• ବେତାର ବ୍ୟୁରୋ

ଆଇପିଏଲ ନିଲାମି : 2 କୋଟି ଟଙ୍କା ରେଟ ଚାର୍ଟରେ ସାମିଲ ଏହି ଖେଳାଳୀ


(ବେତାର ବ୍ୟୁରୋ) ଆଉ ମାତ୍ର ସପ୍ତାହକ ପରେ ଆରମ୍ଭ ହେବ ଆଇପିଏଲ ନିଲାମି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ପ୍ରାୟ ଏକ ହଜାର ଖେଳାଳୀ ସାମିଲ ହେବାକୁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ 332 ଜଣଙ୍କୁ ଚୟନ କରାଯାଇଛି ।

ଚୟନ କରାଯାଇଥିବା ଖେଳାଳୀଙ୍କ ମଧ୍ୟରୁ 186 ଭାରତୀୟ ଓ 143 ବିଦେଶୀ ଖେଳାଳୀ ।

ଏହି ଖେଳାଳୀମାନଙ୍କ ନିଲାମି ଆସନ୍ତା ଡିସେମ୍ବର 19 ରେ କୋଲକାତା ଠାରେ ଅନୁଷ୍ଠିତ ହେବ ।

ତେବେ ଏହି ପ୍ରକ୍ରିୟା ପୂର୍ବରୁ ଖେଳାଳୀମାନଙ୍କର ବେସ ରେଟ ବା ମୌଳିକ ଦର ଘୋଷଣା କରିଛି ବିସିସିଆଇ । ଅର୍ଥାତ ଯଦି ଜଣେ ଖେଳାଳୀଙ୍କ ବେସ ରେଟ 1 କୋଟି, ତେବେ ନିଲାମିଧାରୀ ଏକ କୋଟିରୁ ଅଧିକ ମୂଲ୍ୟ ଡାକିବାକୁ ବାଧ୍ୟ ।

ଆସନ୍ତୁ ଜାଣିବା 2 କୋଟି ଟଙ୍କା ବେସ ରେଟରେ କେଉଁ କେଉଁ ଖେଳାଳୀ ରହିଛନ୍ତି ।

ସର୍ବୋଚ୍ଚ ବେସ ରେଟ

ଆଇପିଏଲର ସର୍ବୋଚ୍ଚ ବେସ ଦର 2 କୋଟି ଟଙ୍କା ଖେଳାଳୀ ପିଛା ରହିଥାଏ ଓ ସର୍ବନିମ୍ନ 20 ଲକ୍ଷ ଟଙ୍କା ଥାଏ । ତେବେ ନିଲାମି ପ୍ରକ୍ରିୟାରେ ଜଣେ 20 ଲକ୍ଷ ବେସ ରେଟ ଖେଳାଳୀ 2 କୋଟି ଟଙ୍କାରେ ବିକ୍ରି ହୋଇପାରେ ଓ 1.5 କୋଟି ବେସ ରେଟ ଖେଳାଳୀ 1.7 କୋଟି ଟଙ୍କାରେ ବିକ୍ରି ହୋଇପାରେ ।

ଅର୍ଥାତ ବେସ ରେଟ ସହିତ ଖେଳାଳୀଙ୍କ ଚୁଡାନ୍ତ ଦରର ସମ୍ପର୍କ ନ ଥାଏ । ତେବେ କିଏ କେଉଁ ସ୍ତରର ବେସ ରେଟର ଦରରେ ରହିଛି ତାହା ସେମାନଙ୍କ ପ୍ରଦର୍ଶନ ଆଧାରରେ ହୋଇଥାଏ ।

ଏହି ହିସାବରେ ସର୍ବୋଚ୍ଚ ବେସ ରେଟ ତାଲିକାରେ 7 ଜଣ ଖେଳାଳୀ ରହିଛନ୍ତି । ସେମାନେ ହେଲା ପାଟ କ୍ୟୁମିନସ , ଜୋଷ ହେଜେଲଉଡ, କ୍ରିଶ ଲିନ,ମିଚେଲ ମାର୍ସ, ଗ୍ଲେନ ମାକ୍ସୱେଲ, ଡେଲ ଷ୍ଟିନ ଏବ, ଅଞ୍ଜେଲୋ ମାଥ୍ୟୁ ।

ତେବେ ଏହି ଦର ତାଲିକାରେ ଜଣେ ବି ଭାରତୀୟ ଏ ପର୍ଯ୍ୟନ୍ତ ସାମିଲ ହୋଇ ନାହାନ୍ତି ।

ଭାରତୀୟଙ୍କ ତାଲିକା

ଭାରତୀୟ ଖେଳାଳୀ ତାଲିକାରେ ରବିନ ଉତ୍ଥାପା ଏ ବର୍ଷ କୋଲକାତା ନାଇଟ ରାୟଦର୍ସରୁ ବାହାରି ଦେଢ କୋଟିର ବେସ ରେଟ ରହିତ ଆଗ୍ରାରେ ରହିଛନ୍ତି । ସେହିପରି ପିୟୁଷ ଚାୱଲା , ୟୁସୁଫ ପଠାନ ଓ ଜୟଦେବ ଉନଦକାଟ ଏକ କୋଟି ରେଟ ଚାର୍ଟରେ ରଚିଛନ୍ତି ।

#IndiaCricket #IPL #T20cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon