- ବେତାର ବ୍ୟୁରୋ
କମ ରିଚାର୍ଜର ଦିନ ଶେଷ ; ଶୁକ୍ରବାର ଠାରୁ ଲାଗୁ ହେବ ଜିଓର ଏହିସବୁ ନୂତନ ଦର

(ବେତାର ବ୍ୟୁରୋ) ଦେଶର ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡିକ ଯଥା ଏୟାର ଟେଲ ଓ ଭୋଡାଫୋନ-ଆଇଡିଆ ନିଜ ନିଜର ଦର ବଢାଇସାରିଥିବା ବେଳେ ଜିଓ ନିଜର ଦର ଶୁକ୍ରବାର (ଡିସେମ୍ବର 6) ତାରିଖରୁ ବଢାଇବାକୁ ଯାଉଛି ।
ଜିଓ ଏବେ ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ମିନିଟ ପିଛା 6 ପଇସା ହିସାବରେ ନେଉଥିବାରୁ ଆଉ ଏହାର ପୁରୁଣା ପ୍ଲାନ କାମ କରିବ ନାହିଁ ।
କମ୍ପାନୀର ଏଣିକି ସବୁ ପ୍ଳାନରେ ଇଣ୍ଟରନେଟ ଓ ଅନ୍ୟ ମୋବାଇଲକୁ କଲ୍ କରିବା ପାଇଁ ଫ୍ରି ମିନିଟ ରହିବ । ଜିଓ ରୁ ଜିଓ କଲ୍ ପୂର୍ବ ପରି ଫ୍ରି ରହିବ । ତେବେ ଯେଉଁମାନେ ଗୁରୁବାର ରାତି 12 ସୁଦ୍ଧା ଚାର୍ଜ କରାଇଥିବେ ସେମାନଙ୍କୁ ପୁରୁଣା ଦର ଲାଗୁହେବ ।
ରିଲାଏନ୍ସ ଜିଓର ପ୍ରିପେଡ ପ୍ଲାନର ନୂତନ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଘୋଷଣା କରିଛି ।ଦର ବୃଦ୍ଧି ପରେ ପ୍ଲାନର ନୂତନ ମୂଲ୍ୟ କଣ ହେବ ଏବଂ ସେଥିରେ କଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା ।
ଦୈନିକ 1.5 ଜିବି
ଜିଓର 149 ଟଙ୍କାର ଏହି ପ୍ଲାନର ବୃଦ୍ଧି ପରେ ଏହା ଏବେ 199 ଟଙ୍କାରେ ରେ ମିଳିବ । ଏହି ପ୍ଲାନରେ 1.5 ଜିବି ଡାଟା ପ୍ରତିଦିନ, 1,000 ମିନିଟର ଫ୍ରି କଲ୍ ସୁବିଧା ମିଳିବ ।ଏହି ପ୍ଲାନର ବୈଧତା 56 ଦିନ ରହିବ ।ଜିଓର 399 ଟଙ୍କାର ଏହି ପ୍ଲାନରେ 1.5 ଜିବି ଡାଟା ପ୍ରତିଦିନ,2,000 ମିନିଟର ଫ୍ରି କଲ୍ ସୁବିଧା ମିଳିବ ।ଏହି ପ୍ଲାନର ବୈଧତା 56 ଦିନ ରହିବ ।ସେହିପରି ଏହି କ୍ରମ 84 ଦିନ ବୈଧତା ପ୍ଳାନ ଦର 555 ଟଙ୍କା ରହିବ ।
ଦୈନିକ 2 ଜିବି
ଯେଉଁ ଗ୍ରାହକ ମାନଙ୍କୁ ଅଧିକ ଇଣ୍ଟରନେଟ ଆବଶ୍ୟକ ସେମାନଙ୍କୁ 249 ଟଙ୍କାର ରିଚାର୍ଜ କରିବାକୁ ହେବ । ଏଥିରେ 28 ଦିନର ବୈଧତା ମିଳିବା ସହିତ ଦିନକୁ 2 ଜିବି ଇନ୍ତରନେଟ ଓ 1,000 ଫ୍ରି ମିନିଟ ଅନ୍ୟ ମୋବାଇଲକୁ ମିଳିବ ।
ଅଧିକ କଲ ପ୍ଲ୍ଯାନ୍ସ 129
ସେହିପରି ଯେଉମାନଙ୍କ କେବଳ କଥା ହେବା ଆବଶ୍ୟକ ସେମାନେ 129 ଟଙ୍କାର ରିଚାର୍ଜ କରି 28 ଦିନର ବୈଧତା ପାଇବା ସହିତ 1,000 ମିନିଟର ଅନ୍ୟ ନମ୍ବରକୁ କଲ ସୁବିଧା ଓ ସର୍ବମୋଟ 2 ଜିବି ଇଣ୍ଟରନେଟ ପାଇ ପାରିବେ ।