• ବେତାର ବ୍ୟୁରୋ

ଜାଡର ମାଡ : ନୂଆ ବର୍ଷ ଯାଏଁ ଏତିକି ରହିବ ଓଡିଶାରେ ତାପମାତ୍ରା


(ବେତାର ବ୍ୟୁରୋ) ହିମାଳୟ ଆଡୁ ଆସୁଥିବା ଶୀତ ଲହରୀରେ ଠାରୁ ସାରା ଓଡିଶା । ବିଶେଷ କରି ମଧ୍ୟ ଓ ପଶ୍ଚିମ ଜିଲ୍ଲା ତଥା ବାଲେଶ୍ଵରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହିପରି ଅବସ୍ଥା ବଡଦିନ (ଖ୍ରୀଷ୍ଟମାସ)ଛୁଟି ଯାଏଁ ରହିବା ବୋଲି କହିସାରିଛି ରାଜ୍ୟ ପାଣି ପାଗ ବିଭାଗ ।

ତେବେ ନୂଆ ବର୍ଷ ବେଳକୁ ସ୍ଥିତିରେ ସୁଧାର ଆସିବ ବୋଲି ପୁବରାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ, ହେଲେ ଶୀତ କୋପ ସେଭଳି ନ କମି ପାରେ ।

ଶୀତ ଲହରି ନୁହେଁ

ପାଣି ପାଗ ବିଭାଗର ସଂଜ୍ଞା ଅନୁସାରେ ଯଦି ସାଧାରନ ତାପମାତ୍ରାଠାରୁ ହଠାତ 6 ଡିଗ୍ରୀ ଯାଏଁ ତାପମାତ୍ରା ଖସେ , ତେବେ ଏହାକୁ ଶୀତ ଲହରୀ କୁହାଯାଏ । ତେବେ ବଡଦିନ ପରଠାରୁ ତାପମାତ୍ରା ଯଦିଓ କମିବ , ଏହା 4 ଡିଗ୍ରୀରୁ ତଳକୁ ଖସିବାର ସମ୍ଭାବନା ନ ଥିବାରୁ ଏହାକୁ ଶୀତ ଲହରୀ କୁହାଯାଇ ପାରିବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ଜାନୁୟାରୀ 1 ଯାଏଁ ତାପମାତ୍ରା ଆହୁରି 3ରୁ 4ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଦିନବେଳା ତାପମାତ୍ରା 1-2 ଡିଗ୍ରୀ ବଢିପାରେ । ମକର ସଙ୍କ୍ରାନ୍ତି ସୁଦ୍ଧା ରାଜ୍ୟରେ ହାରାହାରି ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ଠାରୁ କମ ହେବ ନାହିଁ ବୋଲି କହିଛି ବିଭାଗ ।

ଉତ୍ତର ଓଡିଶାରେ ଏବେ ତାପମାତ୍ରା ହାରାହାରିଠାରୁ 4ରୁ 5 ଡିଗ୍ରୀ କମ୍ ରହୁଛି। ଗତକାଲି ରାଜ୍ୟର 10ଟି ସହରର ତାପମାତ୍ରା 10 ଡିଗ୍ରୀ ତଳକୁ ଖସି ଆସିଛି । ଶୁକ୍ରବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ କେନ୍ଦୁଝରଗଡରେ 7.1 ଡିଗ୍ରୀ ରେକର୍ଡ କରାଯାଇଛି । ତାପଛକୁ ଦାରିଙ୍ଗବାଡିରେ 7.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା 72 ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ଲହରି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ଜାରି ରହିବ ଶୀତ

ଓଡିଶାର ଦକ୍ଷିଣ ଉପକୂଳ ଓ ଉପକୂଳ ଜିଲ୍ଲାଗୁଡିକରେ ଆଗାମିକିଛିଆ ଦିନରେ ତାପମାତ୍ରା କମିବା ସହିତ କୁହୁଡିଆ ପାଗ ରହିପାରେ । ସେହିପରି କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ନୂଆବର୍ଷ ଆଡକୁ ଶୀତ ସାମାନ୍ୟ କମିବ ବୋଲି କହିଛି ପାଣିପାଗ ବିଭାଗ ।

ତେବେ କନ୍ଧମାଳ ସୋନପୁର , ଅନୁଗୁଳଆଦି ଜିଲ୍ଲାରେ ଶୀତର ପ୍ରକୋପ ଆସନ୍ତା ମକର ସଙ୍କ୍ରାନ୍ତି ଯାଏଁ ରହିବ ବୋଲି ବିଭାଗ ଏକ ରିପୋର୍ଟରେ କହିଛି ।

#OdishaNews #News #ColdWave #weatherreport

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon