• ବେତାର ବ୍ୟୁରୋ

ଭାରତ-ୱେଷ୍ଟ ଇଣ୍ଡିଜ ନିର୍ଣ୍ଣାୟକ ଟି20 ମ୍ୟାଚ : ଏମିତି ରହିବ ରଣକୌଶଳ


(ବେତାର ବ୍ୟୁରୋ) ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି20 ମ୍ୟାଚ ବୁଧବାର ମୁମ୍ବାଇରେ ଅନୁଷ୍ଠିତ ହେବ । ଉଭୟ ଟିମ୍ ଥରେ ଲେଖାଏଁ ମ୍ୟାଚ ଜିତିସରିଥିବାରୁ ଏହି ଶେଷ ମ୍ୟାଚ ଜିତି ସିରିଜ ବିଜୟ ଲାଭ କରିବାକୁ ଉଭୟ ପକ୍ଷ ନିଶ୍ଚୟପ୍ରାଣପଣେ ଚେଷ୍ଟା କରିବେ ।

ଆସନ୍ତୁ ଜାଣିବା କିପରି ରହିବ ମ୍ୟାଚ ଓ ତଥା ଉଭୟ ଦଳର ରଣ କୌଶଳ ।

hoi ପାରେ ରନ୍ ବର୍ଷା : ମୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମ ବାଉଣ୍ଡାରୀ ଛୋଟ ଥିବାରୁ ଆଜି ଏହି ମ୍ୟାଚରେ ଛକା, ଚଉକା ବର୍ଷା ହେବ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ଅନୁମାନ କରିଛନ୍ତି । ମ୍ୟାଚ ଡାଟା ଅନୁସାରେ ଏହି ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରାହାରି 187 ରନ ସଂଗ୍ରହ କରିଛନ୍ତି । ଏହାର ପିଚ୍ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ତିଆରି ହେଇଥିବାରୁ ତଥା ପାଣି ପାଗ ଭଲ ରହିବାର ପୂର୍ବନୁମାନ ଥିବାରୁ ମ୍ୟାଚରେ ରନ ବର୍ଷା ହେବା ସହିତ ଭଲ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ ବୋଲି ଅନେକ ଆଶାବାଦୀ।

ୱେଷ୍ଟଇଣ୍ଡିଜ : ଏହି ଦଳ ନିଜର କୌଣସି ସଦସ୍ୟଙ୍କୁ ବଦଳାଇ ନ ପାରେ ଓ ନିଜର ଘଟକ ସ୍ପିନର ବୋଲିଂ ସହ ମଇଦାନକୁ ଓହ୍ଲାଇବା ଆଶା କରାଯାଉଛି । ସିମନ୍ସଙ୍କ ଫର୍ମ ଉନ୍ନତ ଥିବାରୁ ଗତ ମ୍ୟାଚରେ ଭାରତ ଜିତୁ ଜିତୁ ହାରି ଯାଇଥିଲା । ତେଣୁ ସିମନ୍ସଙ୍କ ବ୍ୟାଟିଂ ସହିତ ଦଳର ବ୍ୟାଟିଂ ଲାଇନ ତଥା ବୋଲର ହିଁ ୱେଷ୍ଟ ଇଣ୍ଡିଜ ର ଭାଗ୍ୟ ନିର୍ଦ୍ଧାରଣ କରିବା

ଭାରତ : ସିରିଜର ଦୁଇଟି ମ୍ୟାଚ ଖେଳିସାରିଥିବା ଖେଳାଳୀଙ୍କ ମଧ୍ୟରୁ କାହାକୁ ବିଶ୍ରାମ ନ ଦେଇ ପୁନର୍ବାର ସେହି ଖେଳାଳୀଙ୍କ ସହିତ ପ୍ଦିଆକୁ ଓହ୍ଲାଇବ ଭାରତୀୟ ଦଳ । ଅର୍ଥାତ କୁଳଦୀପ ଓ ମହମ୍ମଦ ଶମୀଙ୍କୁ ଆଉ ଏକ ଅବସର ପାଇଁ ଅପେକ୍ଷା କରିବାକୁ ହେବ । ତେବେ ଭାରତୀୟ ଦଳ ପାଇଁ ଫିଲଡିଙ୍ଗ ଏକ ସମସ୍ୟା । ଏହାକୁ କିପରି ମୁକାବିଲା କରିବ ଦଳ ତାହା ଉପରେ ବୁଧବାର ମ୍ୟାଚ ନିର୍ଭର କରିପାରେ ।

#IndiaCricket #cricket #T20cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon