• ବେତାର ବ୍ୟୁରୋ

ଶିଶୁ ପରି ସୁନିଦ୍ରା ଚାହାନ୍ତି ? ଟ୍ରାଏ କରନ୍ତୁ ଏହି 5 ପାନୀୟ


(ବେତାର ବ୍ୟୁରୋ) ସୁନିଦ୍ରା ଏକ ଉତ୍ତମ ତଥା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ । ହେଲେ ବେଳେବେଳେ ଦେଖାଯାଏ ଯେ ଅଧିକ ଶାରୀରକ ପରିଶ୍ରମ, କସରତ କିମ୍ବା କାର୍ଯ୍ୟଭାର ଚାପ ଯୋଗୁଁ ଶରୀରରେ ଅସ୍ଵାଭାବିକ ବ୍ୟଥା ଦେଖାଦେଇଥାଏ ଓ ନିଦ ହେଇନ ଥାଏ । ସେହିପରି ଅତ୍ୟଧିକ ଶୀତରେ ବେଳେ ବେଳେ ରାତି ସାରା ସୁନିଦ୍ରା ହୋଇ ନ ଥାଏ ଫଳରେ ଦିନସାରା ମାନ୍ଦା ମାନ୍ଦା ଶରୀର ଲାଗେ ।

ଏହାର ମୂଳ କାରଣ ହେଉଛି ଠିକ ସେ ନ ଶୋଇଲେ ଶରୀରର ମାଂସପେଶୀରେ ଭଲ ଭାବେ ଅମ୍ଳଜାନ ପହଞ୍ଚିପାରେ ନାହିଁ । ଫଳରେ ସେଗୁଡିକ ରେ ରକ୍ତ ପ୍ରବାହରେ ଅସୁବିଧା ହୋଇଥାଏ । ଏଥିଯୋଗୁଁ ଶରୀରରେ ଅସ୍ଵାଭାବିକ ପୀଡା ଦେଖାଦେଇଥାଏ ଓ ନିଦ ଠିକ ସେ ହୋଇ ନ ଥାଏ ।

ତେବେ ଖୁସିର କଥା ଯେ ଆୟୁର୍ବେଦ ତଥା ଆଧୁନିକ ପୋଷାକ ବିଜ୍ଞାନରେ ଏପରି କିଛି ତଥ୍ୟ ସାମନାକୁ ଆସିଛି ,ଯେଉଁଥିରୁ ଜଣାପଡିଛି ଯେ ଘରୋଇ ଦ୍ରବ୍ୟରେ ପ୍ରସ୍ତୁତ ପାନୀୟ ବ୍ୟବହାର କରି ଆମେ ଶିଶୁ ପରି ସୁନିଦ୍ରା ପାଇ ପାରିବା ।

ଆସନ୍ତୁ ଜାଣିବା ସେହିପରି କିଛି 5 ପାନୀୟ ।

ଲେମ୍ବୁ ପୋଦିନା ଚାହା : ଏଥିପାଇଁ ଏକ ପାତ୍ରରେ ପାଣି ଗରମ କରନ୍ତୁ । ଏହାପରେ କିଛି ପୋଦିନା ପତ୍ରକୁ ମକଚି ତଥା ଲେମୁର ଚୋପାଅଂଶକୁ କୋରି ଫୁଟୁଥିବା ପାଣିରେ ପକାନ୍ତୁ । ପୋଦିନା ତଥା ଲେମ୍ବୁ ଚୋପାର ପ୍ରାକୃତିକ ତତ୍ତ୍ଵ ଆପଣଙ୍କ ଶରୀରରେ ପ୍ରତି ଲୋମକୁପରେ ଶାନ୍ତି ଆଣିଦେବ ।

ମୁନ ମିଲ୍କ : ଏହାର କେବଳ ନାମ ଦାମିକିଆ , କିନ୍ତୁ ସହଜରେ ପ୍ରସ୍ତୁତ ହୋଇପାରୁଥିବା ପାନୀୟ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ କ୍ଷୀରରେ ଡାଲଚିନି ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ମହୁ ଓ ଅଳ୍ପ ହଳଦୀ ପକାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଅନିଦ୍ରା ପାଇଁ ଏହି ପାନୀୟ ଏକ ରାମବାଣ ଔଷଧ ପରି କାମ କରିଥାଏ ।

କଳଦୀ ଦହି ସେକ୍ : କଦଳୀରେ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ , ଯାହା ନିଦ୍ରା ପାଇଁ ଅନେକ ଉପାଦେୟି । ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ , ଫଳରେ ସହଜରେ ନିଦ ଆସିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ କପ ଦହିରେ ଗୋଟିଏ ପାଚିଲା କଦଳୀକୁ ଛୋଟ ଛୋଟ କରି କାଟି ପକାଇ ଗ୍ରାଇଣ୍ଡ ଦିଅନ୍ତୁ ଓ ବହଳିଆ ସେକ୍ କରି ପିଅନ୍ତୁ ।

ଗ୍ରୀନ ଟି : ଶରୀର ର ଅଭ୍ୟନ୍ତର ଅଞ୍ଚଳରେ ବିଷାକ୍ତ ପଦାର୍ଥ ଦୂର କରିବା ପାଇଁ ଗ୍ରୀନ ଟି ଜଣାଶୁଣା । ଏହାଫଳରେ ନିଦ୍ରା ଆସିବାରେ ସହଜ ହୋଇଥାଏ , ତେବେ ବଜାରରେ ମିଳୁଥିବା ଅନେକ ଗ୍ରୀନ ଟି’ରେ କାଫେନ ଥାଏ , ଯାହା ନିଦ୍ରା ପାଇଁ ଭଲ ନୁହେଁ ,। ଏଣୁ କିଣିବା ପୂର୍ବରୁ ଗ୍ରୀନ ଟି ରେ Caffeine ଅଛି କି ନା ତାହା ତଦାରଖ କରି ନିଅନ୍ତୁ।

ଅଶ୍ଵଗନ୍ଧା ଚାହା : ଅଶ୍ଵଗନ୍ଧାରେ ଥିବା ଟ୍ରାଇଏଥିଲିନ ଗ୍ଲାଇକଲ ଶରୀରକୁ ନିସ୍ତେଜ' କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କ ନିକଟସ୍ଥ ଆୟୁର୍ବେଦିକ ଷ୍ଟୋର ରୁ କିମ୍ବା ଅନଲାଇନରୁ ଏହାକୁ କିଣି ଘରେ ପ୍ରସ୍ତୁତ କରିପାରିବେ ।

#LifeTips #LifeHack #healthydrnk

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon