• ବେତାର ବ୍ୟୁରୋ

ରାଶିଫଳ ଡିସେମ୍ବର 23-29 : ଆଗକୁ 6ଟି ଗ୍ରହ ରହିବେ ଧନୁରେ, ଏମିତି ରହିବ ବର୍ଷର ଶେଷ ସପ୍ତାହ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ତୁଳା ରାଶିରୁ ଯାତ୍ରା ଆରମ୍ଭ କରି ମକର ରାଶିରେ ଯାତ୍ରା ଶେଷ କରିବେ ଓ ଏହାର ପ୍ରଭାବ ବିଛା, ଧନୁ, ବୃଷ ଓ କର୍କଟ ଆଦି ରାଶି ଉପରେ ପଡିପାରେ ।

ଏହି ସମୟରେ ଧନୁ ରାଶିରେ ସୂର୍ଯ୍ୟ, ବୃହସ୍ପତି, ଶନି ଆଦି 6ଟି ଗ୍ରହ ରହି ଏକ ବିଶେଷ ଗ୍ରହଣ ଯୋଗ ସୃଷ୍ଟି କରାଇବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ଅନୁଭୂତ ହେବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ - ନିଜ ଆର୍ଥିକ ସ୍ଥିତିର ଉନ୍ନତି ଓ ଭବିଷ୍ୟତ ବିଷୟରେ ଭାବିବେ । ସପ୍ତାହ ମଝି - କର୍ମ କ୍ଷେତ୍ରରେ ସଫଳ ହେବେ ତେବେ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସପ୍ତାହ ଶେଷ - ଆର୍ଥିକ ଓ ପ୍ରେମ ସମ୍ପର୍କ ପାଇଁ ଶୁଭ ସମୟ , ତେବେ କିଛି ବ୍ୟକ୍ତିନ୍କୁଆ କାଗଜପତ୍ର ସମ୍ବନ୍ଧୀୟ ଅସୁବିଧା ହେଇପାରେ ।

ବୃଷ : ସପ୍ତାହ ଆରମ୍ଭ - ସମ୍ମାନ ବଢିବା ସହିତ କର୍ମ କରିବାର ଉତ୍ସାହ ମଧ୍ୟ ବଢିବ । ହେଲେ ଅତି ଉତ୍ସାହରେ ସ୍ୱାସ୍ଥ୍ୟ ଯେପରି ନ ବିଗିଡେ ଧ୍ୟାନ ଦିଅନ୍ତୁ । ସପ୍ତାହ ମଝି - କର୍ମ କ୍ଷେତ୍ରରେ କିଛି ବଦଳେଇବା ପାଇଁ ବା ନିଜ ସ୍ଵଭାବ ବଦଳେଇବା ବିଷୟରେ ଭାବିବେ । ସପ୍ତାହ ଶେଷ - କଠିନ ପରିଶ୍ରମ ଜାରି ରଖନ୍ତୁ , ସଫଳତା ଅବଶ୍ୟ ମିଳିବ ।

ମିଥୁନ : ସପ୍ତାହ ଆରମ୍ଭ - ପରିବାର ପାଇଁ ବା କର୍ମକ୍ଷେତ୍ରରେ କିଛି କଠିନ କାମ କରିବାକୁ ପଡିପାରେ । ସପ୍ତାହ ମଝି - ଆପଣଙ୍କ ପାଇଁ ପରିବାର ଲୋକେ ଖୁସି ହେବେ । ସପ୍ତାହ ଶେଷ - ସଫଳତା ମିଳିବା ଯୋଗ ରହିଛି , ତେବେ କଠିନ ପରିଶ୍ରମ ଜାରି ରଖନ୍ତୁ ।

କର୍କଟ : ସପ୍ତାହ ଆରମ୍ଭ - ଆର୍ଥିକ ଓ ବ୍ୟକ୍ତିଗତ ମାମଲାରେ ନିଜ ବିଷୟରେ ଏକ ଦୃଢ ନିଷ୍ପତ୍ତି ନେବାକୁ ପଡିପାରେ । ସପ୍ତାହ ମଝି - ସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆସିବ। ସପ୍ତାହ ଶେଷ - ପାରିବାରିକ ବିବାଦ ଦେଖା ଦେଇପାରେ ।

ସିଂହ : ସପ୍ତାହ ଆରମ୍ଭ - ଆର୍ଥିକ ଦୃଷ୍ଟିକୋଣରୁ ବା କର୍ମକ୍ଷେତ୍ରରେ ଶୁଭ ସମୟ ଆସିବ । ସପ୍ତାହ ମଝି - ନିଜର ଭବିଷ୍ୟତ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରିବା ଦିଗରେ ଭାବିବେ । ସପ୍ତାହ ଶେଷ - ପାରିବାରିକ ସ୍ଥିତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା : ସପ୍ତାହ ଆରମ୍ଭ - ସ୍ୱାସ୍ଥ୍ୟ ଓ କର୍ମ କ୍ଷେତ୍ରରେ ଏକ ସନ୍ତୁଳନ ବନାଇବାକୁ ଚେଷ୍ଟା କରିବେ ଓ ସେଥିରେ ସଫଳ ହେବେ । ସପ୍ତାହ ମଝି - ପରିବାର ଓ ପ୍ରେମ ସମ୍ପର୍କ ସୁଦୃଢ କରିବାକୁ ଚାହିଁବେ । ସପ୍ତାହ ଶେଷ - ଖର୍ଚ୍ଚ ବଢିବ ଓ ପୁରୁଣା କରଜ ପରିଶୋଧ କରିବାରେ ଅସୁବିଧା ଆସିପାରେ ।

ତୁଳା : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ ଯଶ ଓ ପ୍ରଶଂସା ପାଇବେ, ତେବେ ଘରର ମରାମତି ନେଇ ଚିନ୍ତା କରିପାରନ୍ତି । ସପ୍ତାହ ମଝି - ବ୍ୟବସାୟରେ ଉନ୍ନତି ହେବ । ସପ୍ତାହ ଶେଷ - ଏପରି କିଛି ନିଷ୍ପତ୍ତି ନେବେ ଯାହା ଲାଭ ଆଣିଦେବ ।

ବିଛା : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ କଠିନ ସମୟ ରହିବ ଓ ସ୍ୱାସ୍ଥ୍ୟ ମଧ୍ୟ ସେତେଟା ଭଲ ନ ରହିପାରେ । ସପ୍ତାହ ମଝି - କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି , ତେବେ ମନ ଉଦାସ ରହିପାରେ । ସପ୍ତାହ ଶେଷ - ସ୍ଥିତି ସୁଧୁରିବା ଓ ଆଶାଠାରୁ ଅଧିକ ସଫଳତା ମିଳିବ ।

ଧନୁ : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ ଓ ପରିବାରରେ ଭଲ ସମୟ ଆସିବ ଓ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ସପ୍ତାହ ମଝି - ଆର୍ଥିକ ସ୍ଥିତି ବିଷୟରେ ଭବିବେ ଓ ସ୍ୱାସ୍ଥ୍ୟ ମଧ୍ୟ ଅନୁକୂଳ ନ ରହିପାରେ । ସପ୍ତାହ ଶେଷ - ସ୍ଥିତି ସୁଧୁରିବ ତେବେ କଠିନ ପରିଶ୍ରମ କରିବା ଜାରି ରଖନ୍ତୁ ।

ମକର : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଆସିବ , ତେବେ ଏହାକୁ ଅତିକ୍ରମ କରି ସଫଳତା ପାଇବେ । ସପ୍ତାହ ମଝି - ଆର୍ଥିକ ସ୍ଥିତି ଉନ୍ନତି କରିବା ବିଷୟରେ ଚେଷ୍ଟା କରିବେ ଓ ସଫଳତା ପାଇ ପାରନ୍ତି । ସପ୍ତାହ ଶେଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ ।

କୁମ୍ଭ : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ ତଥା ପରିବାରରେ ସମ୍ମାନ ପାଇବେ ଓ ମନ ପ୍ରଫୁଲ୍ଲ ରହିବ । ସପ୍ତାହ ମଝି - ଭ୍ରମଣ ଯୋଗ ରହିଛି ଓ ଏଥିପାଇଁ ଆପଣଙ୍କ କାମ ଅଟକି ପାରେ । ସପ୍ତାହ ଶେଷ- ବିରୋଧୀମାନେ ଦବେଇବାକୁ ଚେଷ୍ଟା କରିବେ ।

ମୀନ : ସପ୍ତାହ ଆରମ୍ଭ - କର୍ମକ୍ଷେତ୍ରରେ ସଫଳତା ମିଳିବ କିନ୍ତୁ ପରିବାରରେ କାହା ସହିତ ବିବାଦ ଦେଖାଦେଇପାରେ । ସପ୍ତାହ ମଝି - କୌଣସି ଆମୋଦପ୍ରମୋଦ ସ୍ଥାନକୁ ପରିବାର ବା ପ୍ରେମୀଙ୍କ ସହିତ ବୁଲି ଯାଇ ପାରନ୍ତି । ସପ୍ତାହ ଶେଷ- ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon