• ବେତାର ବ୍ୟୁରୋ

ଘରେ ବସି ଅନଲାଇନରେ ଏମିତି ମଗାନ୍ତୁ ଡୁପ୍ଳିଲେଟ  PAN କାର୍ଡ


(ବେତାର ବ୍ୟୁରୋ) ଆପଣ ଚାକିରି କରିଥାନ୍ତୁ ବା ବ୍ୟବସାୟ କିମ୍ବା ଡାକ୍ତର, ଓକିଲ, ଚାର୍ଟାର୍ଡ ଅକଉଣ୍ଟାଣ୍ଟ ଭଳି ପେଶାଦାର ହୁଅନ୍ତୁ , PAN କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ବ୍ୟାଙ୍କରେ ଯେ କୌଣସି ଟଙ୍କାପଇସା କାରବାର ପାଇଁ ହେଉ ବା ଅନ୍ୟ କୌଣସି ଜାଗାରେ ପରିଚୟ ପ୍ରମାଣପତ୍ର ହିସାବରେ ଏହା ଏକ ଜରୁରୀ ଦସ୍ତାବେଜ ।

ଉଦାହରଣ ସ୍ୱରୂପ ଯଦି ଆପଣ 50,000 (ପଚାଶ ହଜାର ଟଙ୍କା)ରୁ ଅଧିକ ଟଙ୍କା କାହାଠାରୁ ବ୍ୟାଙ୍କ ଜରିଆରେ ପାଇବାକୁ ଚାହୁଁଥାନ୍ତି ତେବେ PAN କାର୍ଡ ନମ୍ବର ବିନା ଆପଣ ଏହା ପାଇପାରିବେ ନାହିଁ ।

ସେହିପରି ଏହିପରି କିଛି ଅନେକ କିଛି Transaction ରହିଛି, ଯେଉଁଥିରେ PAN କାର୍ଡ ଜରୁରୀ ।

ତେବେ ବେଳେବେଳେ ଆମ ଅସାବଧନତା ଯୋଗୁଁ ହେଉ ବା ବାରମ୍ବାର ଘର/ସ୍ଥାନ ପରିବର୍ତ୍ତନ ପାଇଁ ଏହିଭଳି କିଛି ଦସ୍ତାବେଜ ହଜି ଯାଇ ଥାଏ ଓ ମିଳି ନ ଥାଏ । ପରେ ଅନ୍ୟ ସମୟରେ ଏହି ଦସ୍ତାବେଜ ଯୋଗୁଁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ ।

ପୂର୍ବରୁ ଏହି ଦସ୍ତାବେଜ ପାଇଁ ପୁନର୍ବାର ଅବେଦାନ କରିବାର ପ୍ରକ୍ରିୟା ଦେଇ ଯିବାକୁ ପଡୁଥିଲା । ଏବେ କିନ୍ତୁ ଆପଣ ଏକ ୱେବସାଇଟ ଯାଇ ଡୁପ୍ଳିକେଟ PAN କାର୍ଡ ପାଇଁ ଆବେଦନ କରିପାରିବେ ।

ଏପରି ରହିବ ପ୍ରକ୍ରିୟା

ଏଥିପାଇଁ ପ୍ରଥମେ https://www.tin-nsdl.com/ ୱେବ୍ସାଇଟକୁ ଯାଆନ୍ତୁ । ଏହି ୱେବସାଇଟ ରେ Reprint of PAN Card ଖୋଜନ୍ତୁ ଓ ଏହା ଉପରେ କ୍ଲିକ କରନ୍ତୁ ।

ଏହାପରେ ଅନ୍ୟ ଏକ ଲିଙ୍କ ଖୋଲିବ ଯେଉଁଥିରେ ଆପଣଙ୍କୁ ହଜିଯାଇଥିବା PAN କାର୍ଡ ନମ୍ବର ସହିତ ଆଧାର ନମ୍ବର , ଜନ୍ମ ତାରିଖ ବିଷୟରେ ସମସ୍ତ ତଥ୍ୟ ଦେବାକୁ ହେବ ।

ଯଦି ଆପଣଙ୍କ PAN ନମ୍ବର ମନେ ନାହିଁ , ତେବେ PAN କାର୍ଡ ଆସିଥିବା ବେଳେ mail ଯାଇ ଦେଖନ୍ତୁ ବା ଏହି ନମ୍ବର ବ୍ୟବହାର କରି ହୋଇଥିବା ଶେଷ ବ୍ୟାଙ୍କ transaction ଚେକ କରନ୍ତୁ । ଏଥିରୁ ନମ୍ବର ପାଇ ପାରିବେ ।

ମନେରଖନ୍ତୁ ଏହି ସୁବିଧା କେବଳ ସେହି କାର୍ଡଧାରୀଙ୍କୁ ମିଳିବ ଯେଉଁ ମାନେ ଅନଲାଇନ ଜରିଆରେ PAN କାର୍ଡ ପ୍ରାପ୍ତ କରିଥିବେ ।

#LifeHack #PersonalFinance #pancard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon