• ବେତାର ବ୍ୟୁରୋ

ରାଶିଫଳ ଡିସେମ୍ବର 16-22 : ଶୁକ୍ର ଚଳନ, ସଙ୍କ୍ରାନ୍ତିରୁ ଆରମ୍ଭ ହେଲା ସପ୍ତାହ, ଏହି 6 ରାଶିର ହେବ ଉନ୍ନତି


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ କର୍କଟ ରାଶିରୁ ଯାତ୍ରା ଆରମ୍ଭ କରି ତୁଳା ରାଶିରେ ଯାତ୍ରା ଶେଷ କରିବେ ଓ ଏହି ସମୟରେ ଶନି , ମଙ୍ଗଳ, ରାହୁ ତଥା ବୃହସ୍ପତି ପ୍ରଭାବରେ ରହିବେ ଯାହା କର୍କଟ, କନ୍ୟା ରାଶିକୁ ବିଶେଷ ରୂପେ ପ୍ରଭାବିତ କରିବ ।

ସେହିପରି ମକର ପରି ମୃତ୍ତିକା ତତ୍ତ୍ଵ ରାଶିରେ ଶୁକ୍ର ଗ୍ରହ ରବିବାର ପ୍ରବେଶ କରିଥିବାରୁ ଏହାର ପ୍ରଭାବ ମେଷ, ବୃଷ, କର୍କଟ, କନ୍ୟା, ସିଂହ ଏବଂ ଧନୁ ରାଶିରେ ପଡିବ । ଏହାର ପ୍ରଭାବରେ ଭୂମି ଓ ସର୍ବସାଧାରଣ କାମରେ ଆସୁଥିବା ଦ୍ରବ୍ଯ ଓ ସେବାରେ ଜଡିତ ଥିବା ବ୍ୟକ୍ତି, ବ୍ୟବସାୟର ଉନ୍ନତି ହେବ । ସେହିପରି କିଛି ବ୍ୟକ୍ତି ଖର୍ଚ୍ଚାନ୍ତ ହୋଇପାରନ୍ତି ।

ସେହିପରି ଧନୁ ସଙ୍କ୍ରାନ୍ତିରେ ଧନୁ ରାଶିକୁ ସୂର୍ଯ୍ୟଙ୍କ ଚଳନ ମଧ୍ୟ ଧନୁ ଓ ମିଥୁନ ରାଶି ଉପରେ ପ୍ରଭାବ ପକାଇବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ - ଏ ସପ୍ତାହରେ ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସପ୍ତାହ ମଝି - ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ । ସପ୍ତାହ ଶେଷ - ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିଜ ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ ।

ବୃଷ : ସପ୍ତାହ ଆରମ୍ଭ - ଏ ସପ୍ତାହରେ ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ସପ୍ତାହ ମଝି - କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ସପ୍ତାହ ଶେଷ - ବ୍ୟବସାୟରେ ଉତ୍ତମ ରୋଜଗାର ହେଲେ ମଧ୍ୟ ବ୍ୟୟ ଅଧିକ ହେବ ।

ମିଥୁନ : ସପ୍ତାହ ଆରମ୍ଭ - ଏ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। । ସପ୍ତାହ ମଝି - ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ । ସପ୍ତାହ ଶେଷ - ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

କର୍କଟ : ସପ୍ତାହ ଆରମ୍ଭ - ଏ ସପ୍ତାହରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ । ସପ୍ତାହ ମଝି - କର୍ମକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରତିଷ୍ଠା ଲାଭର ଯୋଗ ଅଛି।। ସପ୍ତାହ ଶେଷ - ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ।

ସିଂହ : ସପ୍ତାହ ଆରମ୍ଭ - ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ । ସପ୍ତାହ ମଝି - ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ । ସପ୍ତାହ ଶେଷ - ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ , ସମ୍ମାନ ଲାଭ ହେବ।

କନ୍ୟା : ସପ୍ତାହ ଆରମ୍ଭ - ଏ ସପ୍ତାହରେ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ । ସପ୍ତାହ ମଝି - ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ । ସପ୍ତାହ ଶେଷ - ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ନରହିଲେ ସମସ୍ୟାର ସମ୍ମୁଖୀନ ହେବେ ।

ତୁଳା : ସପ୍ତାହ ଆରମ୍ଭ - ଶାରିରୀକ ଅସୁସ୍ଥତା ଦୂର ହୋଇ ଶରୀର ସୁସ୍ଥ ରହିବ । ସପ୍ତାହ ମଝି - ଚାକିରି ଆଶାୟୀମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ସପ୍ତାହ ଶେଷ - ବ୍ୟବସାୟରେ ଉନ୍ନତି ହେବ କିନ୍ତୁ ଶେଷରେ ଖର୍ଚ୍ଚାନ୍ତ ହେବେ ।

ବିଛା : ସପ୍ତାହ ଆରମ୍ଭ – ଚାକିରି ପାଇଁ ଅପେକ୍ଷା କରିଥିଲେ ନିଯୁକ୍ତି ପାଇବେ । ସପ୍ତାହ ମଝି - ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ । ସପ୍ତାହ ଶେଷ - ଛାତି, ଗଳା, ମେରୁଦଣ୍ଡ, ମସ୍ତିଷ୍କ ପ୍ରତି ସତର୍କ ରହିବା ଉଚିତ୍ ।

ଧନୁ : ସପ୍ତାହ ଆରମ୍ଭ – ଏ ସପ୍ତାହରେ ଉଚ୍ଚଆଶା ପୂରଣ ହେବ । ସପ୍ତାହ ମଝି - ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ । ସପ୍ତାହ ଶେଷ - ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ ।

ମକର : ସପ୍ତାହ ଆରମ୍ଭ – ଏ ସପ୍ତାହରେ ଆର୍ଥିକ ତଥା ସାମାଜିକ ଉନ୍ନତି ହେବ । ସପ୍ତାହ ମଝି - ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ । ସପ୍ତାହ ଶେଷ – କୋର୍ଟ କଚେରୀ ବା ବିବାଦ ମାମଲାରେ ବିଜୟ ଲାଭ ହେବ ।

କୁମ୍ଭ : ସପ୍ତାହ ଆରମ୍ଭ – ଏ ସପ୍ତାହରେ କର୍ମ ପରିବର୍ତ୍ତନ କରିବା ବିଷୟରେ ଭାବି ପାରନ୍ତି । ସପ୍ତାହ ମଝି - ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବେ । ସପ୍ତାହ ଶେଷ – ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ ।

ମୀନ : ସପ୍ତାହ ଆରମ୍ଭ – ଏ ସପ୍ତାହରେ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ସପ୍ତାହ ମଝି - ଆତ୍ମୀୟମାନେ ଭିତରେ ଚେର କାଟି ପାରନ୍ତି।। ସପ୍ତାହ ଶେଷ –ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହେବ। ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon