• ବେତାର ବ୍ୟୁରୋ

ରାଶିଫଳ ଡିସେମ୍ବର 30-ଜାନୁୟାରୀ 5 : ନୂଆବର୍ଷର ପ୍ରଥମ ସପ୍ତାହରେ ହୋଇପାରେ ଶୁଭ ପରିବର୍ତ୍ତନ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ (ଡିସେମ୍ବର 30 ରୁ ଜାନୁୟାରୀ 5) ଧନୁ ରାଶିରେ ସୂର୍ଯ୍ୟ,ଶନି, ବୁଧ, ବୃହସ୍ପତି ଓ କେତୁ ଆଦି ପାଞ୍ଚ ଗ୍ରହ ଏକତ୍ର ରହିବେ। ଏହି କାରଣରୁ ଅନେକ ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଅଚାନକ ପରିବର୍ତ୍ତନ ଦେଖାଦେଇପାରେ।ସେହିପରି କିଛି ବ୍ୟକ୍ତିଙ୍କ ରହିବା ସ୍ଥାନ ବା କାର୍ଯ୍ୟାଳୟ ସ୍ଥାନ ବଦଳିପାରେ।

ଏହି ସମୟରେ ଚନ୍ଦ୍ର ଦେବ କୁମ୍ଭରୁ ମେଷ ରାଶି ଯାଏଁ ଯାତ୍ରା କରିବେ।

ଆସନ୍ତୁ ଜାଣିବା କେଉଁ ରାଶିପାଇଁ କିପରି ରହିବ ଏହି ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ -କର୍ମକ୍ଷେତ୍ରରେ ତଥା ପ୍ରେମଜୀବନରେ ଖୁସିର ସମୟ ଆସିବ। ସପ୍ତାହ ମଝି- କର୍ମ କ୍ଷେତ୍ରରେ ବ୍ୟସ୍ତ ରହି ସ୍ୱାସ୍ଥ୍ୟ ବିଗିଡିପାରେ। ସପ୍ତାହ ଶେଷ- ନିଜ କାମରେ ଆଗ୍ରହ ଦେଖାଇବେ ହେଲେ ବ୍ୟୟ ବଢିବ।

ବୃଷ : ସପ୍ତାହ ଆରମ୍ଭ -ନିଜ କର୍ମ କ୍ଷେତ୍ରକୁ ସଂଗଠିତ କରିବେ ଓ ସଫଳ ହେବେ। ସପ୍ତାହ ମଝି-ଆର୍ଥିକ ଲାଭ ଓ ମାନସମ୍ମାନ ମିଳିବ। ସପ୍ତାହ ଶେଷ-ବିରୋଧୀ ହଇରାଣ କରିବାକୁ ଚେଷ୍ଟା କରିବେ, ବ୍ୟୟ ବଢିବ।

ମିଥୁନ : ସପ୍ତାହ ଆରମ୍ଭ - ପରିବାରରେ ଖୁସିବାସର ମାହୋଲ ରହିବ। ସପ୍ତାହ ମଝି- ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ,ବ୍ୟବସାୟୀମାନେ ସମୃଦ୍ଧିର ଚିନ୍ତା କରିବେ । ସପ୍ତାହ ଶେଷ- ଆର୍ଥିକ ଲାଭ ବଢିବ।

କର୍କଟ : ସପ୍ତାହ ଆରମ୍ଭ -କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି ହେଲେ ଆର୍ଥିକ କ୍ଷେତ୍ରରେ ଶୁଭ ସମୟ ମିଳିବ। ସପ୍ତାହ ମଝି- କର୍ମକ୍ଷେତ୍ରରେ ସଫଳତା ମିଳିବ,ପ୍ରେମ ସମ୍ବନ୍ଧରେ ଅସୁବିଧା ହୋଇପାରେ । ସପ୍ତାହ ଶେଷ- କର୍ମକ୍ଷେତ୍ରରେ ସମ୍ମାନ ପାଇବ।

ସିଂହ : ସପ୍ତାହ ଆରମ୍ଭ -କର୍ମ କ୍ଷେତ୍ରରେ ସଫଳତା ପାଇବେ। ସପ୍ତାହ ମଝି- କଠିନ ପରିଶ୍ରମ କରିବାକୁ ପଡିବ । ସପ୍ତାହ ଶେଷ- କୌଣସି କାରଣରୁ ବିରକ୍ତ ହୋଇପାରନ୍ତି।

କନ୍ୟା : ସପ୍ତାହ ଆରମ୍ଭ -ପଛକଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ସପ୍ତାହ ମଝି- ସଫଳତା ମିଳିବ। ସପ୍ତାହ ଶେଷ-କୌଣସି ଜିନିଷ କିଣିବା ଆଗରୁ ଭଲଭାବେ ପରଖି ନିଅନ୍ତୁ।

ତୁଳା : ସପ୍ତାହ ଆରମ୍ଭ -କୌଣସି ନୂଆ କାମ କରିବାର ସୁଯୋଗ ମିଳିବ। ସପ୍ତାହ ମଝି-ଦୂରଯାତ୍ରା କରିପାରନ୍ତି କିମ୍ବା ବ୍ୟୟ ବଢିବ । ସପ୍ତାହ ଶେଷ-ସତର୍କ ହୋଇ ନିଷ୍ପତ୍ତି ନିଅନ୍ତୁ।

ବିଛା : ପ୍ତାହ ଆରମ୍ଭ -କର୍ମକ୍ଷେତ୍ରରେ ଉପୁଜିଥିବା ଅସୁବିଧାକୁ ଦୂର କରିପାରିବେ। ସପ୍ତାହ ମଝି- ଶାରୀରିକ କଷ୍ଟ ହୋଇପାରେ।ସପ୍ତାହ ଶେଷ-ସ୍ଥିତି ସାମାନ୍ୟ ସୁଧୁରିବ।

ଧନୁ : ପ୍ତାହ ଆରମ୍ଭ -ଆୟ ବଢ଼ିବ ଓ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ଭାବିବେ। ସପ୍ତାହ ମଝି-ନୂଆ ସାମଗ୍ରୀ କିଣିପାରନ୍ତି। ସପ୍ତାହ ଶେଷ-ବ୍ୟୟଭାର ବଢିବ।

ମକର : ସପ୍ତାହ ଆରମ୍ଭ -କାମର ଚାପ ବଢିବ ଓ ସେଥିପାଇଁ କମ ସଂଖ୍ୟକ ଲୋକଙ୍କ ସହିତ ମିଶିବାକୁ ସୁଯୋଗ ପାଇବେ। ସପ୍ତାହ ମଝି- ଘର ବା ବାହନ ଦୃଷ୍ଟିରୁ ଲାଭ ମିଳିପାରେ। ସପ୍ତାହ ଶେଷ-ଦାମ୍ପତ୍ୟ/ପ୍ରେମ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ସପ୍ତାହ ଆରମ୍ଭ -କରମ୍ଭାର ବଢ଼ିପାରେ ଓ ସେଥିପାଇଁ ସ୍ୱାସ୍ଥ୍ୟ ରେ ଅବନତି ଦେଖାଦେବ। ସପ୍ତାହ ମଝି- କର୍ମକ୍ଷେତ୍ରରେ ପରିସ୍ଥିତି ସୁଧୁରିବ ହେଲେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସପ୍ତାହ ଶେଷ- କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରଶଂସା ଭାଜନ ହେବେ।

ମୀନ : ସପ୍ତାହ ଆରମ୍ଭ -ଶରୀର ଓ ମନ ଉଭୟ ସୁସ୍ଥ ରହିବାରୁ ଭଲରେ ସମୟ ବିତିବ। ସପ୍ତାହ ମଝି- କର୍ମକ୍ଷେତ୍ରରେ ଅସୁବିଧା ହୋଇପାରେ ଓ ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ। ସପ୍ତାହ ଶେଷ- ପରିସ୍ଥିତି ସୁଧୁରିବ ଓ ଭଲ ସମୟ ଆସିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon