• ବେତାର ବ୍ୟୁରୋ

ବିଛା ରାଶିରେ ବୁଧ ଚଳନ : ଏପରି ପଡିବ ପ୍ରଭାବ


(ବେତାର ବ୍ୟୁରୋ) ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ବୁଧ ଗ୍ରହ ବିଛା ରାଶିରେ ପ୍ରବେଶ କରିସାରିଛନ୍ତି । ବୁଧ ଗ୍ରହ ଏକ ଚଞ୍ଚଳ ଗ୍ରହ ଓ ଏହାର ପ୍ରବେଶ ବିଛା ପରି ଜଳ ରାଶିରେ –ଅର୍ଥାତ ପାଣିରେ ଆଲୋଡନ ସୃଷ୍ଟି କଲାପରି ଘଟଣା। ଏଣୁ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଅନେକ ଦିଗକୁ ପ୍ରଭାବିତ କରିବ ।

ଏହିପରି ସ୍ଥିତିରେ ବୁଧ ଗ୍ରହ ଡିସେମ୍ବର 25 ତାରିଖ ଯାଏଁ ରହିବ ଓ ଏହା ପରେ ଧନୁ ରାଶିକୁ ଗମନ କରିବ । ଏହାର ପ୍ରଭାବରେ 5ଟି ରାଶିକୁ ଫାଇଦା ହେଉଥିବା ବେଳେ ଅନ୍ୟ ରାଶିରେ ସ୍ଥିତି ରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଜାଣନ୍ତୁ କେଉଁ ରାଶି ଉପରେ କିପରି ରହିବ ପ୍ରଭାବ .

(ବି ଦ୍ର :ଏହି ଗ୍ରହ ଚଳନର ଫଳାଫଳ ଜନ୍ମ ଜାତକରେ ଥିବା ଜନ୍ମରାଶି ହିସାବରେ ଦିଆଯାଇଛି । ଆପଣଙ୍କ ଦଶା ଫଳ ଅନୁସାରେ ତଥା ଜନ୍ମ ଜାତକରେ ଗ୍ରହ ସ୍ଥିତି ଅନୁସାରେ ପରିସ୍ଥିତି ଅଧିକ ଭଲ ବା ଖରାପ

ହୋଇପାରେ । ଏହାକୁ କେବଳ ସଂକେତ ହିସାବରେ ଧରିନେବାକୁ ଅନୁରୋଧ )

ମେଷ

କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ।

ବୃଷ

ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ।

ମିଥୁନ

ଗୃହପାଳିତ ପଶୁ ଓ ଯାନବାହାନ ତଥା ଘରୋଇ ଜିନିଷ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ।

କର୍କଟ

ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ।

ସିଂହ

ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ। ଦୂର ଯାତ୍ରାରେ କଷ୍ଟ ଭୋଗି ପାରନ୍ତି।

କନ୍ୟା

ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ। କୌଣସି ନୂତନ ପଦାର୍ଥ ସଂଗ୍ରହ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।

ତୁଳା

କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ। ପ୍ରେମିକ ପ୍ରେମିକାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ।

ବିଛା

ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। ମହିଳାମାନେ ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ ।

ଧନୁ

ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଅନୁଭବ କରି ପାରନ୍ତି। ଇଛାକରି କାମଧନ୍ଦାରେ ମନ ଲାଗିବ ନାହିଁ।

ମକର

କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ।

କୁମ୍ଭ

କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନେଇ ଆର୍ଥିକ ଅନାଟନ ମଧ୍ୟରେ ଅଣନିଃଶ୍ୱାସୀ ମନେ କରିବେ।

ମୀନ

ଯଦି କୌଣସି ନୂତନ ଯୋଜନା ବିଷୟରେ ବିଚାର କରୁଥିଲେ ଆଗେଇବା ଉଚିତ୍। କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।

#astrology #PlanetTransit #Jyotish #mercurytransit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon