- ବେତାର ବ୍ୟୁରୋ
ନିଦରୁ ଉଠିବା ପରେ ଲାଗୁଛି ଦୁର୍ବଳ ! ବଦଳାନ୍ତୁ ଏହି ଅଭ୍ୟାସ

(ବେତାର ବ୍ୟୁରୋ) ସବୁଦନିଆ ଜୀବନଚର୍ଯ୍ୟା ଭିତରେ ଏମିତି ହୋଇଥାଏ କି ବେଳେ ବେଳେ ସକାଳୁ ଶୋଇକି ନିଦାରୁ ଉଠିବା ପରେ ବି ଦୁର୍ବଳ ବା ଥକ୍କାପଣ ଲାଗିଥାଏ । ବିଛଣାରୁ ଶୋଇକି ଉଠିବା ପରେ ମଧ୍ୟ ପୁଣି ଶୋଇବାକୁ ଇଚ୍ଛା ହୋଇଥାଏ ।
ତେବେ ଏପରି ହେବାର କାରଣ ଆପଣଙ୍କ ଦିନଚର୍ଯ୍ୟା, ଜୀବନଶୈଳୀ, ଖାଇବା ଅଭ୍ୟାସ ହୋଇପାରେ ।
ବିଖ୍ୟାତ ବିଶ୍ଵବିଦ୍ୟାଳୟ ଷ୍ଟାନଫୋର୍ଡରେ ହୋଇଥିବା ଏକ ଗବେଷଣା ମୁତାବକ ଜୀବନଚର୍ଯ୍ୟାର ପ୍ରଭାବ ସମସ୍ତ
ବ୍ୟକ୍ତିଙ୍କ ଉପରେ ଅଲଗା ଅଲଗା ହୋଇଥାଏ । କିଛି ବ୍ୟକ୍ତିଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡୁଥିବା ବେଳେ କିଛି ବ୍ୟକ୍ତିଙ୍କ ଉପରେ ଏହାର କମ ପ୍ରଭାବ ପଡିଥାଏ । ଏହାର କାରଣ ବ୍ୟକ୍ତିର ଶରୀର, ଖାଦ୍ୟପେୟ ଓ ଯେଉଁ ପରିବେଶରେ ସେ ବଢିଥାଏ ତାହାର ସାମଗ୍ରିକ ପ୍ରଭାବ ସମସ୍ତ ବ୍ୟକ୍ତି ଉପରେ ଅଲଗା ଅଲଗା ହୋଇଥାଏ ।
ବିଛଣାରୁ ଉଠିବା ପରେ ଦୁର୍ବଳ ଲାଗିଲେ ତାହାକୁ ଲାଟେନ୍ସି କୁହାଯାଇଥାଏ ତେବେ କିପରି ଚିହ୍ନିବେ ଏହି ଲାଟେନ୍ସି ।
ବିଛଣାରେ ନିଦ୍ରା ସମୟ
ଗବେଷଣା ଅନୁସାରେ ବିଛଣାକୁ ଯିବାର 7 ମିନିଟ ଭିତରେ ଆମ ମନ ଓ ଶରୀର ଏପରି ଏକ ଅବସ୍ଥାରେ ଥାଏ ଯାହାକୁ ତନ୍ଦ୍ରା କୁହନ୍ତି, ଅର୍ଥାତ ନିଦ ଆସିବାର ପୂର୍ବ ଅବସ୍ଥା ।
ହେଲେ ଯଦି ଆପଣ ବିଛଣାକୁ ଯିବା ପରେ 5 ମିନିଟ ଭିତରେ ନିଦ ଆସୁଛି ତେବେ ଆପଣ ନିଜ ଶରୀରର ଆବଶ୍ୟକତା ଠାରୁ କମ ଶୁଅନ୍ତି । ସେହିପରି ଯଦି ବିଛଣାକୁ ଯିବାର 20 ମିନିଟ ପରେ ବି ନିଦ ଆସୁନାହିଁ ତେବେ ଆପଣ ଆବଶ୍ୟକତା ଠାରୁ ଅଧିକ ଶୁଅନ୍ତି।
ଯଦି ଆପଣଙ୍କ ନିକଟରେ ଏହି ସବୁ ଗୁଣ ଅଛି, ତେବେ ଆପଣଙ୍କୁ ନିଜର ଶୟନ ଶୈଳୀ ବଦଳାଇବାକୁ ପଡିବ ।
ଆପଣାନ୍ତୁ ଟିପ୍ସ
ସାଧାରଣତଃ ବିଛଣାକୁ ଯିବା ପରେ ନିଦ୍ରା ଆସିବା ପାଇଁ ହାତ ଓ ପାଦର ତାପମାତ୍ରା ସ୍ଥିର ରହିବା ଦରକାର । ତାପମାତ୍ରା ସ୍ଥିର ନ ରହିଲେ ନିଦ୍ରା ଠିକ ସେ ହୁଏନି ଓ ଫଳରେ ସକାଳେ ଦୁର୍ବଳ ଲାଗିଥାଏ । ତେଣୁ ଚେଷ୍ଟା କରନ୍ତୁ ଶୟନ କକ୍ଷର ତାପମାତ୍ରା ସ୍ଥିର ରହୁ ।
ଏଥିପାଇଁ ରୁମ ହିଟର ବ୍ୟବହାର କରିପାରିବେ। ଅଥବା ଗରମ ପାଣି ବେଲୁନ ମଧ୍ୟ ସାଙ୍ଗରେ ରଖିପାରିବେ ।
ସେହିପରି ରୁମରେ ବାସନାଯୁକ୍ତ ଧୂପକାଠି ଓ ସ୍ଲୋ ମ୍ୟୁଜିକ ଶୁଣିପାରିବେ ।
ସକାଳୁ ଉଠି ବ୍ୟାୟମ କଲେ ରାତ୍ରିରେ ଶୀଘ୍ର ନିଦ ଆସିଥାଏ ।
ଏକ ଗବେଷଣା ମୁତାବକ ହାଇ ଫ୍ୟାଟ ଯୁକ୍ତ ଖାଦ୍ୟ ଖାଇଲେ ରାତିରେ ଶୀଘ୍ର ନିଦ ଆସିପାରେ । ଏଣୁ ଶୋଇବାଆଗରୁ ଆଇସକ୍ରିମ ଖାଇ ପାରନ୍ତି ।
ରାତ୍ରି ଭୋଜନ 9ଟା ଆଗରୁ କରି ନିଅନ୍ତୁ ।