• ବେତାର ବ୍ୟୁରୋ

କେନ୍ଦ୍ର ଷ୍ଟାଫ ସିଲେକ୍ସନ ତରଫରୁ ହେବ 5,874 ନିଯୁକ୍ତି : ଜାଣନ୍ତୁ ଆବେଦନର ଶେଷ ତାରିଖ


(ବେତାର ବ୍ୟୁରୋ) କେନ୍ଦ୍ରୀୟ ଷ୍ଟାଫ ସିଲେକ୍ସନ କମିଶନ ତରଫରୁ +2 ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ 4ଟି ପଦରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ହେବା ସକାଶେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ତେବେ ଗତ ବର୍ଷ ତୁଳନାରେ ଏଥର ମୋଟ ନିଯୁକ୍ତି ସଂଖ୍ୟା କମ ପ୍ରକାଶ ପାଇଥିବାରୁ ପ୍ରତିଯୋଗୀତା ତୀବ୍ର ହେବ ବୋଲି ଅନୁମାନ କରାଯାଉଛି ।

ଆବେଦନ ତାରିଖ

ଏହି ପରୀକ୍ଷା ଦେବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଜାନୁୟାରୀ 10 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ tear-I ପରୀକ୍ଷା ମାର୍ଚ୍ଚ 16 ରୁ 27 ମଧ୍ୟରେ ଅନୁଷ୍ଠିତ ହେବ ଓ tear-II ପରୀକ୍ଷା ଜୁନ 28 ରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ପ୍ରକାଶିତ ବିଜ୍ଞପ୍ତିରେ Postal Assistants/Sorting Assistants(PA/SA)Data Entry Operator (DEO),Lower Divisional Clerk (LDC),Court Clerk ଇତ୍ୟାଦି ପଦବୀ ନିଯୁକ୍ତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି 2017 ମସିହା ପାଇଁ ହେବ ଓ ସମସ୍ତ ପଦବୀକୁ ମିଶାଇ ମୋଟ 5,874ଟି ନିଯୁକ୍ତି ହେବ । ପୂର୍ବ ଥର ଏହି ପ୍ରକ୍ରିୟାରେ 5914ଟି ନିଯୁକ୍ତି ହୋଇଥିଲା ।

ଦରମା

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଷ୍ଟାଲ ବିଭାଗ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ତଥା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ପରେ ମାସିକ ଟ.25,165 ରୁ ଟ.31,145 ଦରମା ହିସାବରେ ପ୍ରଦାନ କରାହେବ । ଏଥିରେ ମୂଳ ଦରମା ସହିତ ମହଙ୍ଗା ଭତ୍ତା, ଗ୍ରେଡ ପେ, ହାଉସ ଆଲାଅନ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ ।ସେହିପରି କ୍ଳର୍କ ପଦବୀରେ ମାସିକ ଟ. 18,777-22,411 ମିଳିବ ।

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2020 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ +2 ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.100 ଆବେଦନ ଫି’ ପଇଠ କରିବାକୁ ପଡିବ। ଏହି ଫି’ କୁ ଅନଲାଇନରେ ବା ଚାଲାଣ ମାଧ୍ୟମରେ ପଇଠ କରିପାରିବେ। ଅନଲାଇନରେ ଫି’ ପଇଠ କରିବାର ଶେଷ ତାରିଖ ମେ’ 31 ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ SBI ଚାଲାଣ ମାଧ୍ୟମରେ ପଇଠ କରିବାର ଶେଷ ତାରିଖ ଜୁନ 1 ତାରିଖ ପର୍ଯ୍ୟନ୍ତ ରହିଛି।

ଚୟନ ପଦ୍ଧତି

ଯୋଗ୍ୟପ୍ରାର୍ଥୀଙ୍କୁ ପରୀକ୍ଷା, ଡକୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।Tear-I ପରୀକ୍ଷାରେ ଇଙ୍ଗ୍ଲିଶ, ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜିନିଙ୍ଗ, ନ୍ୟୁମେରିକାଲ ଆପ୍ଟିଚ୍ୟୁଡ ଓ ଜେନେରାଲ ଆୱାରନେସରୁ 25 ମାର୍କ ଲେଖାଏଁ ପ୍ରଶ୍ନ ପଡିବ। ଏଥିପାଇଁ ପ୍ରାର୍ଥୀଙ୍କୁ 90ମିନିଟ ସମୟ ମିଳିବ। tear-IIରେ ପ୍ରାର୍ଥୀଙ୍କୁ 50ମାର୍କର ଶର୍ଟ essay/letter ଲେଖିବା ପାଇଁ ଦିଆଯିବ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ SSCର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ। ପ୍ରଥମେ register now ଅପ୍ସନରେ କ୍ଲିକ କରି ରେଜିଷ୍ଟର କରନ୍ତୁ ଓ ଏହାପରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ। ଏହାସହିତ ପାସପୋର୍ଟ ସାଇଜ ଫଟୋ ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ SSCର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ।

#SSCjobs #SSCMTS

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon