• ବେତାର ବ୍ୟୁରୋ

ଭାରତୀୟ ରେଳର ନୂଆ ଅଫର  : 5 ଟଙ୍କାରେ ମିଳିବ ପବନରୁ ପ୍ରସ୍ତୁତ ପାଣି


(ବେତାର ବ୍ୟୁରୋ) ଭାରତୀୟ ରେଳ ବିଭାଗ ନିକଟରେ ନୂଆ ନୂଆ ପ୍ରୟୋଗ ପାଇଁ ଜଣାଶୁଣା । ରେଳ ଷ୍ଟେସନରେ ସାନିଟାରୀ ନାପକିନ ମେସିନ ହେଉ ବା ଅନଲାଇନରେ ପିଜା ଡେଲିଭରି ସୁବିଧା , ସରକାରୀ ବିଭାଗ ଅନୁସାରେ ଏହିପରି ଆଧୁନିକ ସୁବିଧା ଯୋଗାଇଦେବାରେ ରେଳ ବିଭାଗ ହୁଏତ ଏପରି ଏକ ପ୍ରଥମ ବିଭାଗ ।

ଏବେ ଏହି ବିଭାଗ ଆହୁରି ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇ ଅନେକ ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛି । ରେଳ ବିଭାଗ ତରଫରୁ ସିକନ୍ଦରାବାଦ ରେଳ ଷ୍ଟେସନରେ ଏପରିଏକ ମେସିନ ଲାଗିଛି ଯାହା ବାୟୁରୁ ଜଳ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଉଅଛି ।

‘ଏମିତି ପ୍ରସ୍ତୁତ ହୁଏ ପାଣି

ଏହି ମେସିନ ବାୟୁରେ ଉପସ୍ଥିତ ଜଳକଣାକୁ ଶୋଷିନେଇ ଜଳ ପ୍ରସ୍ତୁତ କରିଥାଏ । ଏଥିପାଇଁ ପ୍ରଥମେ ମେସିନରେ ବାୟୁ ପ୍ରବେଶ କରାଯାଇ ମେସିନ ସାହାଯ୍ୟରେ ଏଥିରେ ଥିବା ଦୂଷିତ ପଦାର୍ଥକୁ ବାହାର କରାଯାଇଥାଏ । ଏହାପରେ ଏହାକୁ ଏକ ଶୀତଳ ଚାମ୍ବରକୁ ନିଆଯାଇଥାଏ , ଯେଉଁଥିରେ ବାୟୁରେ ଥିବା ଜଳକଣା ଗୁଡିକ ଥଣ୍ଡା ହୋଇ ଜଳବୁନ୍ଦାରେ ପରିଣତ ହୁଅନ୍ତି ।

ଏହାପରେ ଜମା ହୋଇଥିବା ଜଳକୁ RO ପଦ୍ଧତି’ରେ ବିଶୋଧନ କରାଯାଇଥାଏ ଓ ତାହା ପାନୀୟ ଉପଯୋଗୀ ହୋଇଥାଏ । ମୈଥାରୀଆକ୍ଵା ନାମକ ଭାରତୀୟ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମେସିନ ଦିନକୁ ପ୍ରାୟ 1,000 ଜଳ ପ୍ରସ୍ତୁତ କରିବାକୁ ସକ୍ଷମ ।

ସଂପୂର୍ଣ୍ଣ ବିଶୁଦ୍ଧ ଜଳ

ନିକଟରେ ଏ ବିଷୟରେ ଘୋଷଣା କରି ରେଳମନ୍ତ୍ରୀ ପିୟୁଷ ଗୋୟଲ ଟ୍ଵିଟ କରିଥିଲେ ଯେ ଭରତ ସରକାରଙ୍କ ରେଳ ବିଭାଗ ତରଫରୁ ‘ମେଘଦୂତ’ ନାମକରେ ଏପରି ଏକ ମେସିନର ସ୍ଥାପନା ତେଲଙ୍ଗାନାର ସିକନ୍ଦରାବାଦ ଷ୍ଟେସନରେ କରାଯାଇଛି , ଯାହା ବାୟୁରୁ ପାଣି ପ୍ରସ୍ତୁତ କରିଥାଏ ଏବଂ ଏଥିରେ ଜରୁରୀ ଲବଣ ମିଶାଯାଇ ଏହାକୁ ପାନୀୟ ଉପଯୋଗୀ କରାଯାଇଥାଏ । ଏହି ପାଣି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁସାରେ ପ୍ରମାଣିତ ।

ସବୁଠୁ ବଡ କଥା ହେଉଛି ଏହି ମେସିନ ବିନା କୌଣସି ଜଳ ସ୍ରୋତରେ କାମ କରିଥାଏ ଓ ଏଥିରୁ କୌଣସି ଅପକାରୀ ଦୂଷିତ ପଦାର୍ଥ ବାହାରି ନ ଥାଏ ।

ରେଳ ବିଭାଗ ତରଫରୁ ଏହି ପାଣିର ଦାମ ଲିଟର ପିଛା 5 ଟଙ୍କା ମୂଲ୍ୟରେ ବିକ୍ରି କରାହେଉଛି । ତେବେ ବୋତଲ ସହିତ ଏହାର ମୂଳକ୍ଯ 8 ଟଙ୍କା ରଖାଯାଇଛି ।

#IndianRail #Water

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon