• ବେତାର ବ୍ୟୁରୋ

ତିନି ଦିନ ଲଗାତାର ବଢିବା ପରେ ଏତିକି ଖସିଲା ସୁନାଦର


(ବେତାର ବ୍ୟୁରୋ) ଆମେରିକା ଓ ଇରାନ ମଝିରେ ଯୁଦ୍ଧ ହେବା ଆଶଙ୍କାରେ ସୁନା ଦରରେ ଯେଉଁ ବୃଦ୍ଧି ବିଶ୍ଵ ବଜାରରେ ଦେଖା ଦେଇଥିଲା ସେଥିରେ ଯବନିକା ପଡିଥିବା ଦେଖାଯାଉଛି । ବିଭିନ୍ନ କମୋଡିଟି ଷ୍ଟକ ମାର୍କେଟରେ ସୁନା ଦର ମଙ୍ଗଳବାର ଭାରି ପିଛା ପ୍ରାୟ ଏକ ହଜାର ଟଙ୍କା କମିଛି । ଏହାର ପ୍ରଭାବ ଓଡିଶା ସୁନା ବଜାରରେ ମଧ୍ୟ ଦେଖା ଦେଇଛି ।

(ବି.ଦ୍ର : ଏଥିରେ ଦିଆଯାଇଥିବା ଦର କେବଳ ଏକ ସୂଚନା। ଆପଣଙ୍କ ସହରର ଓ ସୁନାଗହଣା ଦୋକାନୀ ଅନୁସାରେ ଦର ମଧ୍ୟରେ ପାର୍ଥକ୍ୟ ହୋଇପାରେ)

ବଢିଥିଲା 1200 ଟଙ୍କା

ଗତ ଜାନୁୟାରୀ 3 ତାରିଖରୁ 22 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା 1000 ରୁ 1200 ଭିତରେ ବଢି ବିକ୍ରି ହେଉଥିଲା । ହେଲେ ମଙ୍ଗଳବାର ଏଥିରେ ଲଗାମ ଲାଗିଥିବା ଜଣା ପଡିଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା କଟକ-ଭୁବନେଶ୍ୱର ଅଞ୍ଚଳରେ ସୁନା 10 ଗ୍ରାମ ପିଛା ପ୍ରାୟ 500-600 ଟଙ୍କା ଖସିଥିବା ଜଣା ପଡିଛି ।

ବୁଧବାର ଏହା ଆହୁରି ପ୍ରାୟ 300-400 ଟଙ୍କା ଖସିପାରେ ବୋଲି ଷ୍ଟକ ବଜାର ଦରରୁ ଜଣା ପଡୁଛି ।

ସେହିପରି ରୂପା ଦର ମଧ୍ୟ ମଙ୍ଗଳବାର ହ୍ରାସ ପାଇ କିଲୋ ପିଛା 50,750 ଟଙ୍କାରେ ବିକ୍ରି ହେଉଛି ଯାହା ସୋମବାର 51,000 ଟଙ୍କା ଥିଲା । ବୁଧବାର ରୂପା ଦରରେ କିଲୋ ପିଛା ଆହୁରି 100 ରୁ 200 ଟଙ୍କା ହ୍ରାସ ପାଇପାରେ ।

ଅସ୍ଥିର ରହିବ ଦର

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନାଉଥିବା ବେଳେ ବିଶ୍ଵ ବଜାରରେ ତୈଳ ଓ ସୁନା ଦର ଅସ୍ଥିର ରହିବାର ସମ୍ଭାବନା ରହିଛି । ଯଦି ଇରାନ ପକ୍ଷରୁ ଆମେରିକା ସେନା ଘାଟି ଉପରେ ପାଲଟା ଆକ୍ରମଣ କରାଯାଏ କିମ୍ବା ଆମେରିକା ଏହାର କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରେ , ଏହାର ପ୍ରଭାବ ସୁନା ଦର ଉପରେ ପଡିବ ।

ବିଶେଷ କରି ଆଗାମୀ ସପ୍ତାହରେ ଆମେରିକା ଉପରାଷ୍ଟ୍ରପତିଙ୍କ ଭାଷଣ ଉପରେ ସମସ୍ତ ବିଶ୍ଵବାସୀ ତଥା ସୁନା ବେପାରୀଙ୍କ ନଜର ରହିବ । ଏହି ଅବସରେରେ ସେ ଆମେରିଆକାର ଇରାନ କାର୍ଯ୍ୟକ୍ରମ ବିଷୟରେ ବିସ୍ତାରରେ କହିବାର ସମ୍ଭାବନା ରହିଛି ।

#ConsumerNews #GoldRates

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon