• ବେତାର ବ୍ୟୁରୋ

ଚାହାରେ ପକାନ୍ତୁ ଏହି 4 ଜିନିଷ , ଦୂରେଇ ରହିବ ସର୍ଦ୍ଦି ଥଣ୍ଡା,କାଶ


(ବେତାର ବ୍ୟୁରୋ) ଶୀତ ଦିନ ଆସିଲେ ପାଣିପାଗରେ ପରିବର୍ତ୍ତନ ପାଇଁ ହେଉ କିମ୍ବା ଶୀତ କାକରରେ ଅଧିକ ସମୟ ବୁଲିବା ପାଇଁ ହେଉ –କୌଣସି ନା କୌଣସି କାରଣରୁ ଶର୍ଦ୍ଦି ଥଣ୍ଡା , କଫ , ଗଳା ଦରଜ, ଦେହହାତ ବିନ୍ଧା, ମୁଣ୍ଡ ବିନ୍ଧା ଇତ୍ୟାଦି ହେବା ଏକ ସ୍ଵାଭାବିକ ସମସ୍ୟା । ଭାଇରାଲ ଜ୍ଵର ବ୍ୟତୀତ ଏହିସବୁ ସମସ୍ୟା ଏକ କପ ଗରମାଗରମ ଚା’ କପରେ ଭଲା ହୋଇପାରିବ ।

ତେବେ ଆୟୁର୍ବେଦ ଅନୁସାରେ ଏପରି କିଛି ଘରୋଇ ଜିନିଷ ଅଛି ଯାହାକୁ ଚାହା ପ୍ରସ୍ତୁତିରେ ବ୍ୟବହାର କରି ଆପଣ ଏହିସବୁ ଶୀତଦିନିଆ ସ୍ୱାସ୍ଥ୍ୟ ସମସ୍ୟାକୁ ଆରମରେ ଦୂରେଇ ଦେଇ ପାରିବେ ।

ଆସନ୍ତୁ ଜାଣିବା ସେହିସବୁ ଘରୋଇ ଜିନିଷ ବିଷୟରେ ।

ତୁଲସୀ : ତୁଲସୀରେ ରୋଗନାଶକରି ଅନେକ ଶକ୍ତି ବିଦ୍ୟମାନ ଥାଏ । ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ସହିତ କଫ ଓ ସର୍ଦ୍ଦି ଭଳି ସ୍ୱାସ୍ଥ୍ୟସମସ୍ୟାକୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏହା ଶରୀରର ଏୟାର ପାସେଜକୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ ଫଳରେ କଫ ଜମିପାରି ନ ଥାଏ । ଚା’ ଫୁଟାଇବା ସମୟରେ ଏହାର କିଛି ପତ୍ର ମକଚି ସେଥିଆରେ ପକାନ୍ତୁ ଓ ତୁରନ୍ତ ପିଅନ୍ତୁ ।

ଗୋଲମରିଚ : ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ଥିବାରୁ ତଣ୍ଟି ବସିବା ଆଦି ସମସ୍ୟାରୁ ମୁକ୍ତି ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସବଳ ହୋଇଥାଏ ଓ କାଶକଫ ସମସ୍ୟା ଦୂରେଇଥାଏ । ଚା’ ଫୁଟାଇବା ପରେ କପରେ ଏହାକୁ ଗୁଣ୍ଡା କରି ପକାନ୍ତୁ ଓ ଗରମ ଗରମ ପିଅନ୍ତୁ ।

ଲବଙ୍ଗ : ଗବେଷଣା ଅନୁସାରେ ଲବଙ୍ଗରେ ଫିନଲ ନାମକ ଏକ ଉପାଦାନ ଥାଏ ଯାହା ସର୍ଦ୍ଦି ବ୍ୟକ୍ଟେରିଆକୁ ନିପାତ କରିବାର କ୍ଷମତା ରଖିଥାଏ । ଏହାଛଡା ଲବଙ୍ଗରେ ଥିବା ତୈଳ ଗଳାରେ ଜମିଥିବା କଫ ନାଶ କରିବାରେ ସାହାଯ୍ୟ କରିଥାଏ । ନାଲି ଚା’ ରେ ଲବଙ୍ଗ ପକାଇ ପିଇଲେ ଏଥିରୁ ମୁକ୍ତି ମିଳିଥାଏ ।

ଅଦା :ଏଥିରେ ଗୋଲମରିଚ ପରି ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ଥାଏ ଓ ତୁଳସୀ ପରି ରୋଗ ପ୍ରତିଷେଧକ ଶକ୍ତି ରହିଥାଏ ଯାହା ଶରୀରର ଏୟାର ପାସେଜକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ଥଣ୍ଡା ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ପ୍ରଦାନ କରି ଥାଏ । ଚାହା ପ୍ରସ୍ତୁତି ସମୟରେ ଏହାକୁ ଛେଚି ପିଅନ୍ତୁ ।

#HealthTips #wintercare #Healthyfood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon