାକୁ ଦୂରେଇବା ପାଇଁ ଗାଧୋଇବା ସମୟରେ ସାବୁନ ବଦଳରେ ଆଣ୍ଟି ବ୍ୟକ୍ଟେରିଆଲ ବଡି ୱାଶ ବ୍ୟବହାର କରନ୍ତୁ । ଏହା ବଦଳରେ ଚର୍ମରେ PH ସ୍ତର ବଜାୟ ରଖିବା ପାଇଁ ବଜାରରେ ମିଳୁଥିବା ଆପଲ ସାଇଡର ଭିନେଗାର କୁ ତୁଳାରେ ଆଣି ମୁହଁ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଲଗାଇ ପାରିବେ , ଯାହା ଦୁର୍ଗନ୍ଧରୁ ରକ୍ଷା କରିବ ।

#wintercare #bodycare #body #DeoSpray

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon