• ବେତାର ବ୍ୟୁରୋ

ଆମେରିକା ଉପରେ ଆକ୍ରମଣ ପରେ ଇରାନରେ ଏକା ସାଥିରେ ପ୍ଳେନ କ୍ରାଶ ଓ ଭୂକମ୍ପ ! କଣ ହୋଇପାରେ କାରଣ?


(ବେତାର ବ୍ୟୁରୋ) ମଙ୍ଗଳବାର ବିଳମ୍ବିତ ରାତିରେ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ ଆକ୍ରମଣ କରିବା ପରେ ଇରାନରେ ଦୁଇଟି ଦୁର୍ଘଟଣା ଏକ ସାଥିରେ ଘଟିଛି । ୟୁକ୍ରେନ ଅଭିମୁଖେ ଯାଉଥିବା

ଏକ ବୋଇଙ୍ଗ ବିମାନ ସଂପୂର୍ଣ୍ଣ ଧ୍ଵଂସ ହେଇ ଯାଇଥିବା ବେଳେ ସେଠାରେ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି ।

ଏହି ସବୁ ଘଟଣା ମାତ୍ର କେଇ ଘଣ୍ଟା ବ୍ୟବଧାନରେ ହୋଇଥିବାରୁ ଏଥିରେ ସବୁ ଘଟଣା କେବଳ ମାତ୍ର ସଂଯୋଗ ବୋଲି ଅନେକ ବିଚାର କରୁନାହାନ୍ତି ।

ବିମାନ ଚାଳକଙ୍କ ତ୍ରୁଟି?

ଇରାନ ଇରାକସ୍ଥିତ ଆମେରିକା ଘାଟି ଉପରେ ସେଠାକାର ସମୟ ପ୍ରାୟ ରାତି ଦୁଇଟା ବେଳେ ଆକ୍ରମଣ କରିଥିଲା । ଏହାପରେ କାଳେ ଆମେରିକା ସେନା ତଫରରୁ ଇରାନ ଉପରେ ଆକ୍ରମଣ କରାହେବ , ସେହି ଭୟରେ ପାଇଲଟ ନିରାପଦ ଯାତ୍ରା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ପାଳନ କରି ନ ଥିଲେ ଓ ଏହା ଫଳରେ ଇଞ୍ଜିନ ଜଳି ଯାଇଥିଲା ।

ହେଲେ ଇରାନ ଟିଭିରେ ପ୍ରଦର୍ଶିତ ଏକ ଭିଡିଓର ଦୃଶ୍ୟ ମୁତାବକ ପ୍ଳେନଟି ଭୂମି ଛୁଇଁବା ଅଳ୍ପ ସମୟ ପୂର୍ବରୁ ଭୟଙ୍କର ବିସ୍ଫୋରଣ କରି ଧ୍ଵଂସ ପାଇଥିଲା ଓ ସମସ୍ତ 180 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ । ତେଣୁ ଇଞ୍ଜିନ ଜଳିବା ସହିତ ଏହି ବିସ୍ଫୋରଣ କୌଣସି ମିସାଇଲ କିମ୍ବା ଗୋଳାବାରୁଦ ନିକ୍ଷେପ ଯୋଗୁଁ ହୋଇପାରେ ବୋଲି କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଏହି ଗୋଲାବାରୁଦ ଇରାନ ସେନାର ପରୀକ୍ଷା ପାଇଁ ହୋଇଥାଇ ପାରେ ବୋଲି କେହି କେହି ଅନୁମାନ କରିକାନ୍ତି ।

ଆଣବିକ ଭୂକମ୍ପ!

ଯେତେବେଳେ କୌଣସି ଦେଶ ଅତି ଶକ୍ତିଶାଳୀ ହାଇଡ୍ରୋଜେନ ବୋମା କିମ୍ବା ନ୍ୟୁକ୍ଲିୟର ବୋମା ପରୀକ୍ଷା କରିଥାଏ , ସେତେବେଳେ ଭୂମିକମ୍ପ ହୋଇଥାଏ । ଇରାନ-ଆଫାଗାନିସ୍ତାନ ସୀମାରେ ଏକ ଆଣବିକ ରିଆକ୍ଟର ପାଖରେ ଏକ 5.5 ରିକ୍ଟର ସ୍କେଲ ତୀବ୍ରତାର ଭୂମିକମ୍ପ ହେବା ଏହି ଅନୁମାନକୁ ବଳ ଦେଉଛି ।

ଯଦିଓ ପ୍ଳେନ କ୍ରାଶ ଓ ଆଣବିକ ବୋମା ଜନିତ ଭୂକମ୍ପ ଘଟଣାର କୌଣସି ସଂଯୋଗ ନାହିଁ, ତେବେ ଦୁଇଟି ଘଟଣା ଦର୍ଶାଉଛି ଯେ ଇରାନ ସେନା ଭୟଭୀତ ଓ ଆଶଙ୍କିତ ହୋଇ ଏଭଳି କରୁଛି ।

#News #Warnews #US #iran

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon