• ବେତାର ବ୍ୟୁରୋ

ଏଥିପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ ଶାହା


(ବେତାର ବ୍ୟୁରୋ) ପଶ୍ଚିମବଂଗରେ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ରହିଛି । ହେଲେ ଏବେଠାରୁ ବଙ୍ଗଳା ବିଜୟ ଲାଗି ବିଜେପି କସରତ କରିବାରମ୍ଭ କରିଦେଇଛି । ଖାସ କରି2019 ଲୋକସଭା ନିର୍ବାଚନରେ ସେଠାରୁ ଆଶା ଠାରୁ ଅଧିକ ଲୋକସଭା ଆସନ ପାଇଥିବାରୁ ବିଧାନସଭାରେ ଅଧିକରୁ ଅଧିକ ଆସନ ଆଣି ରାଜ୍ୟ ସରକାର ଗଠନ ଲାଗି ଲୋକଙ୍କୁ ପ୍ରଭାବିତ କରିବବାରେ ଲାଗିପଡିଛି ଦଳ ।

କାରଣ ପଶ୍ଚିମବଙ୍ଗରେ ବିଜେପିର କେହି ଟାଣୁଆ ନେତା ନାହାନ୍ତି ।, ସେହିପରି ବିଜେପିକୁ ଏକ ହିନ୍ଦୀ ଭାଷୀ ଦଳ କହି ମମତା ବାନାର୍ଜୀ ଏହି ରାଷ୍ଟ୍ରୀୟ ଦଳର ବିଜୟ ଅଭିଯାନକୁ ରୋକିବାରେ ସକ୍ଷମ ହୋଇଛନ୍ତି । ଏହାର ଜବାବରେ ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହାର ଏକ ଅଂଶ ବିଶେଷ ହେଉଛି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବଙ୍ଗଳା ଶିକ୍ଷା

ଶିକ୍ଷକ ନିଯୁକ୍ତ

ବଙ୍ଗଳା ଭାଷା ଶିକ୍ଷା କରିବା ନିମିତ୍ତ ଅମିତ ଶାହା ନିକଟରେ ଜଣେ ଅଭିଜ୍ଞ ଓ ଦକ୍ଷ ବଙ୍ଗଳା ଶିକ୍ଷକ ନିଯୁକ୍ତ କରିଛନ୍ତି । ଏହି ଶିକ୍ଷକଙ୍କୁ ଚାରି ମାସ ସମୟ ସୀମା ମଧ୍ୟରେ ଅମିତ ଶାହଙ୍କୁ ବଙ୍ଗଳା ଭାଷାରେ କଥାବାର୍ତ୍ତା କରାଇବାରେ ଅଭ୍ୟସ୍ତ କରାଇବା ଦାୟିତ୍ଵ ଦିଆଯାଇଛି ।

ଆଗାମୀ କିଛି ମାସ ମଧ୍ୟରେ ଅମିତ ଶାହ ଯେପରି ବଙ୍ଗଳାଭାଷାରେ ଭାଷଣ ଦେଇପାରିବେ ସେବିଷୟରେ ଧ୍ୟାନ ଦେବାକୁ ଶିକ୍ଷକଙ୍କୁ କୁହାଯାଇଛି ବୋଲି ନିକଟରେ ଦି ସନଡେ ଗାରଡିଆନ ଖବରକାଗଜ ଏକ ରିପୋର୍ଟରେ ପ୍ରକାଶ କରିଥିଲା ।

ନିକଟରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ସରକାର ଗଠନ କରିବାରେ ବିଫଳ ହେବା ପରେ ବିଧାନସଭା ନିର୍ବାଚନକୁ ଅଧିକ ଗୁରୁତ୍ଵର ସହିତ ନେଉଛି ବିଜେପି । ଏଣୁ 2021 ମସିହାର ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବାରେ ଦଳ ଲାଗିପଡିଛି ।

ଗୁଜୁରାଟୀ ଭାଷୀ

ଅମିତ ଶାହ ଜଣେ ଗୁଜୁରାଟ ନିବାସୀ ହେଇ ମଧ୍ୟ ଭଲ ହିନ୍ଦୀ କୁହନ୍ତି । ଏହର ପ୍ରଭାବ ଉତ୍ତରପ୍ରଦେଶ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ଶାହଙ୍କ ନିକଟତମ ଲୋକେ କୁହନ୍ତି ଗୁଜୁରାଟରେ କୋର୍ଟ ଦ୍ଵାରା 2 ବର୍ଷ ପାଇଁ ପ୍ରବେଶ ବାସନ୍ଦ ସମୟରେ ଶାହ ହିନ୍ଦୀ ଶିଖିଥିଲେ ।

ବଙ୍ଗଳା ପରେ ତାମିଲ ଭାଷା ଶିଖିବା ପାଇଁ ଅମିତ ଶାହ ଆଗ୍ରହୀ ବୋଲି ଅନ୍ୟ ଏକ ହିନ୍ଦୀ ଖବର କାଗଜ ପ୍ରକାଶ କରିଛି ।

#modi #AmitShah #BJP #Politics

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon