• ବେତାର ବ୍ୟୁରୋ

ଧନୁ ରାଶିରେ ଏକତ୍ର ହେଲେ ଛଅଟି ଗ୍ରହ : ଏହି ରାଶିର ବ୍ୟକ୍ତି  ରୁହନ୍ତୁ ସତର୍କ


(ବେତାର ବ୍ୟୁରୋ) ଚଳିତ ବଡଦିନରେ ମହାକାଶରେ ଏକ ବଡ ଖଗୋଳୀୟ ଦୃଶ୍ୟ ଦେଖିବାକୁ ମିଳିବ । ତାହା ହେଲା ସୂର୍ଯ୍ୟ, ବୁଧ, ଚନ୍ଦ୍ର, ବୃହସ୍ପତି , ଶନି ତଥା କେତୁର ଗୋଟିଏ ସ୍ଥାନରେ ଅବସ୍ଥାନ । ଯଦିଓ ଏହି ପାଞ୍ଚଟି ଗ୍ରହ ପୂର୍ବରୁ ଏକତ୍ର ଅଛନ୍ତି, ଚନ୍ଦ୍ର ଦେବ ଡିସେମ୍ବର 25 ରୁ 28 ଯାଏଁ ଧନୁ ରାଶିରେ ରହୁଥିବାରୁ ଏହାକୁ ଗ୍ରହପୁଞ୍ଜ ଅବସ୍ଥାନ ବା Cluster Planet ଯୋଗ କୁହାଯାଏ ।

କ'ଣ ଏହି ଗ୍ରହପୁଞ୍ଜ

ଜ୍ୟୋତିଷ ଶାସ୍ତ୍ର ମତରେ ଗୋଟିଏ ରାଶିରେ ଦୁଇଟି ଗ୍ରହ ଏକତ୍ର ରହିଲେ ତାହା ଏକ ବଡ ପ୍ରଭାବ ପକାଇଥାଏ । ପୁଣି ବୃହସ୍ପତି ଓ ଶନି ପରି ବଡ ଗ୍ରହ ଏକତ୍ର ରହିବା ଏକ ବିରଳ ଘଟଣା କାରଣ ଏହା 60 ବର୍ଷରେ ଠାରେ ଘଟିଥାଏ । ଏହଛାଡ କେତୁ, ସୂର୍ଯ୍ୟ ଓ ବୁଧ ସହିତ ଚନ୍ଦ୍ରର ମିଳନ ଅନ୍ୟ ଏକ ବଡ ଘଟଣା । ତେଣୁ ଧନୁ ପରି ଏକ ଅଗ୍ନି ତତ୍ତ୍ଵ ରାଶିରେ ଛଅଟି ଗ୍ରହ ଏକତ୍ର ରହିବା ନିଶ୍ଚିତ ଏକ ବଡ ପ୍ରଭାବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବ । ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ମହା ଯୂତି ବୋଲି କୁହାଯାଇଛି ।

ଏହି ସମୟରେ ଏପରି କିଛି ପରିସ୍ଥିତି ସୃଷ୍ଟି ହେବ ଯାହା ମନୁଷ୍ୟକୁ ଇଚ୍ଛା ନ ଥିଲେ ସେହପରି କର୍ମ କରାଇବାକୁ ପ୍ରେରିତ କରିବ । ଏହାଛଡା ଏହି ସମୟରେ ସୂର୍ଯ୍ୟପରାଗ ମଧ୍ୟ ସଂଗଠିତ ହେଉଛି , ଯାହା ଏକ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ନେଇ ସୂଚନା ଦିଏ ।

,

ଶେଷଥର ଏହିଭଳି ଘଟଣା 1946 ମସିହାରେ ଦେଖାଦେଇଥିଲା । ସେତେବେଳେ ଭାରତରେ ହିନ୍ଦୁ-ମୁସଲମାନ ବିଭାଜନ ତଥା ପାକିସ୍ଥାନ ଗଠନ ପାଇଁ ଅନେକ କାର୍ଯ୍ୟକ୍ରମ ତଥା ହିଂସା ସଂଗଠିତ ହେଉଥିଲା । ନିକଟରେ ନାଗରିକତ୍ଵ ବିଲ ନେଇ ଭରତରେ ମଧ୍ୟ ହିନ୍ଦୁ-ମୁସଲିମ ଭିନ୍ନ ଭିନ୍ନ ଦଳକୁ ସମର୍ଥନ ଦେବାର ଦେଖିବାକୁ ମିଳୁଛି । ଚଳିତ ଗ୍ରହ ଯୋଗ ଭାରତରେ ଏହିପରି ଅସ୍ଥିରତା ସୃଷ୍ଟି ହେବାର ସଂକେତ ଦେଉଛି। ତେବେ ଦେଶ ଖୁବ ଶୀଘ୍ର ଏହି ସମସ୍ୟା ସମାଧାନର ବାଟ କାଢିନେବ ।

ମୋଟାମୋଟି ଭାବେ ଏହି ଗ୍ରହଯୋଗ ଏକ ଶକ୍ତିଶାଳୀ ଯୋଗ ଓ ସମସ୍ତଙ୍କ ଜୀବନ ଉପରେ ପ୍ରଭାବ ପକାଇବ ।

କାହା ପାଇଁ ଭଲ/ଖରାପ ?

ପ୍ରତ୍ୟେକ ମହାଜଗତିକ ଘଟଣା କିଛି ଭଲ ଓ ମନ୍ଦ ଘଟଣାର ସୂଚନା ନେଇ ଆସିଥାଏ । ଏହି ଯୋଗ ଧନୁରାଶିରେ ସଂଗଠିତ ହେଉଥିଲେ ମଧ୍ୟ ବିଛା, ସିଂହ, ମିଥୁନ, ମେଷ ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଶୁଭ ସମାଚାର ନେଇ ଆସିବ ।

ଏହି ସୂର୍ଯ୍ୟୋପରାଗ ବିଶେଷ କରି କୁମ୍ଭ, ମୀନ, କର୍କଟ ତଥା ମୀନ ରାଶି ବା ଲଗ୍ନର ବ୍ୟକ୍ତିଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରେ । ତେବେ ଏହି ରାଶିର ବ୍ୟକ୍ତିମାନେ ଯଦି କେତୁ ଦଶା ଭୋଗୁଥାନ୍ତି ତେବେ ସୁଫଳ ସେତେଟା ମିଳି ନ ପାରେ ।

ସେହିପରି କନ୍ୟା, ବିଛା ଓ ଧନୁ ରାଶିର ବ୍ୟକ୍ତିମାନେ ଏହି ସମୟରେ ସତର୍କ ରହିବା ଆବଶ୍ୟକ । ଏହି ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ଏପରି କିଛି ନିଷ୍ପତ୍ତି ନେବାକୁ ପଡିବ ଯାହା ଭବିଷ୍ୟତରେ ଅସୁବିଧାରେ ପକାଇପାରେ । ଏଣୁ କାହା ସହିତ ଯୁକ୍ତି କଲାବେଳେ ବା କଥାବାର୍ତ୍ତା ହେଲା ବେଳେ ଯେପରି ଏହା ଝଗଡା ଆଡକୁ ନ ଯାଏ ଏକଥା ଧ୍ୟାନ ଦିଅନ୍ତୁ ।

ଏହାଛଡା ଏହିସବୁ ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ମଧ୍ୟ ଆବଶ୍ୟକ ।

#astrology #AstroTips #LifeHack #LifeTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon