• ବେତାର ବ୍ୟୁରୋ

ରାଜ୍ୟରେ ସରକାରୀ କଲେଜରେ ହେବ ଏତିକି ସଂଖ୍ୟକ ଖେଳ ଶିକ୍ଷକ ନିଯୁକ୍ତି, ଜାଣନ୍ତୁ ପ୍ରକ୍ରିୟା


(ବେତାର ବ୍ୟୁରୋ) ରାଜ୍ୟର ସରକାରୀ କଲେଜ ମାନଙ୍କରେ କ୍ରୀଡା ଶିକ୍ଷକ ପଦରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଯୁକ୍ତି ପରେ ଏହି କ୍ରୀଡା ଶିକ୍ଷକମାନେ କାଉନସିଲ ଅଫ ହାଇୟର ସେକେଣ୍ଡାରୀ ଏଜୁକେସନ ବିଭାଗ ଅଧୀନରେ କର୍ମଚାରୀ ହିସାବରେ କାର୍ଯ୍ୟ କରିବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଚୁକ୍ତିଭିତ୍ତିକ ଖେଳ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ମୋଟ 18ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅନୁସୂଚିତ ଆଦିବାସୀଙ୍କ ପାଇଁ 7ଟି, ଅନୁସୂଚିତ ଜାତିଙ୍କ ପାଇଁ 5ଟି ପଦ ରଖା ଯାଇଥିବା ବେଳେ

6 ଟି ପଦ ଅସଂରକ୍ଷିତ ରହିଛି।

ପଛୁଆ ବର୍ଗଙ୍କ ପାଇଁ ଗୋଟିଏ ହେଲେ ପଦ ସଂରକ୍ଷିତ ନ ଥିବା ବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ କେତୋଟି ପଦ ସଂରକ୍ଷିତ ଅଛି ତାହା ପରେ ପ୍ରକାଶ ପାଇବ ବୋଲି କମିଶନ କହିଛନ୍ତି ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାର ତାରିଖ ପରେ ପ୍ରକାଶ ପାଇବ ବୋଲି କମିଶନ ବିଜ୍ଞପ୍ତିରେ କହିଛନ୍ତିତ।

ଦରମା

ଏହି ଚୁକ୍ତିଭିତ୍ତିକ ଖେଳ ଶିକ୍ଷକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.16,880 (ଦରମା ପ୍ରଥମ ବର୍ଷ) ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2019 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 32 ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ମହିଳା ପ୍ରାର୍ଥୀ , ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5 ବର୍ଷ କୋହଳ କରାଯାଇଛି । ଏହି ପଦ ପାଇଁ ଶାରୀରିକ ଅକ୍ଷମ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବ ନାହିଁ ।

ଶିକ୍ଷାଗତ ଯୋଗ୍ୟତା

ଚୁକ୍ତିଭିତ୍ତିକ ଖେଳ ଶିକ୍ଷକ ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନରେ Physical Education କୋର୍ସରେ ପାସ କରିଥିବା ଆବଶ୍ୟକ। କିମ୍ବା ବି ଏ ପାସ ସହିତ CPED କୋର୍ସ କରିଥିବା ଆବଶ୍ୟକ ।

ଏହାବ୍ୟତୀତ ଦଶମରେ ଓଡିଆ ଭାଷାରେ ପରୀକ୍ଷା ଦେଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆଗ୍ରହୀ ପ୍ରାର୍ଥୀ ମାନେ ଆବେଦନ ଫି ବାବଦକୁ କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଟ.200ର ଚାଲାଣ କାଟିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ସବିଶେଷ ବିଜ୍ଞାପନ ଆଉଥରେ ପ୍ରକାଶ ପାଇବ ଯେଉଁଥିରେ

ଚୟନ ପ୍ରକ୍ରିୟା ଓ ପରୀକ୍ଷା ବିଷୟବସ୍ତୁ ଇତ୍ୟାଦି ପ୍ରକାଶ ପାଇବ । ଆଗ୍ରହୀ

ପ୍ରାର୍ଥୀମାନେ ଏଥିପାଇଁ କମିଶନଙ୍କ ଅଫିସିଆଲ ୱେବସାଇଟ www.ossc.gov.in ରେ ଲଗଇନ କରି ମଝିରେ ମଝିରେ ଏହି ସଂକ୍ରାନ୍ତରେ ବିଜ୍ଞାପନ ପ୍ରକାଶ ପାଇଛି କି ନା ତାହା ଦେଖିବାକୁ ଅନୁରୋଧ କରିଛନ୍ତି ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କର ଅଫିସିଆଲ ୱେବସାଇଟ www.kendujhar.nic.in ରେ ଲଗଇନ କରନ୍ତୁ।

#jobs #governmentjobs #teacherjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon