- ବେତାର ବ୍ୟୁରୋ
ଇନଷ୍ଟାଗ୍ରାମର ଏହି ଫୋଟୋରୁ ସାମନାକୁ ଆସିଲା ଦିଶା ପଟାନୀ-ଟାଇଗର ଶ୍ରଫ ପ୍ରେମ କାହାଣୀ

(ବେତାର ବ୍ୟୁରୋ) ବଲିଉଡ ବଜାରରେ ଅନେକ ଦିନ ଆଗରୁ ଗସିପ ଗଳିରେ ଖବର ଉଡି ବୁଲୁଥିଲା ଯେ ବଲିଉଡର ନୂଆ ଡିଭା ଦିଶା ପଟାନୀ ଓ ଆକ୍ସନ ମାଷ୍ଟର ଟାଇଗର ଶ୍ରଫଙ୍କ ଭିତରେ କିଛି ଭିତିରି ସମ୍ପର୍କ ରହିଛି। ଏକଥା ବି ଉଡୁଥିଲା ଯେ ଏହିଦୁଇଜଣଙ୍କ ମଧ୍ୟରେ ମଝିରେ ବ୍ରେକ ଅପ ହୋଇଥିଲା ।
ତେବେ ପ୍ରେମ ସମ୍ପର୍କକୁ ନା ପଟାନୀ ନା ଟାଇଗର କେବେ ସ୍ଵୀକାର କରିଥିଲେ ।
ଏପରିକି ଚଳିତ ଅଗଷ୍ଟ ମାସରେ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କେହି ଜଣେ ଟାଇଗରଙ୍କୁ ଦିଶାଙ୍କୁ ଡେଟ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରେ ଟାଇଗର କହିଥିଲେ “ମୋ ଦେଇ ସେକଥା ସମ୍ଭବ ନୁହେଁ” ।
ଏପରିକି ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫଙ୍କୁ ମଧ୍ୟ କହିବାକୁ ପଡିଥିଲା ଯେ ଦିଶାଙ୍କ ଆଦିତ୍ୟ ରାଏ କପୁର ଉପଯୁକ୍ତ ପୁରୁଷ ।
ଯଦିଓ ମଝିରେ ମଝିରେ ଟାଇଗର ଓ ବାଗୀ 2 ର ନାୟିକା ଦିଶାଙ୍କ ଫୋଟୋ ଆସୁଥିଲା ତେବେ ଏହାକୁ କେବଳ ଏକ ବନ୍ଧୁତ୍ଵପୂର୍ଣ୍ଣ ସାକ୍ଷାତ କହି ଦୁହେଁ ଏଡାଇଯାଉଥିଲେ ।
ଇନଷ୍ଟାଗ୍ରାମ ଫୋଟୋ
ତେବେ ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପରୁ ଏହି ସମ୍ପର୍କ ବନ୍ଧୁତାରୁ କିଛି ଅଧିକ ଲାଗୁଛି ।

ଶନିବାର ବିଳମ୍ବିତ ରାତିରେ ଦିଶା ପଟାନୀ ଇନଷ୍ଟାଗ୍ରାମରେ ନିଜର ଏକ ଫୋଟୋ ଅପଲୋଡ କରି ଲେଖିଥିଲେ ଯେ ଏହି ମେକଅପ ଓ ହେୟାର ଷ୍ଟାଇଲ ମୋ ନିଜର ।
ଏହା ପରେ ଫୋଟର କମେଣ୍ଟ ସେକ୍ସନରେ ଟାଇଗରଙ୍କ ଏକ କମେଣ୍ଟ ଦେଖିବାକୁମିଳିଥିଲା , ଯାହା ପରେ ଏହି ଦୁହିଙ୍କ ଫ୍ୟାନ ମାନେ ଦୁଇଜଣଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଅନେକ କଥା ଲେଖିଥିଲେ ।

ଦିଶାଙ୍କ ଫୋଟୋରେ ଟାଇଗର କିଛି ଲେଖି ନ ଥିଲେ ବି ଜଳନ୍ତା ନିଆଁ ଚିହ୍ନ ଓ ଆତ୍ମହରା ହୋଇ ଦେଖୁଥିବା ଇମୋଜି ଲେଖିଥିଲେ । ଅର୍ଥାତ ଏହି ଫୋଟୋରେ ଦିଶା ଅଧିକ ହଟ୍ ଦିଶୁଛନ୍ତି ବୋଲି ଟାଇଗର ନ ଲେଖି ମଧ୍ୟ କହିବାକୁ ଚାହୁଁ ଥିଲେ ।
ଏହାପରେ କେହି ଜଣେ ଫ୍ୟାନ ଟାଇଗରଙ୍କୁ ଟ୍ୟାଗ କରି ଲେଖିଥିଲେ ବ୍ରୋ, ଏହାକୁ ‘ସେଟ କରିନିଅ’ ।