• ବେତାର ବ୍ୟୁରୋ

ପେନସନ ପ୍ଲାନ୍ : ମାସିକ ଟ.500ରେ ଏମିତ କରନ୍ତୁ ରିଟାୟାରମେଣ୍ଟ ପ୍ଲାନିଂ


(ବେତାର ବ୍ୟୁରୋ) ଯେଉଁ ବ୍ୟକ୍ତି ମାନେ ଦୀର୍ଘ ପ୍ରାୟ 8-10 ବର୍ଷ କାଳ ପ୍ରାଇଭେଟ ଉଦ୍ୟୋଗରେ ବିତାଇ ସାରିଲେଣି ସେମାନେ ରିଟାୟାରମେଣ୍ଟ ପ୍ଳାନ କଥା କେବେ ନା କେବେ ଭାବୁଥିବେ । କାରଣ ବର୍ତ୍ତମାନର ଜୀବନଶୈଳୀ ଅବସର ପରେ ମଧ୍ୟ ବଜାୟ ରଖିବାକୁ ଚାହୁଁଥିଲେ ଏବେଠୁ ସେ ବିଷୟରେ ଯୋଜନା କରିବା ଆବଶ୍ୟକ ।

ଅବଶ୍ୟ ବଜାରରେ ଏଥିପାଇଁ ସରକାରୀ ପେନସନ ସ୍କିମ ଓ EPFO, PPF ସ୍କିମ ରହିଛି ଯେଉଁଥିରେ ନଗଦ ଜମା ସହିତ ପେନସନ ରାଶି ମଧ୍ୟ ମିଳିଥାଏ । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ପେନସନ ଯୋଜନା ମଧ୍ୟ ରହିଛି ।

ଏସବୁ ଛଡା ବଜାରରେ ଅନେକ ପ୍ରାଇଭେଟ ପେନସନ ପ୍ଳାନ, ରିଟୟାର ସ୍କିମ ମଧ୍ୟ ରହିଛି । ଏତେ ଗୁଡିଏ ସ୍କିମ ଥିବାବେଳେ କେଉଁଟି ଭଲ ସେ ବିଷୟରେ ପ୍ରଶ୍ନ ଉଠିବା ସ୍ଵାଭାବିକ । ଆସନ୍ତୁ ଜାଣିବା କିପରି ବାଛିବେ ପେନସନ ପ୍ଳାନ /ରିଟାୟାରମେଣ୍ଟ ସ୍କିମ ।

ପେନସନ ପ୍ଳାନ କଣ ଏହି ପ୍ଳାନ ଗୁଡିକ ଅନ୍ୟାନ୍ୟ ମ୍ୟୁଚୁଆଲ ଫଣ୍ଡ, ଫିକ୍ସଡ ଡିପୋଜିଟ ଠାରୁ ଅଲଗା । କାରଣ ଏଥିରେ ନିବେଶକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାସିକ କିସ୍ତି ଦେବାକୁ ପଡିଥାଏ ଏବଂ ବ୍ୟକ୍ତିଙ୍କୁ 60 ବର୍ଷ ହେଲା ପରେ ମୋଟ ଜମା ରାଶି ଓ ସୁଧକୁ ମିଶାଇ ମାସିକ ପେନସନ ଆକାରରେ ମିଳିଥାଏ । ନଚେତ ମୋଟ ଟଙ୍କାର 60% ଏକ ସଙ୍ଗେ ଓ ବାକି ମାସିକ ପେନସନ ଆକାରରେ ମିଳିଥାଏ ।

ତେବେ ଜରୁରୀ ସମୟରେ ଏଥିରୁ ପଇସା ଉଠାଇନେବା ହୁଏତ କଷ୍ଟ ହୋଇପାରେ । ଜରୁରୀ କାଳୀନ ଆବଶ୍ୟକତା ପାଇଁ ଆପଣ ଅନ୍ୟ ସ୍କିମରେ ନିବେଶ କରିପାରିବେ ।

ଅଟଳ ପେନସନ ଯୋଜନା ଏହି ଯୋଜନା ମୁଖ୍ୟତଃ ନିମ୍ନ ଆୟକାରୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ । ଯଦି ଆପଣ ଟାକ୍ସ ଦେଉଛନ୍ତି , ତେବେ ଆପଣ ଏହି ଯୋଜନାରେ ଭାଗ ନେଇ ପାରିବେ ନାହିଁ । ଅବସର ପରେ ଏଥିରେ ସର୍ବାଧିକ ମାସିକ 5,000 ଟଙ୍କାର ପେନସନ ମିଳିବ ଓ ସର୍ବନିମ୍ନ 1,000 ଟଙ୍କା ।

ଏଥିପାଇଁ ଆପଣଙ୍କ ବୟସ ଅନୁସାରେ ଓ ମାସିକ କେତେ ପେନସନ ଆବଶ୍ୟକ ସେହି ଅନୁସାରେ ମାସିକ କିସ୍ତି ଦେବାକୁ ପଡିଥାଏ ।

ଯଦି ଆପଣ ଙ୍କ ବୟସ 24-36 ବର୍ଷ ସୀମା ଭିତରେ ଅଟଳ ପେନସନ ଯୋଜନା ପାଇଁ ଆପଣଙ୍କୁ ମାସିକ ଟ.250 ରୁ ଟ। 550 ପର୍ଯ୍ୟନ୍ତ ଦେବାକୁ ପଡିପାରେ ।

ଯେ କୌଣସି ବ୍ୟାଙ୍କରେ ଏ ବିଷୟରେ ବୁଝି ଫର୍ମ ପୂରଣ କରିହେବ ।

ସରକାରୀ ଓ ବେସରକାରୀ ପେନସନ ପ୍ଳାନ ଯଦିଓ ସମସ୍ତ ସରକାରୀ ଓ ବେସରକାରୀ ସ୍କିମ ଷ୍ଟକ ମାର୍କେଟ ଓ ବଣ୍ଡ (ସୁଧ କାରବାର) ରେ ପଇସା ଲଗାଇ ତାହାର ଲାଭ ଅଂଶ ଜମାକାରୀଙ୍କୁ ପ୍ରଦାନ କରିଥାନ୍ତି , ତେବେ ଆପଣଙ୍କ ଦ୍ଵାରା ମୋଟ ଜମାରାଶିର କେତେ ପ୍ରତିଶତ ଷ୍ଟକ ମାର୍କେଟ ଓ କେତେ ପ୍ରତିଶଟ ବଣ୍ଡ ମାର୍କେଟରେ ଲଗାଇବେ ତାହା ଭିନ୍ନ ଭିନ୍ନ ଫଣ୍ଡ ପାଇଁ ଭିନ୍ନ ଭିନ୍ନ ହୋଇଥାଏ ।

ସାଧାରଣତଃ ଯଦି ଆପଣ 50-55 ବର୍ଷ ବୟସରେ ନିବେଶ କରିବେ ତେବେ 40% ରୁ କମ ଅଂଶ ଷ୍ଟକ ମାର୍କେଟରେ ଲାଗୁଥିବା ବେଳେ କମ ବୟସରୁ ନିବେଶ ଆରମ୍ଭ କଲେ ଜମା ରାଶିର ପ୍ରାୟ 60% ଅଂଶ ଷ୍ଟକ ବଜାରରେ ଲାଗିଥାଏ ।

ପ୍ରାୟ ସମସ୍ତ ସ୍କିମରେ ବର୍ଷକୁ ଅତି କମରେ 10,000 ଟଙ୍କା (ମାସିକ 600 ଟଙ୍କାରୁ କମ) ନିବେଶ ଜରୁରୀ । ଏହିସବୁ ସ୍କିମରେ ନିବେଶ କଲେ ଅବସର ପରେ ମାସିକ 10,000ରୁ 50,000 ଟଙ୍କା ଯାଏଁ ପେନସନ ମିଳିପାରିବ (ଆପଣଙ୍କ ମାସିକ କିସ୍ତି, ବୟସ ଓ ଆପଣନାକ ଅବସର ବୟସ ପର୍ଯ୍ୟନ୍ତ ମିଳୁଥିବା ହାରାହାରି ସୁଧ ଅନୁସାରେ) ।

କିପରି ଚୟନ କରିବେ ଆପଣ ଯେ କୌଣସି ପେନସନ ପ୍ଳାନ ଚୟନ କଲାବେଳେ ଏହି ପ୍ଳାନ କେତେ ଦିନରୁ ଆରମ୍ଭ ହୋଇଛି ତଥା ବିଗତ ବର୍ଷରେ ଏଥିରୁ କେତେ ସୁଧ ମିଲୁକି ପଚାରି ବୁଝିନେବା ଜରୁରୀ ।

ଉଦାହରଣ ସ୍ୱରୂପ national ପେନସନ ସ୍କିମରେ ଦେଶର 7 ଟି ସଂସ୍ଥା ଯଥା SBI, LIC , କୋଟକ ବ୍ୟାଙ୍କ ଭଳି ସଂସ୍ଥାକୁ ଅନୁମତି ମିଳିଛି । ତେବେ ଏହି ସବୁ ସଂସ୍ଥା ଗୁଡିକ ମଧ୍ୟରୁ SBI Pension Fund ବିଗତ ପାଞ୍ଚବର୍ଷରେ ପ୍ରାୟ 9 ପ୍ରତିଶତ ସୁଧହାର ଦେଉଛି । ସେହିପରି ଏହା ପଛକୁ LIC pension fund ରହିଛି ଯାହା ଗତ 5 ବର୍ଷ ଭିତରେ ହାରାହାରି 8.78% ହାରରେ ସୁଧ ଦେଉଛି ।

ସେହିପରି ଘରୋଇ ପେନସନ ଫଣ୍ଡ ମଧ୍ୟରେ Franklin India Pension Fund ମ ଯାହା 1997ରେ ଗଠିତ ହୋଇଥିଲା, ତାହା ଗତ ପାଞ୍ଚ ବର୍ଷ ମଧ୍ୟରେ 8.07% ର ସୁଧ ହାରାହାରି ହିସାବରେ ଦେଉଛି ।

#PersonalFinance #Finance #LifeHack #LifeTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon