• ବେତାର ବ୍ୟୁରୋ

ଜିରୋ ନାଇଟରେ ରାତି 1 ଯାଏଁ ଖୋଲା ରହିବ ଓଡିଶାର ଏହି ତିନି ସ୍ଥାନର ବାର୍


(ବେତାର ବ୍ୟୁରୋ) ଚଳିତ ବର୍ଷର ଶେଷ ରାତି ତଥା ଆଗାମୀ ବର୍ଷର ନୂଆମୁହୂର୍ତ୍ତ କୁ ସ୍ଵାଗତ କରିବାକୁ ସମସ୍ତେ ସଜବାଜ ହେଇ ବସିବେଣି । ଏହି ସମୟରେ ପାର୍ଟି ପାଇଁ ଯିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛନ୍ତି ଓଡିଶା ସରକାର ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର 31 ତାରିଖ ରାତିରେ ରାତି 1 ଯାଏଁ ବାର ଗୁଡିକ ଖୋଲା ରହିବ। ତେବେ ଏଭଳି ନିୟମ ରାଜ୍ୟରେ ପ୍ରଥମ ଥର ଲାଗୁ ହୋଇ ନାହିଁ। ପୂର୍ବରୁ ମଧ୍ୟ ନିୟମ କୋହଳ ହୋଇଛି ।

ତିନୋଟି ସ୍ଥାନ

ରାଜ୍ୟରେ ନୂଆବର୍ଷ ଉପଲକ୍ଷେ ଅନେକ ଦେଶୀ ତଥା ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମୁଥିବାରୁ ଏହାକୁ ଦୃଷ୍ଟିରେରଖି ରାଜ୍ୟ ସରକାର ON shop ବା ମଦ ବାର୍ ଗୁଡିକ ରାତି ଗୋଟାଏ ଯାଏଁ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଏହା ରାଜ୍ୟର ସବୁ ସ୍ଥାନରେ କାର୍ଯ୍ୟକାରି ହେବ ନାହିଁ ।

କେବଳ କଟକ, ଭୁବନେଶ୍ବର ନଗର ନିଗମ ତଥା ପୁରୀ ମ୍ୟୁନିସିପାଲଟି ଅଞ୍ଚଳ ଅଧୀନରେ ଥିବା ବାର ଗୁଡିକରେ ଏହି କୋହଳ ଲାଗୁ ହେବ ବୋଲି ଅବକାରୀ ବିଭାଗ ଏକ ପତ୍ର ଜରିଆରେ ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁନିର୍ଦେଶ ଦେଇଛି । ଏହି କୋହଳ କେବଳ ଡିସେମ୍ବର31 ରାତି ପାଇଁ ଲାଗୁ ହେବ ।

ଏହାବାଦ ଅନ୍ୟ ସବୁସ୍ଥାନରେ ରାତି ପୂର୍ବବତ ରାତି 12ଯାଏଁ ବାର୍ ଖୋଲା ରହିବ ବୋଲି ବିଭାଗ କହିଛି ।

ସେହିପରି ଏହି ନିୟମ ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାରରେ ମଧ୍ୟ ଜିରୋ ନାଇଟ ରାତିରେ ଲାଗୁ ହେବ । ଅର୍ଥାତ ଡ୍ୟାନ୍ସ ବାର ଗୁଡିକ ମଧ୍ୟ ରାତିରେ 1 ଯାଏଁ ଖୋଲାରଖିପାରିବେ ।

ପ୍ରଥମଥର ନୁହେଁ

ଏଭଳି ନିୟମ କୋହଳ ରାଜ୍ୟରେ ପ୍ରଥମଥର ପାଇଁ ହୋଇ ନାହିଁ । ଗତ ହକି ବିଶ୍ଵକପ ସମୟରେ ମଧ୍ୟ ମଦ ବାର୍ ଗୁଡିକ ରାତି 1 ଯାଏଁ ଖୋଲା ରଖିପାରିବେ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ତେବେ ଏହି କୋହଳ କେବଳ 17 ଦିନ ପାଇଁ କେବଳ ଭୁବନେଶ୍ୱର ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ବୈଧ ଥିଲା

#ZeroNight #NewYear #OdishaNews #odishagovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon