- ବେତାର ବ୍ୟୁରୋ
କମଳା ଚୋପାର ଏମିତି କରନ୍ତୁ ବ୍ୟବହାର : ଓଜନ କମାଇବାଠାରୁ ତ୍ଵଚାର ଯତ୍ନ ଯାଏଁ

(ବେତାର ବ୍ୟୁରୋ) ସାଧାରଣତଃ କମଳା ଖାଇବା ପରେ ତା’ର ଚୋପାକୁ ଆମେ ଫୋପାଡ଼ି ଦେଇଥାଆନ୍ତି। ହେଲେ କମଳା ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କମଳା ଚୋପା ଆମର ଅନେକ କାମରେ ଲାଗିଥାଏ।
ଉଦାହରଣ ସ୍ଵରୂପ
–କମଳା ଚୋପାରେ ଆପଣ ଚଟଣୀ ପ୍ରସ୍ତୁତ କରି ଖାଇ ପାରିବେ। ଚଟଣୀ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କମଳା ଚୋପା, ଲୁଣ, ଲଙ୍କା ପାଉଡର ନେଇ ତାକୁ ଭଲ ଭାବେ ପେଷ୍ଟ କରିଦିଅନ୍ତୁ। ସୁଆଦିଆ ଚଟଣି ପ୍ରସ୍ତୁତ ।
–ଛୁରୀରେ କଳଙ୍କି କିମ୍ବା ମଇଳା ଲାଗିଥିଲେ, କମଳା ଚୋପା ଘସି ଏହାକୁ ସଫା କରିପାରିବେ।
–ତମ୍ବା ବାସନକୁ ସଫା କରିବା ପାଇଁ କମଳା ଚୋପା ବ୍ୟବହାର କରନ୍ତୁ। ଏହାଦ୍ବାରା ବାସନ ନୂଆ ଭଳି ଚମକିବ ।
ଏସବୁ ବାଦ ଆମ ଶରୀର ପାଇଁ କମଳା ଚୋପାର ଅନେକ ଉପକାରି ଗୁଣ ରହିଛି । କମଳା ଚୋପା ଓଜନ କମ୍ କରିବାରେ ସହାୟକ ହେବ ବୋଲଇ ଏକ ଗବେଷଣାରୁ ଜଣାପଡିଛି । ଏଥିରେ ଭିଟାମିନ୍ B6, କ୍ୟାଲସିୟମ, ଫଲେଟ୍ ଭରପୂର ମାତ୍ରାରେ ଥାଏ, ଯାହା ଓଜନ କମାଇବାରେ ସହାୟକ ହୋଇଥାଏ।
କମଳା ଚୋପା ଖଣ୍ଡେ ପ୍ରତିଦିନ ସକାଳୁ ଅଭ୍ୟାସ କରି ଚୋବାଇ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

ଶରୀର ନିମନ୍ତେ ଏହାର ଅନ୍ୟ ସବୁ ବ୍ୟବାହାର ଆସନ୍ତୁ ଜାଣିବା ।
–କମଳା ଚୋପାକୁ ଭଲ ଭାବେ ଗୁଣ୍ଡ କରି ଶୁଖାଇ ଦିଅନ୍ତୁ। ଏବେ ଏହାକୁ ପାଣିରେ ପକାଇ ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। –ଆପଣ କମଳା ଚୋପାରେ ସ୍କ୍ରବ୍ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହାକୁ ଶୁଖାଇ ଖଦଖଦଡ଼ିଆ ଭାବେ ଗୁଣ୍ଡ କରି ଚେହେରାରେ ଲଗାଇ ସ୍କ୍ରବ୍ କରନ୍ତୁ। ––କମଳା ଚୋପାକୁ ପେଷ୍ଟ କରି ନଖରେ ଲଗାନ୍ତୁ। ଏହାଦ୍ବାରା ନଖ ପରିଷ୍କାର ହେବା ସହ ଚମକପ୍ରଦ ଦେଖାଯିବ।
ଏହାଛଡା କମଳା ଚୋପାର ପ୍ରସ୍ତୁତ ତୈଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ ।