• ବେତାର ବ୍ୟୁରୋ

ଏହି ମୋବାଇଲ ଆପ୍ ରେ ମାଗଣାରେ ପାଆନ୍ତୁ ବାସସ୍ଥାନ,ଜାତିଗତ ପ୍ରମାଣପାତ୍ର


(ବେତାର ବ୍ୟୁରୋ) ବିଭିନ୍ନ ସରକାରୀ ପ୍ରମାଣପତ୍ର ଯଥା ବାସସ୍ଥାନ, ଜାତିଗତ ତଥା ଆୟ ପ୍ରମାଣପତ୍ର ଇତ୍ୟାଦି ପାଇବାପାଇଁ ଲୋକମାନଙ୍କୁ କିପରି ହଇରାଣ ହରକତ ହେବାକୁ ପଡେ ତାହା ସଭିଙ୍କୁ ଜଣା । ବିଶେଷକରି ବିଭିନ୍ନ ସରକାରୀ ପରୀକ୍ଷା ନିମନ୍ତେ ଆବଶ୍ୟକ ପଡୁଥିବା କାଗଜପତ୍ର ପାଇଁ ପରୀକ୍ଷାର୍ଥୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏପରିକି ଅନେକ ସ୍ଥଳରେ ଏହି ସବୁ ପ୍ରମାଣପତ୍ର ପାଇବା ପାଇଁ ଆବଶ୍ୟକ ଦେୟ ସହିତ ହାତଗୁଞ୍ଜା ମଧ୍ୟ ଦେବାକୁ ପଡିଥାଏ । ଏହିସବୁ ଅସୁବିଧା ଦୂର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଆପ୍ ନିର୍ମାଣ କରାଯାଇଛି ଯେଉଁଥିରେ ଭାରତର ନାଗରିକ ମାନେ ଯେ କୌଣସି ସ୍ଥାନରେ ବସି ଯେ କୌଣସି ଜାଗାର ପ୍ରମାଣପତ୍ର ପାଇବାପାଇଁ ଆବେଦନ କରିପାରିବେ ।

ଓଡିଶା ସରକାରଙ୍କ ୱେବସାଇଟ ଏହି ଆପ୍ ଓ ଏହାର ସର୍ଭର ବ୍ୟବହାର କରି ଓଡିଶା ସରକାର ନିକଟରେ ଏହିସବୁ ସୁବିଧା ନାଗରିକମାନଙ୍କ ପାଇଁ ଉପଲବ୍ଧ କରାଇଛନ୍ତି । ଯଦି ଆପଣ ଆପ୍ ଡାଉନଲୋଡ କରିବାକୁ ଚାହୁଁ ନାହାନ୍ତି ତେବେ ଓଡିଶା ସରକାରଙ୍କ ୱେବସାଇଟ’ http://edistrict.odisha.gov.in/ ରେ କ୍ଲିକ କରି ପ୍ରମାଣପତ୍ର ପାଇପାରିବେ । ନ୍ମଚେତ ଆଣ୍ଡ୍ରଏଡ ପ୍ଲେ ଷ୍ଟୋର ଯାଇ ServicePlus ଆପ୍ ଡାଉନଲୋଡ କରିପାରିବେ ।

କେମିତି ମିଳିବ ମାଗଣାରେ ପ୍ରମାଣପତ୍ର

ଆପଣ ୱେବସାଇଟ ଯାଇ କିମ୍ବା ଆପ୍ ଜରିଆରେ ନିଜ ମୋବାଇଲ ନମ୍ବର ଦେଇ ପ୍ରଥମେ ରେଜିଷ୍ଟର କରିବାକୁ ହେବ । ଏହାପରେ ଏକ ଓଟିପି ଜରିଆରେ ଆପଣଙ୍କ ନମ୍ବର ଭେରୀଫିକେଶନ ହେବ । ଏହାପରେ ଆପଣ ଲେଖଥିବା ବିଭିନ୍ନ ସେବା ଯଥା ଜାତିଗତ (caste ) , ଆୟ (income) ବା ବାସସ୍ଥାନ (Residential ) ପ୍ରମାଣପତ୍ର ଜାଗାରେ କ୍ଳିକ କରିବେ ।

ଏହାପରେ ଆପଣଙ୍କୁ ଆପଣଙ୍କ ଆଧାର, ଭୋଟର ପରିଚୟ ପତ୍ରର ସ୍କାନ ବାଫୋଟୋ ଉଠାଇ ଆପ୍/ ୱେବସାଇଟରେ ଦେବାକୁ ହେବ । କାଗଜପତ୍ର ଜମାକରିବା ପରେ ଆପଣଙ୍କୁ ଆପଣଙ୍କ ସାର୍ଟିଫିକେଟ କେବେ ମିଳିବ ତାହାର ଏକ ତାରିଖ ମିଳିବ । ସେହି ତାରିଖରେ ଆପ ୱେବସାଇଟ ବା ଆପ୍ କୁ ଯାଇ ନିଜର ପ୍ରମାଣପତ୍ର ଦେଖିପାରିବେ ଓ ଏହାକୁ ଡାଉନଲୋଡ ମଧ୍ୟ କରିପାରିବେ ।

ସେହିପରି ଯଦି ଆପଣ ନିଜର ମେଲ ଆଇଡି ପ୍ରଦାନ କରିଥିବେ ତେବେ ସେଠାକୁ ଆପଣଙ୍କ ପ୍ରମାଣପତ୍ର ପହଞ୍ଚିଯିବ ।

ମନେରଖନ୍ତୁ ଏହି ଆପ୍ କିମ୍ବା ୱେବସାଇଟ ରେ ଏକ ସମୟରେ ଅନେକ ଲୋକ ବ୍ୟବହାର କରୁଥିବାରୁ ବେଳେବେଳେ ସ୍ଲୋ ହୋଇପାରେ ।

#MobileApp #Government #OdishaNews #odishagovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon