• ବେତାର ବ୍ୟୁରୋ

ଷ୍ଟେଟ ବ୍ୟାଙ୍କରେ 8,000 କ୍ଳର୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଓଡିଶା ପାଇଁ ରହିଛି ଏତିକି ପଦ


(ବେତାର ବ୍ୟୁରୋ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ 8000 ଟି ଜୁନିୟର ଆସୋସିଏଟ (କ୍ଳର୍କ )ପଦରେ ନିଯୁକ୍ତି ପାଇଁ ଶୁକ୍ରବାର ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ସଫଳ ପ୍ରାର୍ଥୀମାନେ 6 ମାସର ଟ୍ରେନିଂ/ପ୍ରୋବେସନ ପରେ ନିଜେ ବାଛିଥିବା ରାଜ୍ୟ ଅନୁସାରେ ବା ଚୁଡାନ୍ତ ଚୟନରେ ମିଳିଥିବା ରାଜ୍ୟରେ ନିଯୁକ୍ତି ପାଇବେ ।

ଆବେଦନ ତାରିଖ

ଏହି ପଦରେ ଅବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଜାନୁୟାରୀ 3ରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ରହିଛି। ପ୍ରାର୍ଥୀମାନେ ଫେବୃୟାରି 11ରେ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 8000ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ଭୁବନେଶ୍ଵର ସର୍କଲ (ଓଡିଶା) ପାଇଁ 425ଟି ପଦବୀ ରହିଛି। ଏହି 425ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 171ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 68ଟି, ଅନୁସୂଚିତ ଜନଜାତି (ଆଦିବାସୀ)ର ପ୍ରାର୍ଥୀଙ୍କ ପାଇଁ 93ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 51ଟି ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ 42ଟି ପଦ ସଂରକ୍ଷିତ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ13,075 ମୂଳ ଦରମା ସହିତ ଅନ୍ୟାନ୍ୟ ଭତ୍ତା ମିଶାଇ ଟ.19,589 ଦରମା ପ୍ରଦାନ କରାଯିବ। ତେବେ ମେଟ୍ରୋ ସହର ମାନଙ୍କରେ ଦରମା ଅଧିକ ହୋଇପାରେ ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2020 ସୁଦ୍ଧା ସର୍ବନିମ୍ନ 20ବର୍ଷ ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 15 ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ଜୁନିୟର କ୍ଳର୍କ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଯେଉଁମାନେ ଗ୍ରାଜୁଏସନର ଶେଷ ସେମିଷ୍ଟାରରେ ପଢୁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.750 ଫି’ ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡିବନି। ଏହି ଫି’କୁ ଆପଣ ଅନଲାଇନରେ ପଇଠ କରିପାରିବେ।

ପରୀକ୍ଷା ତାରିଖ

ଏହି ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ଫେବୃୟାରି କିମ୍ବା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ ଓ ମେନ୍ ପରୀକ୍ଷା

ଏପ୍ରିଲ 19 ତାରିଖରେ ଅନୁଷ୍ଠିତ ହେବ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ https://bank.sbi/careers କିମ୍ବା https://www.sbi.co.in/careers ରେ ଲଗଇନ କରିବାକୁ ପଡିବ। ଏହାପରେ Recruitment of Junior Associates 2020 ଉପରେ କ୍ଲିକ କରି, ସମସ୍ତ ଆବଶ୍ୟକୀୟ ତଥ୍ୟ ଦେଇ ଆବେଦନ କରିପାରିବେ। ଏହାସହିତ ପାସପୋର୍ଟ ସାଇଜ ଫଟୋ ଓ ଏଥିରେ ଦସ୍ତଖତ କରି ଏହାର ସ୍କାନ କପି ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ଷ୍ଟେଟ ବ୍ୟାଙ୍କ ଚାକିରି ସମ୍ବନ୍ଧିତ ୱେବସାଇଟ

https://www.sbi.co.in/careers/ ରେ LATEST ANNOUCNEMENT ଦେଖିପାରିବେ ।

#jobs #SBI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon